ସରକାରଙ୍କୁ ପ୍ରଦୂଷଣ ଚିନ୍ତା: କାଲିଠାରୁ ଜେନେରେଟର ବ୍ୟାନ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୫ରୁ ଦିଲ୍ଲୀ ସମେତ ଏନ୍‌ସିଆର ଅଞ୍ଚଳରେ ସମସ୍ତ ପ୍ରକାରର ଜେନେରେଟରର ବ୍ୟବହାର ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି କଟକଣା ଲାଗୁ କରାଯିବ। ଦିଲ୍ଲୀରେ ପ୍ରଦୂଣର ମାତ୍ରା ବଢ଼ୁଥିବାରୁ ଦିଲ୍ଲୀ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏଭଳି ନିଷ୍ପତ୍ତି ନେଇଛି। ଆଗକୁ ଶୀତ ଋତୁ ଆସୁଥିବା ବେଳେ ଚାଷୀମାନେ ସେମାନଙ୍କ ନଷ୍ଟ ଫସଲକୁ ମଧ୍ୟ ଜାଳିବେ। ଏହି କାରଣରୁ ପ୍ରତିବର୍ଷ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପ୍ରଦୂଷଣ […]

ff

ff

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 06:09 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୫ରୁ ଦିଲ୍ଲୀ ସମେତ ଏନ୍‌ସିଆର ଅଞ୍ଚଳରେ ସମସ୍ତ ପ୍ରକାରର ଜେନେରେଟରର ବ୍ୟବହାର ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି କଟକଣା ଲାଗୁ କରାଯିବ। ଦିଲ୍ଲୀରେ ପ୍ରଦୂଣର ମାତ୍ରା ବଢ଼ୁଥିବାରୁ ଦିଲ୍ଲୀ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏଭଳି ନିଷ୍ପତ୍ତି ନେଇଛି।

ଆଗକୁ ଶୀତ ଋତୁ ଆସୁଥିବା ବେଳେ ଚାଷୀମାନେ ସେମାନଙ୍କ ନଷ୍ଟ ଫସଲକୁ ମଧ୍ୟ ଜାଳିବେ। ଏହି କାରଣରୁ ପ୍ରତିବର୍ଷ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପ୍ରଦୂଷଣ ସ୍ଥିତି ଭୟଙ୍କର ହୋଇଥାଏ। ଏହାବାଦ ଜେନେରେଟରରୁ ନିର୍ଗତ ଧୂଆଁ ଏହି ସ୍ଥିତିକୁ ଆହୁରି ସଂଗୀନ କରିଥାଏ। ତେଣୁ ଡିପିସିସି ଏଭଳି ପଦକ୍ଷେପ ନେଇଛନ୍ତି।

ଗତବର୍ଷ ଡିପିସିସି କେବଳ ଦିଲ୍ଲୀ ସହରରେ ଡିଜେଲ ଚାଳିତ ଜେନେରେଟର ଉପରେ ରୋକ ଲଗାଇଥିଲା। ହେଲେ ଏବେ ଏନ୍‌ସିଆର ଅଞ୍ଚଳର ଗାଜିଆବାଦ, ନୋଏଡ଼ା, ଗ୍ରେଟର ନୋଏଡ଼ା, ଫରିଦାବାଦ, ଗୁରଗ୍ରାମ, ସୋନପିତ, ପାନିପଥ ଓ ବାହାଦୂରଗଡ଼ରେ ଡିଜେଲ ଚାଳିତ ଜେନେରେଟର ଉପରେ ବ୍ୟାନ୍‌ ଲାଗୁ କରିଛି। ଏହାବାଦ ପେଟ୍ରୋଲ ଓ କରାସିନରେ ଚାଲିତ ଜେନେରେଟର ଉପରେ ମଧ୍ୟ ରୋକ ଲଗାଇ ଯାଇଛି।

ତେବେ ହସ୍ପିଟାଲ, ଲିଫ୍ଟ, ଇଲଭେଟର, ରେଳବାଇ ସର୍ଭିସ,ଦିଲ୍ଲୀ ମେଟ୍ରୋ, ଏୟାରପୋର୍ଟ, ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ଓ ନ୍ୟାଶନାଲ ଇନଫରମେଟିକ ସେଣ୍ଟର ଦ୍ୱାରା ପରିଚାଳିତ ଡାଟା କେନ୍ଦ୍ର ଗୁଡ଼ିକରେ ଜରୁରୀ କାଳୀନ ପରିସ୍ଥିତିରେ ଜେନେରେଟର ଚାଲି ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos