ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ନୂଆ ଆଇନ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅକୁ ମିଳିବ ସମ୍ପତ୍ତିର ଭାଗ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମହିଳାଙ୍କ ଅଧିକାର ଉପରେ ଆଜି ବଡ଼ ବୟାନ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବାପାଙ୍କ ପୈତୃକ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅର ସମାନ ଅଧିକାର ରହିଛି। ଏଥିରେ ଟିକିଏ ବି କମ ହେବ ନାହିଁ। ଝିଅଟିଏ ଜନ୍ମ ହେବା ମାତ୍ର ପୈତୃକ ସମ୍ପତ୍ତିର ଅଧା ମାଲିକାନା ହାସଲ କରିନିଏ। ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଛନ୍ତି ଯେ ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ୨୦୦୫ ଲାଗୁ ହେବା ପୂର୍ବରୁ ବି ଯଦି ଜଣେ ବାପାଙ୍କ ମୃତ୍ୟୁ ଘଟିଥିବ, ତା’ହେଲେ ମଧ୍ୟ ଝିଅମାନେ ସେମାନଙ୍କ ବାପାମା’ଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ଦାବି କରିପାରିବେ।

ସୁପ୍ରିମକୋର୍ଟ ଏହାକୁ ଅଧିକ ଗୁରୁତ୍ୱ ଦେଇ କହିଛନ୍ତି, ବାପାଙ୍କ ସମ୍ପତ୍ତି ଉପରେ ପୁଅମାନଙ୍କର ଯେତିକି ଅଧିକାର ରହିଛି ଝିଅମାନଙ୍କର ବି ସେତିକି ଅଧିକାର ରହିଛି। ଯଦି କୌଣସି ବାପା କିମ୍ବା ଝିଅଙ୍କ ମୃତ୍ୟୁ ୨୦୦୫ ସେପ୍ଟେମ୍ବର ୯ ପୂର୍ବରୁ ହୋଇଯାଇଛି, ତା’ହେଲେ ବି ପୈତୃକ ସମ୍ପତ୍ତି ଉପରେ ଝିଅର ଅଧିକାର କାଏମ ରହିବ। ଏହାର ଅର୍ଥ ଝିଅର ମୃତ୍ୟୁ ପରେ ବି ତାଙ୍କ ପିଲାମାନେ ନିଜ ଅଜାଙ୍କ ଘରର ସମ୍ପତ୍ତି ଉପରେ ନିଜର ଅଧିକାର ଜାହିର କରିପାରିବେ।

୨୦୦୫ ସେପ୍ଟେମ୍ବର ୯ରେ ଦେଶରେ ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ୨୦୦୫ ଲାଗୁ ହୋଇଥିଲା। ଏହାର ଅର୍ଥ ହେଉଛି ୨୦୦୫ ସେପ୍ଟେମ୍ବର ୯ ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଛି, ତା’ହେଲେ ତାଙ୍କ ସମ୍ପତ୍ତି ଉପରେ ଝିଅର ଅଧିକାର ରହିଛି। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ବଲିଉଡ୍‌ର ‘ସାମ୍ ଡ୍ରଗ୍ସ ଅଙ୍କଲ’ ଗିରଫ; କହିଛି ଅନେକ ବଡ଼ ସେଲେବ୍ରିଟିଙ୍କ ନାଁ

କଙ୍ଗନାଙ୍କୁ ଜବାବ ଦେଲା ବିଏମ୍‌ସି

ଖୁବ୍‌ ଶୀଘ୍ର ବଜାରରେ ମିଳିବ କରୋନା ଔଷଧ ‘କରୋନାଭିର’

ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ମୃତ୍ୟୁ ପୂର୍ବରୁ ଦିଶା ସାଲିନଙ୍କ ଶରୀରରେ ରହିଛି ଆଘାତ: ଫରେନସିକ୍ ବିଶେଷଜ୍ଞ

BS-IV ଡିଜେଲ୍ ଗାଡ଼ି ରେଜିଷ୍ଟ୍ରେସନ ନେଇ ଅନୁମତି ଦେଲେ ସୁପ୍ରିମକୋର୍ଟ, ଆପଣଙ୍କୁ କେତେ ଫାଇଦା?

କରୋନା ପଜିଟିଭ୍ କହି ଗାଏବ ହୋଇଯାଇଥିଲେ ସ୍ୱାମୀ, ଦେଢ଼ ମାସ ପରେ ପ୍ରେମିକାଙ୍କ ଘରୁ ଉଦ୍ଧାର କଲା ପୁଲିସ୍

ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି

ଓଡ଼ିଶା ସରକାରଙ୍କ ଭଳି ଆଇନ୍ ଆଣିବେ ଯୋଗୀ ସରକାର

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ, କରଣ ଜୋହରଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍