କଂଗ୍ରେସ ପାଇଁ ନୂଆ ସଙ୍କଟ! ଜଣେ ଲିଙ୍ଗାୟତଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ଦାବି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି। ଜେଡିଏସ୍‌ ନେତା ଏଚ୍‌.ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ଗଠନ ହେବ ସରକାର। ସେ ହେବେ ମୁଖ୍ୟମନ୍ତ୍ରୀ। ସେ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ବୋଲି ଶୁଣିବାକୁ ମିଳୁଛି। ତେବେ ଏନେଇ କିଛ ସ୍ପଷ୍ଟ ଚିତ୍ର ମିଳିନାହିଁ। ଜଣେ ଦଳିତଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯିବ ବୋଲି କୁହାଯାଉଛି। ଏଥିରେ ସବୁଠୁ ଆଗରେ […]

kumar

kumar

Rakesh Mallick
  • Published: Monday, 21 May 2018
  • Updated: 21 May 2018, 11:11 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି। ଜେଡିଏସ୍‌ ନେତା ଏଚ୍‌.ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ଗଠନ ହେବ ସରକାର। ସେ ହେବେ ମୁଖ୍ୟମନ୍ତ୍ରୀ। ସେ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ବୋଲି ଶୁଣିବାକୁ ମିଳୁଛି। ତେବେ ଏନେଇ କିଛ ସ୍ପଷ୍ଟ ଚିତ୍ର ମିଳିନାହିଁ। ଜଣେ ଦଳିତଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯିବ ବୋଲି କୁହାଯାଉଛି। ଏଥିରେ ସବୁଠୁ ଆଗରେ ରହିଛି କଂଗ୍ରେସ ନେତା ଜି. ପରମେଶ୍ୱର। ଅନ୍ୟପକ୍ଷରେ ଜେଡିଏସ୍‌ ଜଣେ ମୁସଲିମଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଲିଙ୍ଗାୟତ ସଂପ୍ରଦାୟରୁ ଜଣଙ୍କୁ ଏହି ପଦ ଦେବା ପାଇଁ  କଂଗ୍ରେସରୁ ଦାବି ହେଉଥିବା ଶୁଣିବାକୁ ମିଳିଛି।

ଲିଙ୍ଗାୟତ ସମୁଦାୟର ସଂଗଠନ ଅଖିଳ ଭାରତ ବୀରଶୈବ ମହାସଭାର ନେତା ତିପ୍ପାନା ଏକ ଖୋଲା ଚିଠି ଲେଖି କଂଗ୍ରେସ ବିଧାୟକ ଶମନୂର ଶିବଶଙ୍କରପ୍ପାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯିବାକୁ ଦାବି କରିଛନ୍ତି। ତିପ୍ପାନା କହିଛନ୍ତି ଯେ ବିଜେପିରେ ଯୋଗ ଦେବାକୁ ବି ତାଙ୍କୁ (ଶମନୂର ଶିବଶଙ୍କରପ୍ପାଙ୍କୁ) ପ୍ରସ୍ତାବ ମିଳିଥିଲା। କିନ୍ତୁ ସେ କଂଗ୍ରେସ ଛାଡ଼ି ଗଲେ ନାହିଁ। ତେଣୁ ଦଳ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଦେଉ।

samnoorଶମନୂର ଶିବଶଙ୍କରପ୍ପା ଦାବଣଗେରେ ଦକ୍ଷିଣ ବିଧାନସଭା ସିଟ୍‌ରୁ ଜିତି ଥିଲେ। ସେ ବିଜେପିକୁ ଯଶବନ୍ତରାଓଙ୍କୁ ହରାଇ ଥିଲେ। ସେ ଅଖିଳ ଭାରତ ବୀରଶୈବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି।

ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବହୁମତ ପାଇବା ପାଇଁ କଂଗ୍ରେସର ଲିଙ୍ଗାୟତ ନେତାମାନଙ୍କ ଉପରେ ଆଖେଇ ଥିଲେ। କାରଣ କୁହାଯାଉଥିଲା ଯେ କଂଗ୍ରେସର ଲିଙ୍ଗାୟତ ବିଧାୟକମାନେ ଜେଡିଏସ୍ ନେତା କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବାକୁ ଚାହୁଁନାହାଁନ୍ତି। ଏନେଇ ଦଳୀୟ ନିଷ୍ପତ୍ତିକୁ ସେମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଅବଶ୍ୟ ଏବେ ଯେ ସେମାନେ ସନ୍ତୁଷ୍ଟ ହୋଇଯାଇଛନ୍ତି ତାହା କୁହାଯାଇପାରିବନି। ଆଲୋଚନା ହେଉଛି କଂଗ୍ରେସରେ ଥିବା ଲିଙ୍ଗାୟତ ବିଧାୟକମାନେ ଯେକୌଣସି ସମୟରେ ପଟ ପରିବର୍ତ୍ତନ କରିପାରନ୍ତି। ସେମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ବିଜେପି ପକ୍ଷରୁ କୁଆଡ଼େ ଉଦ୍ୟମ ଜାରି ରହିଛି।

କଂଗ୍ରେସ ଦଳରେ ଲିଙ୍ଗାୟତ ସଂପ୍ରଦାୟର ମୋଟ ୧୮ ଜଣ ବିଧାୟକ ଅଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ତଥା ଲଗାତାର ୫ ଥର ହେଲାଣି ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିବା ଶମନୂର ଶିବଶଙ୍କରପ୍ପାଙ୍କୁ ଲିଙ୍ଗାୟତ ବିଧାୟକଙ୍କୁ ଏକଜୁଟ୍ କରି ରଖିବାର ଦାୟିତ୍ୱ ଦିଆଯାଇଥିଲା, ଯାହାକୁ ସେ ଖୁବ୍ ଭଲ ଭାବେ ସଂପନ୍ନ କରିଥିଲେ।

ସୂଚନାଯୋଗ୍ୟ, ଲିଙ୍ଗାୟତ ସଂପ୍ରଦାୟକୁ ଅଲଗା ଧର୍ମ ଭାବେ ଘୋଷଣା କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘୋଷଣା କରିଥିଲେ। କିନ୍ତୁ ଶମନୂର ଶିବଶଙ୍କରପ୍ପା ଏହାକୁ ବିରୋଧ କରିଥିଲେ। ଏହା ଲିଙ୍ଗାୟତଙ୍କୁ ଭାଗ ଭାଗ କରିବାର ଏକ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story