ସୈନିକ ସ୍କୁଲରେ ଓବିସି ବର୍ଗଙ୍କ ପାଇଁ ୨୭% କୋଟା

ନୂଆଦିଲ୍ଲୀ: ଦେଶରେ ଥିବା ୩୧ଟି ସୈନିକ ସ୍କୁଲରେ ୨୦୨୧-୨୦୨୨ ଶିକ୍ଷାବର୍ଷରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ସୈନିକ ସ୍କୁଲରେ ଅନ୍ୟ ପଛୁଆ ବର୍ଗ(ଓବିସି) ଓ ଏନଏଲସି ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ୨୭% ସିଟ୍‌ ସଂରକ୍ଷଣ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଅଜୟ କୁମାର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିହାହର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସଚିବ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। […]

fw

fw

Hemant Lenka
  • Published: Saturday, 31 October 2020
  • Updated: 31 October 2020, 04:29 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଥିବା ୩୧ଟି ସୈନିକ ସ୍କୁଲରେ ୨୦୨୧-୨୦୨୨ ଶିକ୍ଷାବର୍ଷରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ସୈନିକ ସ୍କୁଲରେ ଅନ୍ୟ ପଛୁଆ ବର୍ଗ(ଓବିସି) ଓ ଏନଏଲସି ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ୨୭% ସିଟ୍‌ ସଂରକ୍ଷଣ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଅଜୟ କୁମାର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିହାହର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସଚିବ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।

ପୂର୍ବରୁ ସୈନିକ ସ୍କୁଲରେ ଏସସି ବର୍ଗଙ୍କ ପାଇଁ ୧୫%, ଏସ୍‌ଟି ବର୍ଗଙ୍କ ପାଇଁ ୭.୫% ଓ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପିଲାଙ୍କ ପାଇଁ ୨୫% ଆସନ ସଂରକ୍ଷଣ ହୋଇ ରହିଥିଲା। ଦେଶରେ ଥିବା ସୈନିକ ସ୍କୁଲରେ ୬୭% ଆସନ ଉକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ପିଲାଙ୍କ ପାଇଁ ସଂରକ୍ଷିତ ରହୁଥିବା ବେଳେ ୩୩% ଆସନ ବାହାର ରାଜ୍ୟର ଲୋକଙ୍କ ପିଲା ନାଁ ଲେଖାଇବାର ବ୍ୟବସ୍ଥା ରହିଛି।

ଯଦି ଏବେ ସଂପୃକ୍ତ ରାଜ୍ୟରେ ଓବିସି, ଏସସି ଓ ଏସଟି କୋଟା ପୂରଣ ନ ହେବ, ତା’ହେଲେ ଉକ୍ତ ସିଟ୍‌ ଗୁଡ଼ିକୁ ପ୍ରତିରକ୍ଷା ଓ ସାଧାରଣ ବର୍ଗରଙ୍କ ପିଲାମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିବ। ଯେମିତି ହେଲେ ବି ରାଜ୍ୟର ୬୭% କୋଟା ପୂରଣ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos