ଇରାନରେ ୫୦ ଜୀବନ ନେଲାଣି କରୋନା!

ଦୁବାଇ: ଚାଇନାରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ଇରାନରେ ମୁଣ୍ଡ ନେବା ଆରମ୍ଭ କରିଛି। ଇରାନର କ୍ୟୁଓମରେ କରୋନାରେ ଆକ୍ରାନ୍ତ ହୋଇ ଏଯାଏ ୫୦ ଜଣଙ୍କ ଜୀବନ ଯାଇଥିବା ସେଠାକାର ଗଣମାଧ୍ୟମ ଆଇଏଲଏନଏ ଖବର ପ୍ରକାଶ କରିଛି। ପୂର୍ବରୁ ମୃତ୍ୟୁସଂଖ୍ୟା ୧୨ ଥିବା କୁହାଯାଉଥିଲେ ହେଁ ଏବେ ଏହି ସଂଖ୍ୟା ୫୦ରେ ପହଞ୍ଚି ଯାଇଛି। କ୍ୟୁଓମର ଜଣେ ଅଧିକାରୀ ଅହମଦ ଫରହାନି କହିଛନ୍ତି, ବର୍ତ୍ତମାନ ସହରରେ ୨୫୦ରୁ ଅଧିକ ଲୋକଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ପରୀକ୍ଷା […]

qom

qom

Hemant Lenka
  • Published: Monday, 24 February 2020
  • Updated: 24 February 2020, 03:59 PM IST

Sports

Latest News

ଦୁବାଇ: ଚାଇନାରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ଇରାନରେ ମୁଣ୍ଡ ନେବା ଆରମ୍ଭ କରିଛି। ଇରାନର କ୍ୟୁଓମରେ କରୋନାରେ ଆକ୍ରାନ୍ତ ହୋଇ ଏଯାଏ ୫୦ ଜଣଙ୍କ ଜୀବନ ଯାଇଥିବା ସେଠାକାର ଗଣମାଧ୍ୟମ ଆଇଏଲଏନଏ ଖବର ପ୍ରକାଶ କରିଛି।

ପୂର୍ବରୁ ମୃତ୍ୟୁସଂଖ୍ୟା ୧୨ ଥିବା କୁହାଯାଉଥିଲେ ହେଁ ଏବେ ଏହି ସଂଖ୍ୟା ୫୦ରେ ପହଞ୍ଚି ଯାଇଛି। କ୍ୟୁଓମର ଜଣେ ଅଧିକାରୀ ଅହମଦ ଫରହାନି କହିଛନ୍ତି, ବର୍ତ୍ତମାନ ସହରରେ ୨୫୦ରୁ ଅଧିକ ଲୋକଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ପରୀକ୍ଷା ନୀରିକ୍ଷା କରାଯାଉଛି। ଫେବୃଆରୀ ୧୩ରୁ ହିଁ କରୋନାରେ ଇରାନରେ ଲୋକମାନେ ପ୍ରାଣ ହରାଇବା ଆରମ୍ଭ କରିଥିଲେ।

ହେଲେ ଇରାନ ସରକାର ଫେବୃଆରୀ ୧୯ରେ ଦେଶରେ ପ୍ରଥମଥର କାରୋନାରେ କେହି ପ୍ରାଣ ହରାଇଥିବା କଥା ଘୋଷଣା କରିଥିଲେ। ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ୨୮ଟି ଦେଶରେ ଆତଙ୍କ ଖେଳାଇଛି। ବିଶେଷ କରି ଇରାନ, ଦକ୍ଷିଣ କୋରିଆ, ଜାପାନ ଓ ଇଟାଲୀରେ ଏହି ଭାଇରସ ବ୍ୟାପିବା ଆରମ୍ଭ କରିଛି।

ଇରାନରେ କରୋନା ବ୍ୟାପିଥିବାରୁ ସ୍କୁଲ, କଲେଜ ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ବନ୍ଦ ରଖାଯାଇଛି। ଇରାନର ରାଜଧାନୀ ତେହେରାନ ସମେତ ୫ଟି ସହରରେ କରୋନା ନିଜର ଉପସ୍ଥିତି ଜାହାରି କରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍ଥିତିକୁ ଦେଖି କ୍ୟୁଏତ ପ୍ରଶାସନ ଇରାନରେ ଥିବା ୭୫୦ ଜଣ ନାଗରିକଙ୍କୁ ସ୍ୱଦେଶ ଫେରାଇ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos