ବିଜେପିରେ ମିଶିବେ ସଚିନ ପାଇଲଟ୍‌! ୩୦ ବିଧାୟକଙ୍କ ସମର୍ଥନ ରଖିଥିବା ଦାବି କଲେ

ଜୟପୁର: ଜ୍ୟୋତିର ଆଦିତ୍ୟ ସିନ୍ଧିଆଙ୍କ ଭଳି ଏବେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୋଷ୍ଟର ବୟ ସଚିନ ପାଇଲଟ ବି ବିଜେପିରେ ସାମିଲ ହେବେ। ଏପରି କି ସେ ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର ସମ୍ଭାବନା ରହିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ସଚିନ ପାଇଲଟ ବିଜେପିରେ ମିଶି ଯାଆନ୍ତି, ତା’ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ସଙ୍କଟମୟ ସ୍ଥିତିକୁ ଚାଲିଯିବ।

କାରଣ କଂଗ୍ରେସ ସରକାରରେ ଥିବା ୩୦ ବିଧାୟକ ଏବେ ସଚିନ ପାଇଲଟଙ୍କ କ୍ୟାମ୍ପରେ ରହିଥିବା ସେ ଦାବି କରିଛନ୍ତି। ଏହି ୩୦ ଜଣଙ୍କ ମଧ୍ୟରେ ୨୭ ଜଣ କଂଗ୍ରେସର ହୋଇଥିବା ବେଳେ ଆଉ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ସଚିନ ଯଦି ବିଜେପିରେ ମିଶନ୍ତି, ତା’ହେଲେ ଏମାନେ ବି ସମାନ ରାସ୍ତା ଆପଣାଇବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁସାରେ, ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନେ ଆଜି ବିଧାନସଭା ଅଧ୍ୟକ୍ଷଙ୍କୁ ସେମାନଙ୍କର ଇସ୍ତଫାପତ୍ର ଦେବାର ଆଶଙ୍କା ରହିଛି। ଏପରି କି ଦଳୀୟ ହ୍ୱିପ ସତ୍ତ୍ୱେ ଏହି ବିଧାୟକମାନେ କଂଗ୍ରେସ ଡାକିଥିବା ବୈଠକରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।

ସଚିନ ପାଇଲଟ କହିଛନ୍ତି, ମୁଁ କୌଣସି ପ୍ରକାରର କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବି ନାହିଁ। ଅଶୋକ ଗେହଲଟ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ମୋ ସହ ୩୦ ଜଣ ବିଧାୟକ ରହିଛନ୍ତି ବୋଲି ସେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

ଚାକିରି ପାଇଁ ବିଜ୍ଞପ୍ତି ଦେଲେ ବିଜେଡି ସାଂସଦ, କିନ୍ତୁ ଭରସା ଦେଇ ପାରୁ ନାହାନ୍ତି

ୟୁପିଏସ୍‌ସି ରେଜଲ୍ଟ ପ୍ରକାଶ, ପ୍ରଦୀପ ସିଂହ ଟପ୍ପର, ଟପ ଟେନ୍‌ରେ ୨ ଓଡ଼ିଆ

ରାଜ୍ୟରେ ଚିହ୍ନଟ ହେଲେ ୧୩୮୪ ଆକ୍ରାନ୍ତ

ଅମାନବୀୟ କାଣ୍ଡ; ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିଲେ, ପାଣି ମାଗିବାରୁ ଦେଲେ ପରିସ୍ରା

୫୦ % କର୍ମଚାରୀରେ କାମ କରିବେ ବ୍ୟାଙ୍କ, ବୀମା ଓ ଅର୍ଥଲଗାଣ ସଂସ୍ଥା

କଟକଣାକୁ ଫୁ’: ବଙ୍ଗଳା ମରାମତିରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖଇରାତ

କୋଭିଡ୍ ଅବ୍ୟବସ୍ଥା: କେଉଁଠି ରିପୋର୍ଟ ଭୁଲ୍ ତ କେଉଁଠି ଚିକିତ୍ସା ମିଳୁନି

କାଲି ଲଘୁଚାପ, ୭ ଯାଏ ପ୍ରବଳ ବର୍ଷିବ

ରାଜ୍ୟର ୨୬ ଜିଲ୍ଲାରୁ ଚିହ୍ନଟ ହେଲେ ୧୩୮୪ ଆକ୍ରାନ୍ତ

ମିଳିଲାନି ବେଡ, ଚଟାଣରେ ବସାଇ କରୋନା ସନ୍ଦିଗ୍ଧଙ୍କୁ ଦିଆଗଲା ଅକ୍ସିଜେନ୍

କାଳ ସାଜିପାରେ ଅଗଷ୍ଟ !