କରୋନା ଭାଇରସ ମୃତ୍ୟୁସଂଖ୍ୟା ୨୨୩୬ ଛୁଇଁଲା

ବେଜିଂ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସରେ ପୁଣି ୧୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୨୩୬ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସହ ୭୬ ହଜାର ଛୁଇଁଛି। ଗତକାଲି କରୋନାରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରୋଗ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବେ କାମରେ ଆସିଛି। […]

c

c

Hemant Lenka
  • Published: Friday, 21 February 2020
  • Updated: 21 February 2020, 04:08 PM IST

ବେଜିଂ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସରେ ପୁଣି ୧୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୨୩୬ରେ ପହଞ୍ଚି ଯାଇଛି।

ସେହିପରି ଆକ୍ରାନ୍ତଙ୍କ ସହ ୭୬ ହଜାର ଛୁଇଁଛି। ଗତକାଲି କରୋନାରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରୋଗ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବେ କାମରେ ଆସିଛି।

ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୮୮୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ୭୬ ହଜାର ଲୋକଙ୍କ ମଧ୍ୟରୁ ୮,୯୭୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୨,୦୧୮ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି।

୨୪ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିବା ୧୧୮ ଜଣଙ୍କ ମଧ୍ୟରୁ କେବଳ ୧୧୫ ଜଣ ହୁବେଇ ପ୍ରଦେଶରେ ପ୍ରାଣ ହରାଇଛନ୍ତି। ସେହିପରି ଝେଜିଆଙ୍ଗ, ଚୋଙ୍ଗକିଆଙ୍ଗ ଓ ୟୁନ୍ନାନରେ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୧୮, ୨୬୪ ଜଣଙ୍କୁ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି।

୨୪ ଘଣ୍ଟାରେ ଆକ୍ରାନ୍ତ ହୋଇଥିବା ୮୮୯ ଜଣଙ୍କ ମଧ୍ୟରୁ କେବଳ ହୁବେଇ ପ୍ରଦେଶରେ ୪୪୧ ଜଣ ଲୋକ ରହିଛନ୍ତି। ହୁବେଇ ପ୍ରଦେଶର ଏକାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୧୪୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ହୁବେଇରୁ ଏଯାଏ ୧୧,୭୮୮ ଜଣ ଲୋକ ସୁସ୍ଥ ହୋଇସାରିଲେଣି।

ଚାଇନା ବାହାରେ ଏଯାଏ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୭ଟି ରାଷ୍ଟ୍ରରେ କରୋନା କହର ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story