ଜେଲରୁ ଫେରିବାର ଗୋଟିଏ ଦିନ ପରେ ଚୋରି କରି ଯୁବକ ଗିରଫ

ବିଜନୋର: ବେଶ କିଛି ମାସ ଜେଲରେ ରହିବା ପରେ ଜଣେ ୨୦ ବର୍ଷୀୟ ଯୁବକ ଶନିବାର ଛାଡ଼ ପାଇଥିଲେ। ତେବେ ରବିବାର ଦିନ ପୁଣିଥରେ ପୁଲିସ୍‌ ତାଙ୍କୁ ଚୋରି ଅଭିଯୋଗରେ ଗିରଫ କରିଛି। ଉକ୍ତ ଯୁବକ ଜଣଙ୍କ ଉତ୍ତର ପ୍ରଦେଶର ଯୋଗୀ ଔନଧା ଓ ଶିକାରା ଗାଁର ୩ଟି ଘରୁ ଚୋରି କରି ଫେରାର ହେଉଥିବା ବେଳେ ପୁଲିସ୍‌ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ହିମପୁର ପୁଲିସ୍‌ ତାଙ୍କ ଠାରୁ ଚୋରି ହୋଇଥିବା ଗହଣା ଏବଂ […]

r

r

Hemant Lenka
  • Published: Monday, 26 August 2019
  • Updated: 26 August 2019, 03:32 PM IST

Sports

Latest News

ବିଜନୋର: ବେଶ କିଛି ମାସ ଜେଲରେ ରହିବା ପରେ ଜଣେ ୨୦ ବର୍ଷୀୟ ଯୁବକ ଶନିବାର ଛାଡ଼ ପାଇଥିଲେ। ତେବେ ରବିବାର ଦିନ ପୁଣିଥରେ ପୁଲିସ୍‌ ତାଙ୍କୁ ଚୋରି ଅଭିଯୋଗରେ ଗିରଫ କରିଛି। ଉକ୍ତ ଯୁବକ ଜଣଙ୍କ ଉତ୍ତର ପ୍ରଦେଶର ଯୋଗୀ ଔନଧା ଓ ଶିକାରା ଗାଁର ୩ଟି ଘରୁ ଚୋରି କରି ଫେରାର ହେଉଥିବା ବେଳେ ପୁଲିସ୍‌ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି।

ହିମପୁର ପୁଲିସ୍‌ ତାଙ୍କ ଠାରୁ ଚୋରି ହୋଇଥିବା ଗହଣା ଏବଂ ଟଙ୍କା ଜବତ କରିଛି। ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାରୁଫପୁରର ଗାଁରେ ରହୁଥିବା ସୁବୋଧ କୁମାର ବିଜନୋରପୁର ଜେଲ୍‌ରେ ଦୀର୍ଘ ୧୮ ମାସ କାଳ ବନ୍ଦୀ ଭାବେ ରହିବା ପରେ ଶନିବାର ମୁକ୍ତ ହୋଇଥିଲେ।

ସେ ଏହି ଅଞ୍ଚଳରୁ ବ୍ୟାକପ ଲୁଟପାଟ କରିବା ସହ ଗୋଟିଏ ଡକାୟତି ଗ୍ୟାଙ୍ଗର ସଦସ୍ୟ ରହିଥିଲେ। ଜେଲରୁ ମୁକୁଳିବା ପରେ ସୁବୋଧ ନିଶା ସେବନ କରିବାକୁ ଟଙ୍କା ପାଇ ନଥିଲା। ଫଳରେ ସେ ପୁଣିଥରେ ଚୋରି କରିବା ଆରମ୍ଭ କରିଥିଲା। ତେବେ ପୁଲିସ୍‌ ତା’କୁ ଠିକଣା ସମୟରେ ଗିରଫ କରିବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos