ଆପ ନେତାଙ୍କୁ ନିଃସର୍ତ୍ତ କ୍ଷମା ମାଗିଲେ ବିଜେପି ନେତା କପିଲ ମିଶ୍ରା

ନୂଆଦିଲ୍ଲୀ: ବିଜେପି ନେତା କପିଲ ମିଶ୍ରା ଆପ୍‌ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନିଃସର୍ତ୍ତ କ୍ଷମା ମାଗିଛନ୍ତି। କପିଲ ମିଶ୍ରା କ୍ଷମା ମାଗିବା ପରେ ତାଙ୍କ ନାଁରେ ଦିଲ୍ଲୀର ଏକ କୋର୍ଟରେ ହୋଇଥିବା ଅପରାଧିକ ମାନହାନୀ ମାମଲା ମଧ୍ୟ ବନ୍ଦ ହୋଇଯାଇଛି। କପିଲ ମିଶ୍ରା ୨୦୧୭ରେ ଶ୍ରୀ ଜୈନ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ମାନହାନୀ ହେଲା ଭଳି ବୟାନ ଦେଇଥିଲେ। ଏଥିପାଇଁ ଶ୍ରୀ ଜୈନ କୋର୍ଟରେ ମାମଲା କରିଥିଲେ। ଏବେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାଣ୍ଟ […]

b

b

Hemant Lenka
  • Published: Thursday, 29 October 2020
  • Updated: 29 October 2020, 05:31 PM IST

ନୂଆଦିଲ୍ଲୀ: ବିଜେପି ନେତା କପିଲ ମିଶ୍ରା ଆପ୍‌ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନିଃସର୍ତ୍ତ କ୍ଷମା ମାଗିଛନ୍ତି। କପିଲ ମିଶ୍ରା କ୍ଷମା ମାଗିବା ପରେ ତାଙ୍କ ନାଁରେ ଦିଲ୍ଲୀର ଏକ କୋର୍ଟରେ ହୋଇଥିବା ଅପରାଧିକ ମାନହାନୀ ମାମଲା ମଧ୍ୟ ବନ୍ଦ ହୋଇଯାଇଛି। କପିଲ ମିଶ୍ରା ୨୦୧୭ରେ ଶ୍ରୀ ଜୈନ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ମାନହାନୀ ହେଲା ଭଳି ବୟାନ ଦେଇଥିଲେ। ଏଥିପାଇଁ ଶ୍ରୀ ଜୈନ କୋର୍ଟରେ ମାମଲା କରିଥିଲେ।

ଏବେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ବିଶାଲ ପହୁଜାଙ୍କ ନିକଟରେ କପିଲ ମିଶ୍ରା ନିଃସର୍ତ୍ତ କ୍ଷମା ମାଗିଛନ୍ତି। ସେ କ୍ଷମା ମାଗିବାରୁ କୋର୍ଟ ଉକ୍ତ ଅପରାଧିକ ମାନହାନୀ ମାମଲାକୁ ବନ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ କପିଲ ମିଶ୍ରା ଲିଖିତ ଭାବେ କ୍ଷମା ମାଗିବାକୁ ରାଜି ହୋଇଥିବା କଥା କହିଛନ୍ତି। ଏଥିସହ ଅଭିଯୋଗକାରୀ ଜୈନ ମଧ୍ୟ କ୍ଷମା ମାଗିଲେ ମାମଲା ପ୍ରତ୍ୟାହାର କରିନେବେ ବୋଲି କହିଛନ୍ତି। କପିଲ ମିଶ୍ରା ନିଃସର୍ତ୍ତ କ୍ଷମା ମାଗିବାରୁ ଶ୍ରୀ ଜୈନ ନିଜର ଅଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି। ତେଣୁ ମାମଲାକୁ ଏଠାରେ ବନ୍ଦ କରାଯାଉଛି।

୨୦୧୭ରେ କପିଲ ମିଶ୍ରା ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସତ୍ୟେନ୍ଦ୍ର ଜୈନ ୨ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରି ଅରବିନ୍ଦ କେଜ୍ରିୱାଲଙ୍କୁ ଦେଇଛନ୍ତି। କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କ ପାଇଁ ୫୦ କୋଟିର ଜମି ଡିଲ୍‌ ମଧ୍ୟ ଜୈନ କରିଥିବା ସେ ଅଭିଯୋଗ କରିଥିଲେ। କିନ୍ତୁ ଏହି ଅଭିଯୋଗକୁ ଭିତ୍ତିହୀନ କହି ଜୈନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos