ଦିଲ୍ଲୀରେ ଖାତା ଖୋଲିପାରୁନି କଂଗ୍ରେସ, ଦଳରୁ ଶୁଭିଲା ଆତ୍ମସମୀକ୍ଷାର ସ୍ୱର

ନୂଆଦିଲ୍ଲୀ: ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ନିଜ ରେକର୍ଡ ବଜାୟ ରଖିବାର ସମ୍ଭାବନା ରହିଛି। ଏହାକୁ ନେଇ ବିଭିନ୍ନ ମହଲରେ ତାଚ୍ଛଲ୍ୟ ମିଶ୍ରିତ ସମାଲୋଚନା ଆରମ୍ଭ ହୋଇଯାଇଛି। ଦେଶର ଅନ୍ୟତମ ବେଷ୍ଟସେଲିଂ ଲେଖକ ଚେତନ ଭଗତ ଏପରି ରେଜଲ୍ଟକୁ ନେଇ କହିଛନ୍ତି, ‘ଲାଗୁଛି ଦିଲ୍ଲୀରେ କଂଗ୍ରେସ ନିଜ ସ୍ଥିତି ବଜାୟ ରଖିବ’। ୨୦୧୩ରେ କ୍ଷମତାଚ୍ୟୁତ ହୋଇଥିବା କଂଗ୍ରେସର ବିଧାୟକ ପ୍ରାର୍ଥୀମାନେ ଏପରି ପ୍ରଦର୍ଶନ କରିବାକୁ ନେଇ ଦଳ ଭିତରୁ ମଧ୍ୟ ସ୍ୱର ଉଠିବା ଆରମ୍ଭ ହୋଇଛି।

ସୁପ୍ରିମକୋର୍ଟ ଓକିଲି ତଥା ରାଜ୍ୟସଭା ସାଂସଦ ଅଭିଷେକ ମନୁ ସିଂଘଭୀ କହିଛନ୍ତି, କଂଗ୍ରେସକୁ ୧୯୯୮ରୁ ୨୦୧୩ ମଧ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କର ବିକଳ୍ପ ଖୋଜିବାକୁ ହେବ। ବର୍ତ୍ତମାନଠାରୁ ୪ ବର୍ଷ ଯାଏ ତାଙ୍କୁ ସମର୍ଥନ ଦିଆଯିବା ଦରକାର। ବିଜେପି ପ୍ରାୟ ୧୫ ଆସନରେ ଜିତିବ ବୋଲି ସେ କୋର୍ଟ ଏବଂ ସଂସଦରେ ସାଙ୍ଗମାନଙ୍କୁ କହିଥିବା ଏହି ଅବସରରେ କହିଥିଲେ। ଆପ୍‌ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ କାମ କରିଥିବା ସେ ଏହି ଟ୍ୱିଟରେ କହିଥିଲେ।

ସେହିଭଳି ଦିଲ୍ଲୀ ମହିଳା କଂଗ୍ରେସ ସଭାପତି ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି, ଶୀର୍ଷ ନେତୃତ୍ୱରେ ନିଷ୍ପତ୍ତି ନେବାରେ ବିଳମ୍ବ, ରଣନୀତିର ଅଭାବ, ରାଜ୍ୟସ୍ତରରେ ଏକତାର ଅଭାବ ଏବଂ ହତାଶ କର୍ମୀ ଆଦି କାରଣ ଏଥିପାଇଁ ଦାୟୀ। ତୃଣମୂଳ ସ୍ତର ସହ ଦଳ ଯୋଡ଼ିହୋଇ ପାରିନଥିବା ସେ କହିଛନ୍ତି।
ସେହିଭଳି ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, କଂଗ୍ରେସର ପରାଜୟ ଭଲ ବାର୍ତ୍ତା ଦେବନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।