ସହିପାରିଲେନି ବ୍ଲାକମେଲ, ଜୀବନ ହାରିଲେ ଆଇପିଏସ୍‌ ଅଫିସର

ଫରିଦାବାଦ: ସହଯୋଗୀଙ୍କ ବ୍ଲାକମେଲ ସହି ନପାରି ଶେଷରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ଫରିଦାବାଦର ଡେପୁଟି ପୁଲିସ୍‌ କମିଶନର ତଥା ବରିଷ୍ଠ ଆଇପିଏସ୍‌ ଅଫିସର ବିକ୍ରମ କପୁର। ସେ ଆଜି ସକାଳେ ହରିଆଣାର ଫରିଦାବାଦରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ପୁଲିସ୍‌ ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଏଥିରେ ୫୯ ବର୍ଷୀୟ ଶ୍ରୀ କପୁର ଷ୍ଟେସନ ହାଉସ୍‌ ଅଫିସର ଭୂପାନି ଅବଦୁଲ ଶହେଦ ଓ ଆଉ ଜଣେ […]

k

k

Hemant Lenka
  • Published: Wednesday, 14 August 2019
  • Updated: 14 August 2019, 05:15 PM IST

Sports

Latest News

ଫରିଦାବାଦ: ସହଯୋଗୀଙ୍କ ବ୍ଲାକମେଲ ସହି ନପାରି ଶେଷରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ଫରିଦାବାଦର ଡେପୁଟି ପୁଲିସ୍‌ କମିଶନର ତଥା ବରିଷ୍ଠ ଆଇପିଏସ୍‌ ଅଫିସର ବିକ୍ରମ କପୁର। ସେ ଆଜି ସକାଳେ ହରିଆଣାର ଫରିଦାବାଦରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।

ପୁଲିସ୍‌ ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଏଥିରେ ୫୯ ବର୍ଷୀୟ ଶ୍ରୀ କପୁର ଷ୍ଟେସନ ହାଉସ୍‌ ଅଫିସର ଭୂପାନି ଅବଦୁଲ ଶହେଦ ଓ ଆଉ ଜଣେ ସହଯୋଗୀ ତାଙ୍କୁ ବାରମ୍ବାର ବ୍ଲାକମେଲ କରୁଥିବା କଥା ଉଲ୍ଲେଖ କରିଛନ୍ତି।

ଆଇପିଏସ୍‌ କପୁର ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ଏଠାରେ ରହୁଥିଲେ। କପୁରଙ୍କ ପୁଅଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶ୍ରୀ କପୁର ଏନଆଇଟି ଫରିଦାବାଦରେ ଡିସିପି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୦ରେ ଶେଷ ହୋଇଥାଆନ୍ତା। ହେଲେ ଫରିଦାବାଦ ସେକ୍ଟର ୩୦ ସ୍ଥିତ ପୁଲିସ୍‌ ଲାଇନ୍ସରେ ଥିବା ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos