ଭାରତରେ ପ୍ରବେଶ କରିଛି ଘାତକ ଚାଇନା ବାଣ, ଜାରି ହେଲା ସତର୍କ ସୂଚନା

ନୂଆଦିଲ୍ଲୀ: ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ପାକିସ୍ତାନର ବନ୍ଧୁ ଚାଇନା ଏବେ ନୂଆ ଯୋଜନା ଆରମ୍ଭ କରିଛି। ଏଥିପାଇଁ ବେଆଇନ୍‌ ଭାବେ ଚାଇନା ପକ୍ଷରୁ ଅତ୍ୟନ୍ତ ଘାତକ ବାଣ ଭାରତ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ଆଗକୁ ଭାରତରେ ଦୀପାବଳି ଥିବାରୁ ଚାଇନା ବ୍ୟବସାୟୀମାନେ ଏଭଳି ଘାତକ ଓ ବିଷାକ୍ତ ବାଣକୁ ଭାରତକୁ ପଠାଉଛନ୍ତି ବୋଲି ଆଜି ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଡିଆରଆଇ ପକ୍ଷରୁ ଚାଇନାର ଏହି […]

dc

dc

Hemant Lenka
  • Published: Monday, 30 September 2019
  • Updated: 30 September 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ପାକିସ୍ତାନର ବନ୍ଧୁ ଚାଇନା ଏବେ ନୂଆ ଯୋଜନା ଆରମ୍ଭ କରିଛି। ଏଥିପାଇଁ ବେଆଇନ୍‌ ଭାବେ ଚାଇନା ପକ୍ଷରୁ ଅତ୍ୟନ୍ତ ଘାତକ ବାଣ ଭାରତ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ଆଗକୁ ଭାରତରେ ଦୀପାବଳି ଥିବାରୁ ଚାଇନା ବ୍ୟବସାୟୀମାନେ ଏଭଳି ଘାତକ ଓ ବିଷାକ୍ତ ବାଣକୁ ଭାରତକୁ ପଠାଉଛନ୍ତି ବୋଲି ଆଜି ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଡିଆରଆଇ ପକ୍ଷରୁ ଚାଇନାର ଏହି ଷଡ଼ଯନ୍ତ୍ର ସମ୍ପର୍କରେ ଗୁଇନ୍ଦା ସଂସ୍ଥା ଓ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଯାଇଛି। ସୂତ୍ର ଅନୁସାରେ, ଚାଇନାର ଘାତକ ବାଣ ଦ୍ୱାରା କେବଳ ପରିବେଶ ପ୍ରଦୂଷଣ ହେବନାହିଁ। ବରଂ ଏହା ସାଧାରଣ ବାଣ ତୁଳନାରେ ପ୍ରଚଣ୍ଡ ଶବ୍ଦ କରିବ। ଏହି ବାଣରେ ରେଡ୍‌ ଲିଡ୍‌, କପର ଅକ୍ସାଇଡ୍‌ ଓ ଲିଥିୟମ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। ଯାହାଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ଚାଇନାର ବ୍ୟବସାୟୀମାନେ ନିଜର ଆର୍ଥିକ ସ୍ଥିତକୁ ଦୃଢ଼ କରିବା ପାଇଁ ଭାରତୀୟ ମାର୍କେଟକୁ ଏଭଳି ଘାତକ ବାଣ ପଠାଇଥିବା ଜଣାପଡ଼ିଛି। ଡିଆରଆଇ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, “ବିଦେଶ ଶିଳ୍ପ ପଲିସି’ ଦ୍ୱାରା ବାଣ ଆମଦାନୀ ଉପରେ ରୋକ ଲଗାଇଯାଇଛି। ବିଦେଶ ଶିଳ୍ପ ପଲିସିର ନିର୍ଦ୍ଦେଶକଙ୍କ ଅନୁମୋଦନକ୍ରମେ ବିଦେଶରୁ ବାଣ ଆମଦାନୀ ହୋଇପାରିବ। କିନ୍ତୁ ଏବେ ଜଣାପଡ଼ିଛି ଯେ ବେଆଇନ୍‌ ଭାବେ ଚାଇନାର ଘାତକ ବାଣ ଭାରତକୁ ଆସିବାରେ ଲାଗିଛି। ବାଣ ଗୁଡ଼ିକର ମାନ ପରୀକ୍ଷା ହେବା ପରେ ଏହାକୁ ବଜାର ପ୍ରବେଶର ଅନୁମତି ମିଳେ। କିନ୍ତୁ ଚାଇନାର ଘାତକ ବାଣ ବେଆଇନ୍‌ ଭାବେ ବିନା କୌଣସି ଅନୁମତିରେ ଭାରତରେ ପ୍ରବେଶ କରିବା ଆରମ୍ଭ କରିଛି।

ପୂର୍ବରୁ ବେଆଇନ୍‌ ବାଣ ଆମଦାନୀ ଗୁଡ଼ିକ ଉପରେ ରୋକ ଲଗାଇବା ଏବଂ ଏଗୁଡ଼ିକୁ ଜବତ କରିବା ପାଇଁ ପ୍ରୟାସ ହୋଇଥିଲା। ହେଲେ ପୁଣିଥରେ ବେଆଇନ୍‌ କାର୍ଯ୍ୟ ବୃଦ୍ଧି ପାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ତେଣୁ ତଦନ୍ତକାରୀ ଏବଂ ଗୁଇନ୍ଦା ସଂସ୍ଥା ଏହା ବିରୋଧରେ କାର୍ଯ୍ୟ ଆରମ୍ଭ କରନ୍ତୁ।”

ଡିଆରଆଇର ଏହି ସତର୍କ ସୂଚନା ପରେ ବିଦେଶରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ଏବେ ତୀକ୍ଷ୍ଣ ନଜର ରଖାଯାଇଛି। ଏଥିସହ ଚାଇନା ବାଣ ବିକ୍ରି ହେବାର ଆଶଙ୍କା ଥିବା ମାର୍କେଟ ଗୁଡ଼ିକରେ ମଧ୍ୟ ତଦନ୍ତକାରୀ ସଂସ୍ଥା ଚାନଭିନ୍‌ ଆରମ୍ଭ କରିଦେଇଛନ୍ତି। ଭାରତୀୟଙ୍କୁ କ୍ଷତି ପହଞ୍ଚାବା ପାଇଁ ଚାଇନା ଏଭଳି ରଣନୀତି କରିଥିବା ସାଧାରଣରେ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos