ଦିଲ୍ଲୀରେ ସ୍କୁଲ, କଲେଜ ଓ ସିନେମା ହଲ ୩୧ ଯାଏ ବନ୍ଦ

ନୂଆଦିଲ୍ଲୀ: କରୋନା ଭାଇରସର ଭୟଙ୍କର ରୂପକୁ ଦେଖି ଆଜି ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ୩୧ ତାରିଖ ଯାଏ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲକୁ ବନ୍ଦ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏହାପୂର୍ବରୁ ସରକାର ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ରଖିଥିଲେ। ହେଲେ ପରୀକ୍ଷାକୁ ଦୃଷ୍ଟିରେ ରଖି ସେକେଣ୍ଡାରୀ ସ୍କୁଲ ଗୁଡ଼ିକ ଖୋଲା ରହିଥିଲା। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ […]

ef

ef

Hemant Lenka
  • Published: Thursday, 12 March 2020
  • Updated: 12 March 2020, 05:44 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ଭୟଙ୍କର ରୂପକୁ ଦେଖି ଆଜି ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ୩୧ ତାରିଖ ଯାଏ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲକୁ ବନ୍ଦ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ଏହାପୂର୍ବରୁ ସରକାର ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ରଖିଥିଲେ। ହେଲେ ପରୀକ୍ଷାକୁ ଦୃଷ୍ଟିରେ ରଖି ସେକେଣ୍ଡାରୀ ସ୍କୁଲ ଗୁଡ଼ିକ ଖୋଲା ରହିଥିଲା। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଆଜି ସରକାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେଜ୍ରିୱାଲ କହିଛନ୍ତି, “ଦିଲ୍ଲୀରେ କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ସିନେମା ହଲ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରହିବ। ଯେଉଁ ସ୍କୁଲ ଓ କଲେଜରେ ପରୀକ୍ଷା ହେଉନାହିଁ, ସେଗୁଡ଼ିକ ମଧ୍ୟ ୩୧ ତାରିଖ ଯାଏ ବନ୍ଦ କରାଯିବ। କରୋନା ଏବେ ମହାମାରୀ ରୂପ ଧାରଣ କରିଛି। ତେଣୁ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ। ଏଥିସହ ସମସ୍ତ ସରକାରୀ ଓ ବେସରକାରୀ ସ୍ଥାନରେ କେମିତି ସଂକ୍ରମଣ ନ ହେବ, ତା’ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାନିଟାଇଜ ଏବେ ବାଧ୍ୟତାମୂଳକ।”

କରୋନାର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ରାଷ୍ଟ୍ରକୁ ପରାମର୍ଶ ଦେଇଛି। ପରାମର୍ଶ ଅନୁଯାୟୀ, ଗୋଟିଏ ସ୍ଥାନରେ ଶତାଧିକ ଲୋକଙ୍କୁ ସମବେତ ହେବାକୁ ବାରଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos