ଦିଲ୍ଲୀ ଉପମୁଖ୍ୟଙ୍କ ଘର ଉପରେ ବିଜେପିର ଆକ୍ରମଣ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ଆଜି ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ କରିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ଉପରେ ବିଜେପିର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସିସୋଦିଆ ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ୍‌ କର୍ମଚାରୀମାନେ ବେଶ ଚତୁରତାର ସହ ବିଜେପିର ଗୁଣ୍ଡାମାନଙ୍କୁ ସହଯୋଗ କରିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଆକ୍ରମଣ ବେଳେ ସିସୋଦିଆ ଘରେ ନଥିଲେ। କିନ୍ତୁ ପରିବାରର ଅନ୍ୟ […]

d

d

Hemant Lenka
  • Published: Thursday, 10 December 2020
  • Updated: 10 December 2020, 06:39 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ଆଜି ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ କରିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ଉପରେ ବିଜେପିର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସିସୋଦିଆ ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ୍‌ କର୍ମଚାରୀମାନେ ବେଶ ଚତୁରତାର ସହ ବିଜେପିର ଗୁଣ୍ଡାମାନଙ୍କୁ ସହଯୋଗ କରିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଆକ୍ରମଣ ବେଳେ ସିସୋଦିଆ ଘରେ ନଥିଲେ। କିନ୍ତୁ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲା। ବିଜେପିର ଗୁଣ୍ତାମାନେ ତାଙ୍କ ଘରେ ବ୍ୟାପ ଭଙ୍ଗା ରୁଜୁ କରିଥିବା ଆପ୍‌ ମୁଖପାତ୍ର ରାଘବ ଚଡ୍ଡା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “ଯେଉଁଭଳି ଭାବେ ଯୋଜନାବଦ୍ଧ, ପ୍ରାୟୋଜିତ ଓ ହିଂସାତ୍ମକ ଢଙ୍ଗରେ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଉପରେ ଆକ୍ରମଣ କରାଗଲା, ତା’କୁ ମୁଁ ଦୃଢ଼ ନିନ୍ଦା କରୁଛି। ସେ ବାହାରେ ଥିବା ବେଳେ ପୁଲିସ୍‌ ଉପସ୍ଥିତିରେ ଗୁଣ୍ଡାମାନେ ତାଙ୍କ ଘର ଭିତରେ ପ୍ରବେଶ କଲେ। କ’ଣ ପାଇଁ ବିଜେପି ଦିଲ୍ଲୀରେ ଆଜିକାଲି ବେଶ ଆକ୍ରମଣାତ୍ମକ ହୋଇ ଉଠିଛି?

ଗଣତନ୍ତ୍ରରେ ରାଜନେତାଙ୍କୁ ଏଭଳି ଟାର୍ଗେଟ କରିବା ବେଶ ଚିନ୍ତାଜନକ। ଯେଉଁଭଳି ଭାବେ ବିଜେପି ଅଧ୍ୟକ୍ଷଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣକୁ ତଦନ୍ତ କରାଯାଉଛି, ଠିକ୍‌ ଏହି ଘଟଣାକୁ ସେଭଳି ବିଚାରକୁ ନିଆଯାଉ। ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

କେଜ୍ରିୱାଲ ଏଠାରେ ଆଜି ପଶ୍ଚିମଙ୍ଗରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡ୍‌ ଉପରେ ହୋଇଥିବା ଆକ୍ରମଣ ଘଟଣା କଥାକୁ ଉଦାହରଣ ଭାବେ ଦର୍ଶାଇଛନ୍ତି। ଆପ୍‌ ନେତା ଆତିଶୀ ନିଜ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଭିଡିଓ ପୋଷ୍ଟ କରିଛନ୍ତି।

ଏଥିରେ ଏକାଧିକ ଲୋକ ପୁଲିସ୍‌ ଉପସ୍ଥିତିରେ ଜୋରଜବରଦସ୍ତି ସିସୋଦିଆଙ୍କ ବାସଭବନ ମଧ୍ୟରେ ଧସେଇ ପଶୁଥିବା ଦୃଶ୍ୟ ରହିଛି। ସେହିପରି ଜଣେ ପୁଲିସ୍‌ କର୍ମଚାରୀ ବନ୍ଧୁକ ଧରି ଛିଡ଼ା ହୋଇଥିଲେ ହେଁ ଧସେଇ ପଶୁଥିବା ଲୋକମାନେ ଏହାକୁ ଆଦୌ ଖାତିର କରି ନଥିଲେ।

ଆତିଶୀ କହିଛନ୍ତି, “ଦିଲ୍ଲୀ ରାଜନୀତିକ ଇତିହାସରେ ଆଜି ଏକ କଳାଦିବସ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବେ ତାଙ୍କ ଦଳର ଗୁଣ୍ଡା ଓ ପୁଲିସ୍‌କୁ ବ୍ୟବହାର କରି ଆପ ନେତା ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଆକ୍ରମଣ ବେଳେ ସିସୋଦିଆ ଘରେ ନଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story