ନଭେମ୍ବରରୁ ଦିଲ୍ଲୀରେ ଅସହ୍ୟ ଜାଡ଼, ଭାଙ୍ଗିଲା ୧୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଏବେଠାରୁ ହିଁ ଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୁତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ନଭେମ୍ବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟର ରେକର୍ଡ କରାଯାଇଛି। ୧୦ ବର୍ଷ ମଧ୍ୟରେ କେବେ ହେଲେ ନଭେମ୍ବର ମାସରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ଏତେ ତଳକୁ ଖସି ନଥିଲା। ପଶ୍ଚିମ ହିମାଳୟ କ୍ଷେତ୍ରରେ ପ୍ରବଳ ବରଫପାତ ହେଉଥିବାରୁ […]

h

h

Hemant Lenka
  • Published: Friday, 20 November 2020
  • Updated: 20 November 2020, 11:19 AM IST

Sports

Latest News

ନୂଆଦିଲ୍ଲୀ: ଏବେଠାରୁ ହିଁ ଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୁତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ନଭେମ୍ବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟର ରେକର୍ଡ କରାଯାଇଛି।

୧୦ ବର୍ଷ ମଧ୍ୟରେ କେବେ ହେଲେ ନଭେମ୍ବର ମାସରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ଏତେ ତଳକୁ ଖସି ନଥିଲା। ପଶ୍ଚିମ ହିମାଳୟ କ୍ଷେତ୍ରରେ ପ୍ରବଳ ବରଫପାତ ହେଉଥିବାରୁ ଦିଲ୍ଲୀରେ ଏଭଳି ଥଣ୍ଡା ଅନୁଭୁତ ହେଉଥିବା ପାଣିପାଗ ବିଭାଗ କହିଛି। ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଥିଲା ଯେ ଯଦି ପଶ୍ଚିମ ହିମାଳୟ କ୍ଷେତ୍ରରେ ପ୍ରବଳ ବରଫପାତ ଜାରି ରହିବ, ତା’ହେଲେ ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲିସିୟସ ହ୍ରାସ ପାଇପାରେ। ଗୁରୁବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରହିଥିଲା। ଶୁକ୍ରବାର ଏହର ଦୁଇ ଡିଗ୍ରୀ ହ୍ରାସ ପାଇଁ ୭.୫ ହୋଇ ଯାଇଛି।

ବିଭାଗ କହିଛି ଯେ ଚଳିତ ସିଜିନ୍‌ରେ ଦିଲ୍ଲୀରେ ତାପମାତ୍ରା ଏତେ ପରିମାଣର ହ୍ରାସ ପାଇବା ପ୍ରଥମ ଘଟଣା। ସାଧାରଣତଃ ୧୯ରୁ ୨୧ ନଭେମ୍ବର ଯାଏ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ଓ ୨୨ରୁ ୨୬ ନଭେମ୍ବର ଯାଏ ତାପମାତ୍ରା ୧୧.୩ ଡିଗ୍ରୀ ସେଲସିୟସ ରହିଥାଏ। କିନ୍ତୁ ଏଥର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos