ଜାମିଆ ହିଂସା: ଜାରି ହେଲା ୭୦ ଦଙ୍ଗାକାରୀଙ୍କ ଫଟୋ

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଆଜି ପୁଲିସ୍‌ ୭୦ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରିତ କରିଛି। ଏମାନେ ଜାମିଆ ନିକଟରେ ଘଟିଥିବା ହିଂସାକାଣ୍ଡରେ ସାମିଲ ଥିବା ପୁଲିସ୍‌ ଦାବି କରିଛି। ହେଲେ ଏମାନେ ଜାମିଆ ଛାତ୍ର ନା ସାଧାରଣ ଦୁର୍ବୃତ୍ତ ସେକଥା ପୁଲିସ୍‌ ପକ୍ଷରୁ କୁହାଯାଇ ନାହିଁ। ଡିସେମ୍ବର ୧୫ ରାତିରେ ପୁଲିସ୍‌ ଜାମିଆ ଛାତ୍ରଛାତ୍ରୀମାନେ ପୋଡ଼ା ଜଳା କରିଥିବା ଦାବି କରି […]

utg

utg

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 09:24 PM IST

Sports

Latest News

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଆଜି ପୁଲିସ୍‌ ୭୦ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରିତ କରିଛି। ଏମାନେ ଜାମିଆ ନିକଟରେ ଘଟିଥିବା ହିଂସାକାଣ୍ଡରେ ସାମିଲ ଥିବା ପୁଲିସ୍‌ ଦାବି କରିଛି।

ହେଲେ ଏମାନେ ଜାମିଆ ଛାତ୍ର ନା ସାଧାରଣ ଦୁର୍ବୃତ୍ତ ସେକଥା ପୁଲିସ୍‌ ପକ୍ଷରୁ କୁହାଯାଇ ନାହିଁ। ଡିସେମ୍ବର ୧୫ ରାତିରେ ପୁଲିସ୍‌ ଜାମିଆ ଛାତ୍ରଛାତ୍ରୀମାନେ ପୋଡ଼ା ଜଳା କରିଥିବା ଦାବି କରି ପୁଲିସ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲା। ଏଥିସହ ସେଠାରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଗାଈଗୋରୁଙ୍କ ଭଳି ପିଟିଥିଲା।

ଯାହାକୁ ନେଇ ସାରା ଦେଶରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପୁଲିସ୍‌ କହିଛି ଯେ ଜାମିଆ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଗୋଟିଏ ମାମଲା ଦଙ୍ଗା ପାଇଁ ଜାମିଆ ନଗର ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଥିବା ବେଳେ ଅନ୍ୟଟି ନ୍ୟୁ ଫ୍ରେଣ୍ଡସ କଲୋନୀ ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଛି। ଏଥିରେ ଦଙ୍ଗାସୃଷ୍ଟି କରିବା, ବେଆଇନ ଭାବେ ଏକାଠି ହେବା ଓ ସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ଭଳି ଦଫା ଲାଗିଛି।

ଦିଲ୍ଲୀ ପୁଲିସ୍‌ କ୍ରାଇମବ୍ରାଞ୍ଚର ଏସଆଇଟି ଉଭୟ ମାମଲାର ତଦନ୍ତ କରୁଛି। ଆଜି ଜାରି ହୋଇଥିବା ଫଟୋରେ ଥିବା ବ୍ୟକ୍ତିମାନେ ଦଙ୍ଗାରେ ସାମିଲ ଥିଲେ। ଏମାନଙ୍କ ସମ୍ପର୍କରେ ଖବର ଯିଏ ବି ଦେବ, ତାଙ୍କୁ ପୁଲିସ୍‌ ତରଫରୁ ପୁରସ୍କୃତ କରାଯିବ। ଯେ କୌଣସି ବ୍ୟକ୍ତି ଦିଲ୍ଲୀ ପୁଲିସ୍‌କୁ 011-23013918 and 9750871252 ନମ୍ବରରେ ଯୋଗାଯୋଗ କରି ତଥ୍ୟ ଦେଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos