ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ରହସ୍ୟ ଉପରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କରିଥିବା ଜନସ୍ୱାର୍ଥ ମାମଲା ଦିଲ୍ଲୀ ହାଇକୋର୍ଟରେ ଖାରଜ। କୋର୍ଟଙ୍କ ନିରୀକ୍ଷଣରେ SIT ତଦନ୍ତ ଦାବି କରି ସୁବ୍ରମଣ୍ୟମ ସ୍ୱାମୀ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହାକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହା ପବ୍ଲିକ ଇନ୍‌ଟ୍ରେଷ୍ଟ ଲିଟିଗେସନ ନୁହେଁ ବରଂ ପଲିଟିକାଲ ଇନ୍‌ଟ୍ରେଷ୍ଟ ଲିଟିଗେସନ।

ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ପଛରେ ରାଜନୈତିକ ଅଭିସନ୍ଧି ରହିଛି। ରାଜନୈତିକ ଉଦ୍ଦେଶ୍ୟ ପୂରଣ ଲାଗି କୋର୍ଟକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସିଧା ସିଧା କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀର ଏକ ଫାଇଭ ଷ୍ଟାର ହୋଟେଲରେ ୨୦୧୪ ଜାନୁଆରୀ ୧୭ ତରିଖରେ ସନ୍ଦେହଜନକ ଅବସ୍ଥାରେ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ହୋଇଥିଲା। ଏବେ ବି ତାହା ରହସ୍ୟ ଘେରରେ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।