୪ ଟିଡିପି ସାଂସଦଙ୍କ ଦଳ ଡିଆଁ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଡେଇଁ ବିଜେପିରେ ସାମିଲ ହେବା ଘଟଣାରେ ନୂଆ ମୋଡ଼ ଆସିଛି। ଟିଡିପିର ୩ ଲୋକସଭା ଓ ୨ ଜଣ ରାଜ୍ୟସଭା ସାଂସଦ ଏଭଳି ମିଶ୍ରଣକୁ ବେଆଇନ୍‌ ବୋଲି ଦର୍ଶାଇଛନ୍ତି। ଏନେଇ ସେମାନେ ଏକ ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ମଧ୍ୟ ଦେଇଛନ୍ତି। ଗତକାଲି ଟିଡିପିର ୪ ଜଣ ସାଂସଦ ୱାଇଏସ୍‌ ଚୌଧୁରୀ, ସିଏମ୍‌ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ […]

waw

Hemant Lenka
  • Published: Friday, 21 June 2019
  • , Updated: 21 June 2019, 07:54 PM IST

ନୂଆଦିଲ୍ଲୀ: ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଡେଇଁ ବିଜେପିରେ ସାମିଲ ହେବା ଘଟଣାରେ ନୂଆ ମୋଡ଼ ଆସିଛି। ଟିଡିପିର ୩ ଲୋକସଭା ଓ ୨ ଜଣ ରାଜ୍ୟସଭା ସାଂସଦ ଏଭଳି ମିଶ୍ରଣକୁ ବେଆଇନ୍‌ ବୋଲି ଦର୍ଶାଇଛନ୍ତି। ଏନେଇ ସେମାନେ ଏକ ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ମଧ୍ୟ ଦେଇଛନ୍ତି। ଗତକାଲି ଟିଡିପିର ୪ ଜଣ ସାଂସଦ ୱାଇଏସ୍‌ ଚୌଧୁରୀ, ସିଏମ୍‌ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ ଉପରାଷ୍ଟ୍ରପତିଙ୍କୁ ଭେଟି ସମ୍ବିଧାନର ୧୦ମ ସେଡ୍ୟୁଲର ପାରାଗ୍ରାଫ ୪ ଅନୁଯାୟୀ ବିଜେପିରେ ବିଲୀନ ହେବାକୁ ଦାବି କରିଥିଲେ। ଉପରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମତି ଦେଇଥିଲେ।

ଆଜି ଟିଡିପି ସାଂସଦମାନେ ଦେଇଥିବା ନୋଟିସ୍‌ରେ କହିଛନ୍ତି ଯେ “ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ ଟିଡିପିର ୪ ଜଣ ସାଂସଦ ତଥାକଥିତ ସଂକଳ୍ପ ଜରିଆରେ ବିଜେପିରେ ସାମିଲ ହୋଇଛନ୍ତି। କିନ୍ତୁ ଭାରତୀୟ ସମ୍ବିଧାନର ୧୦ମ ସେଡ୍ୟୁଲ ଅନୁଯାୟୀ, ଗୋଟିଏ ରାଜନୀତିକ ଦଳ ଅନ୍ୟ ଏକ ରାଜନୀତିକ ଦଳରେ ମିଶିବାକୁ ଚାହିଁଲେ, ଏହା ସାଂଗଠନିକ ସ୍ତରରେ ହିଁ ହୋଇଥାଏ।

ତେଣୁ ରାଜ୍ୟସଭାରେ ୬ ଜଣ ସାଂସଦ ଥିବାରୁ ଏମାନଙ୍କ ମଧ୍ୟରୁ ୪ ଜଣ ବିଦ୍ରୋହ ଘୋଷଣା କରିଛନ୍ତି। ଅନ୍ୟ ଦୁଇ ସାଂସଦଙ୍କୁ ମଧ୍ୟ ଏଭଳି ମିଶ୍ରଣ ସମ୍ପର୍କରେ ଅବଗତ କରାଯାଇ ନାହିଁ। ରାଜ୍ୟସଭାରେ ଏ ସଂକ୍ରାନ୍ତ ନୋଟିସ୍‌ ମଧ୍ୟ ପ୍ରଦାନ କରାଯାଇ ନାହିଁ। ଟିଡିପିର ସାଂସଦମାନେ ଯେଉଁ ଆଧାରରେ ବିଜେପିରେ ମିଶିଛନ୍ତି, ତାହା ସଂପୂର୍ଣ୍ଣ ରୂପେ ବେଆଇନ୍‌। ଏଭଳି ମିଶ୍ରଣ ପୂର୍ବରୁ ସଂଗଠନର ଅନୁମତି ନେବା ଦରକାର।”

Related story