ଦିଲ୍ଲୀକୁ ଛାରଖାର କରିଦେବ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଭୂମିକମ୍ପ ?

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ହେବ ଭୟଙ୍କର ଭୂମିକମ୍ପ। ଏହାର ତୀବ୍ରତା ୯.୧ରୁ ୯.୨ ରହିବ ବୋଲି ଅନୁମାନ କରାଯାଉଛି। ଏପ୍ରିଲ ୭ରୁ ୧୫ ମଧ୍ୟରେ ଏହି ଭୟଙ୍କର ଭୂମିକମ୍ପ ହୋଇପାରେ। ଯଦି ଏହା ହେବ, ତେବେ ପୂରା ଦିଲ୍ଲୀ ଛାରଖାର ହୋଇଯିବ। କେବଳ ଦିଲ୍ଲୀ ନୁହେଁ, ହରିୟାଣା, ପଞ୍ଜାବ, ଜମ୍ମୁ ଓ କାଶ୍ମୀରରୁ ତାମିଲନାଡୁ, ରାଜସ୍ଥାନରୁ ବିହାର ଓ ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।  ପ୍ରକୃତି ଖେଳିବ ଧ୍ୱଂସର ତାଣ୍ଡବ ଲୀଳା। ଏହି ଭୂମିକମ୍ପର […]

delhi-ncr

delhi-ncr

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 03:07 PM IST

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ହେବ ଭୟଙ୍କର ଭୂମିକମ୍ପ। ଏହାର ତୀବ୍ରତା ୯.୧ରୁ ୯.୨ ରହିବ ବୋଲି ଅନୁମାନ କରାଯାଉଛି। ଏପ୍ରିଲ ୭ରୁ ୧୫ ମଧ୍ୟରେ ଏହି ଭୟଙ୍କର ଭୂମିକମ୍ପ ହୋଇପାରେ। ଯଦି ଏହା ହେବ, ତେବେ ପୂରା ଦିଲ୍ଲୀ ଛାରଖାର ହୋଇଯିବ। କେବଳ ଦିଲ୍ଲୀ ନୁହେଁ, ହରିୟାଣା, ପଞ୍ଜାବ, ଜମ୍ମୁ ଓ କାଶ୍ମୀରରୁ ତାମିଲନାଡୁ, ରାଜସ୍ଥାନରୁ ବିହାର ଓ ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।  ପ୍ରକୃତି ଖେଳିବ ଧ୍ୱଂସର ତାଣ୍ଡବ ଲୀଳା। ଏହି ଭୂମିକମ୍ପର କେନ୍ଦ୍ର ଗୁରୁଗ୍ରାମରେ ରହିବ ବୋଲି ଅନୁମାନ କରାଯାଉଛି।

ଯଦି ଏହା ସଙ୍ଗଠିତ ହୁଏ, ତେବେ ଏହା ହେବ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଓ ଭୟଙ୍କର ଭୂମିକମ୍ପ। ଯାହା ସାରା ଭାରତକୁ ଦୋହଲାଇ ଦେବା ସହ କୋଟି କୋଟି ଲୋକଙ୍କ ଜୀବନ ନେଇଯାଇ ପାରେ। ଏହାସହ ଏହି ଭୂମିକମ୍ପ ଭାରତର ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେବାର ମଧ୍ୟ ଆଶଙ୍କା ରହିଛି। ଏପରି ସ୍ଥିତିରେ ସରକାର ତତ୍ପରତା ଦେଖାଇବା ସହ ଲୋକଙ୍କ ଧନଜୀବନ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ସ୍ଥରରେ ପରାମର୍ଶ ଦିଆଯାଉଛି।

ଦିଲ୍ଲୀବାସୀଙ୍କୁ ଆତଙ୍କିତ କରିବା ପରି, ଏପରି ଏକ ମେସେଜ୍‌ ଏବେ ହ୍ୱାଟ୍ସଆପ୍‌ରେ ଘୁରି ବୁଲୁଛି। ଏଥିରେ ଲେଖାଯାଇଛି, “ନାସା ମୁତାବିକ ଦିଲ୍ଲୀରେ ଖୁବ୍‌ ଶୀଘ୍ର ଭୟଙ୍କର ଭୂମିକମ୍ପ ହେବ। ଯାହାର ତୀବ୍ରତା ରିଆକ୍ଟର ସ୍କେଲ୍‌ରେ ୯.୧ ବା ୯.୨ ହୋଇପାରେ। ଏହି ଭୂମିକମ୍ପର ମୁଖ୍ୟ କେନ୍ଦ୍ର ଗୁରୁଗ୍ରାମ ରହିବ। ବିଶ୍ୱ ଇତିହାସରେ ଦ୍ୱିତୀୟ ଥର ଏତେ ଭୟଙ୍କର ଭୂମିକମ୍ପ ହେବାକୁ ଯାଉଛି।”

ମେସେଜକୁ ଅଧିକରୁ ଅଧିକ ଫରୱାର୍ଡ କରିବାକୁ ହ୍ୱାଟ୍ସଆପ୍‌ରେ ପରାମର୍ଶ ଦିଆଯାଉଛି। ଏହାସହ ଦିଲ୍ଲୀରେ ରହୁଥିବା ବନ୍ଧୁ ଓ ସମ୍ପର୍କୀୟଙ୍କୁ ସଚେତନ ରହିବାକୁ ଓ ଦିଲ୍ଲୀ ଛାଡି ଚାଲି ଆସିବାକୁ ପରାମର୍ଶ ଦେବାକୁ ମଧ୍ୟ ଉଲ୍ଲେଖ କରାଯାଉଛି। ଭୂମିକମ୍ପ ସମ୍ପର୍କରେ ଅଧିକ ବିବରଣୀ ଜାଣିବାକୁ www.nasaalert.com କୁ ଲଗ୍‌ଇନ୍‌ କରିବାକୁ ମେସେଜ୍‌ରେ ଉଲ୍ଲେଖ ରହୁଛି। ଏହି ମେସେଜ୍‌ ଭାଇରାଲ ହେବା ପରେ ସାରା ଦେଶରେ ଭୟର ବାତାବରଣ ଖେଳି ଯାଇଛି। ତେବେ ଖୋଲତାଡ଼ ପରେ ଏହା ଏକ ଫେକ୍‌ ମେସେଜ୍‌ ବୋଲି କୁହାଯାଇଛି। ବିଶେଷଜ୍ଞଙ୍କ ମତରେ ଏପରି କିଛି ବୈଜ୍ଞାନିକ ପଦ୍ଧତି ବାହାରି ନାହିଁ, ଯାହା ଭୂମିକମ୍ପର ପୂର୍ବାନୁମାନ କରିପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ହ୍ୱାଟ୍ସଆପ୍‌ରେ ନାସାର ଯେଉଁ ୱେବସାଇଟ୍‌ ଠିକଣା ଦିଆଯାଉଛି ତାହା ମଧ୍ୟ ଭୁଲ। ନାସାର ଅସଲି ୱେବ୍‌ସାଇଡ୍‌ ହେଉଛି http://www.nasa.govt/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos