ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, କାହିଁକି ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଯେଉଁ ମହିଳା ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ସେଦିନ ସିଏ ତାଙ୍କ ପତ୍ନୀ ଥିଲେ। ତେଣୁ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଡିସନାଲ ସେସନ୍ସ ଜଜ୍‌ ଉମେଦ ସିଂହ ଗ୍ରେୱାଲ କହିଛନ୍ତି, “ମହିଳା ଜଣଙ୍କ ୨୦୧୬ ଜୁଲାଇ ୫ରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ସେଦିନ ସିଏ ବ୍ୟକ୍ତି ଜଣଙ୍କର ପତ୍ନୀ ଥିଲେ ବୋଲି […]

evz

evz

Hemant Lenka
  • Published: Thursday, 23 January 2020
  • Updated: 23 January 2020, 12:08 PM IST

Sports

Latest News

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଯେଉଁ ମହିଳା ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ସେଦିନ ସିଏ ତାଙ୍କ ପତ୍ନୀ ଥିଲେ। ତେଣୁ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଆଡିସନାଲ ସେସନ୍ସ ଜଜ୍‌ ଉମେଦ ସିଂହ ଗ୍ରେୱାଲ କହିଛନ୍ତି, “ମହିଳା ଜଣଙ୍କ ୨୦୧୬ ଜୁଲାଇ ୫ରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ସେଦିନ ସିଏ ବ୍ୟକ୍ତି ଜଣଙ୍କର ପତ୍ନୀ ଥିଲେ ବୋଲି ଜଣାପଡ଼ିଛି। ମହିଳା ଜଣଙ୍କ ଅଭିଯୁକ୍ତଙ୍କୁ ୨୦୧୫ ନଭେମ୍ବର ୨ ତାରିଖରେ ବାହା ହୋଇଥିଲେ। ଏହାପରେ ହିଁ ସେ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ତେଣୁ ଏଭଳି ଘଟଣାକୁ ଦୁଷ୍କର୍ମ ଭାବେ ନିଆ ନ ଯାଇପାରେ।”

ମହିଳା ଜଣ ଉକ୍ତ ବ୍ୟକ୍ତିଙ୍କ ସହ ପଞ୍ଜାବରେ ରହୁଥିଲେ। ତେବେ ଏହି ସମୟରେ ବ୍ୟକ୍ତି ଜଣଙ୍କ ଚୋରି କରି ଦୋଷୀ ସାବ୍ୟସ୍ତ ହୋଇଥିବା ଖବର ତାଙ୍କ ପାଖରେ ପହଞ୍ଚିଥିଲା। ଏଥିରେ ରାଗି ଯାଇ ମହିଳା ଜଣଙ୍କ କାହାକୁ କିଛି ନ କହି ଦିଲ୍ଲୀ ଚାଲି ଆସିଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ଦିଲ୍ଲୀ ଆସି ତାଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପୁଣିଥରେ ଉଭୟ ଏକାଠି ରହିଥିଲେ।

କିଛି ଦିନ ପରେ ମହିଳାଙ୍କ ଠାରୁ ବ୍ୟକ୍ତି ଜଣଙ୍କ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ ସହ ରହିବାକୁ ଆଉ ରାଜି ହୋଇ ନଥିଲେ। ପୁଲିସ୍‌ ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରିଥିଲା। ଜେଲରୁ ମୁକୁଳିବା ପରେ ବ୍ୟକ୍ତି ଜଣଙ୍କ ମହିଳାଙ୍କ ଘରକୁ ଯିବା ସହ ତାଙ୍କ ସହ ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଥିଲା।

କୋର୍ଟ କହିଛନ୍ତି, “ଶାରିରୀକ ସମ୍ପର୍କ ମହିଳା ଓ ପୁରୁଷଙ୍କ ସହମତିରେ ହୋଇଥିଲା। ଏହି ଶାରିରୀକ ସମ୍ପର୍କ ଉଭୟ ପଞ୍ଜାବଓ ଦିଲ୍ଲୀରେ ଘଟିଥିଲା। ତେବେ ୨ ଲକ୍ଷ ଟଙ୍କା ଚୋରି ହେବା ପରେ ହିଁ ବ୍ୟକ୍ତି ଜଣଙ୍କ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିଥିବା କୁହାଯାଉଛି। ଯେତେବେଳେ ବ୍ୟକ୍ତି ଜଣଙ୍କ ବଳପୂର୍ବକ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ, ସେତେବେଳେ ସିଏ ତାଙ୍କର ପତ୍ନୀ ଥିଲେ। ତେଣୁ ଏହାକୁ ଦୁଷ୍କର୍ମ ଭାବେ ବିବେଚନା କରାଯାଇ ନପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos