ଆସୁଛି କରୋନା ଟିକା, ହେଲେ ଡୋଜ୍‌ ନେବାକୁ ଅମଙ୍ଗ ହେଲେଣି ଡାକ୍ତର

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସପ୍ତାହ ପରେ ଭାରତକୁ ମିଳିପାରେ ପ୍ରଥମ କରୋନା ଟିକା। ଏହା ମିଳିବା କ୍ଷଣି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଦଫାରେ ଦିଆଯିବ ବୋଲି ସରକାର କହୁଛନ୍ତି। କିନ୍ତୁ ଟିକା ଆସିବାର ସମୟ ଯେତିକି ପାଖେଇ ଆସୁଛି, ଏହାର ଡୋଜ ନେବାକୁ ଡାକ୍ତର ଓ ନର୍ସମାନେ ସେତିକି ପଛଘୁଞ୍ଚା ଦେବାରେ ଲାଗିଛନ୍ତି। ସର୍ବସମ୍ମୁଖକୁ ଟିକାର ସୁରକ୍ଷା ସମ୍ପର୍କରେ ଅଧିକ ତଥ୍ୟ ଆସିବା ଯାଏ ସେମାନେ ଅପେକ୍ଷା କରିବାକୁ ଚାହୁଁଥିବା କହିଛନ୍ତି। ଏଥିପାଇଁ […]

de

de

Hemant Lenka
  • Published: Monday, 14 December 2020
  • Updated: 14 December 2020, 06:56 PM IST

Sports

Latest News

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସପ୍ତାହ ପରେ ଭାରତକୁ ମିଳିପାରେ ପ୍ରଥମ କରୋନା ଟିକା। ଏହା ମିଳିବା କ୍ଷଣି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଦଫାରେ ଦିଆଯିବ ବୋଲି ସରକାର କହୁଛନ୍ତି। କିନ୍ତୁ ଟିକା ଆସିବାର ସମୟ ଯେତିକି ପାଖେଇ ଆସୁଛି, ଏହାର ଡୋଜ ନେବାକୁ ଡାକ୍ତର ଓ ନର୍ସମାନେ ସେତିକି ପଛଘୁଞ୍ଚା ଦେବାରେ ଲାଗିଛନ୍ତି।

ସର୍ବସମ୍ମୁଖକୁ ଟିକାର ସୁରକ୍ଷା ସମ୍ପର୍କରେ ଅଧିକ ତଥ୍ୟ ଆସିବା ଯାଏ ସେମାନେ ଅପେକ୍ଷା କରିବାକୁ ଚାହୁଁଥିବା କହିଛନ୍ତି। ଏଥିପାଇଁ ସେମାନେ ଟିକା ତରବରିଆ ଭାବେ ନେବା ଅପେକ୍ଷା କିଛି ମାସ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ସଂକ୍ରମଣ ରୋଗର ବିଶେଷଜ୍ଞ ଡାକ୍ତର ଓମ ଶ୍ରୀବାସ୍ତବ ମଧ୍ୟ ଟିକା ନେବାକୁ ଚାହୁଁନାହାନ୍ତି। ସେ ମେ’ ମାସ ଯାଏ ଅପେକ୍ଷା କରିବା ସପକ୍ଷରେ ମତ ଦେଇଛନ୍ତି। ଡା ଶ୍ରୀବାସ୍ତବ ମହାରାଷ୍ଟ୍ର କୋଭିଡ ଟାକ୍ସଫୋର୍ସର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି, “କିଛି କରୋନା ଟିକାରେ ନୂଆ ଟେକ୍ନୋଲଜି ବ୍ୟବହାର କରାଯାଇଛି। ଏହା ଡାକ୍ତରୀ ବିଜ୍ଞାନରେ ସଂପୂର୍ଣ୍ଣ ନୂଆ। ମଡର୍ଣ୍ଣା ଓ ଫାଇଜର କରୋନା ଟିକାରେ ମେସେଞ୍ଜର ଆରଏନଏ ଟେକ୍ନୋଲଜି ବ୍ୟବହାର ହୋଇଛି। ମୁଁ ଜାଣିଛି ଟିକା କାମ କରିବ। କିନ୍ତୁ ମୁଁ ଟିକା ନେବା ପୂର୍ବରୁ ଆଉ କିଛି ପରୀକ୍ଷାର ରିପୋର୍ଟ ଦେଖିବାକୁ ଚାହୁଁଛି।”

ଏଯାଏ ମାସ୍କ ଓ ସାମାଜିକ ଦୂରତା କରୋନା କବଳରୁ ତାଙ୍କୁ ରକ୍ଷା କରିଥିବାରୁ ସେ ଏହା ଉପରେ ନିର୍ଭର କରି ମେ’ ମାସ ଯାଏ ଅପେକ୍ଷା କରିବାକୁ ରାଜି ଥିବା ମତ ଦେଇଛନ୍ତି। ଫିଜିକସିଆନ ଡା. ଗୌତମ ବଂଶାଳୀ ମଧ୍ୟ ଟିକା ନେବା ପୂର୍ବରୁ ପ୍ରଥମେ କିଛି ମାସ ଅପେକ୍ଷା କରିବେ ବୋଲି କହିଛନ୍ତି।

ବିଏମସିର ଜୁମ୍ବୋ ବ୍ୟବସ୍ଥାର ମୁଖ୍ୟ କହିଛନ୍ତି, “ଯଦି ଟିକା ନେବା ସ୍ୱେଚ୍ଛାକୃତ ହୁଏ, ତା’ହେଲେ ମୁଁ ତରବରିଆ ଭାବେ ଏଥିରେ ସାମିଲ ହେବି ନାହିଁ।” ମୁମ୍ବାଇର ୧.୨୫ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଦଫାରେ ଟିକା ଦେବାକୁ ତାଲିକା ପ୍ରସ୍ତୁତ କରାଯାଇଛି। ହେଲେ ଏହା ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ରହିବ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

କେଇଏମ ହସ୍ପିଟାଲର ଡିନ୍‌ ଡା ହେମନ୍ତ ଦେଶମୁଖ କହିଛନ୍ତି, “ମୁଁ ଟିକା ନେବାକୁ କୌଣସି ଜଳଦିରେ ନାହିଁ। ଆମେ ସମସ୍ତେ କରୋନା ଭାଇରସ ବିଷୟରେ ବହୁତ କମ ଜାଣିଛେ। କରୋନାର କେତେ ପ୍ରକାରର ଷ୍ଟ୍ରେନ ବର୍ତ୍ତମାନ ରହିଛି, ସେକଥା ବି କେହି ଜାଣି ନାହାନ୍ତି। ସେହିପରି କରୋନାରୁ ଟିକା ଆମକୁ କେତେ ସୁରକ୍ଷା ଦେବ, ତା’ର ତଥ୍ୟ ସାର୍ବଜନୀନ କରାଯାଉନାହିଁ। ତେଣୁ ଟିକା ନେବା ମୁଁ ଚାହୁଁନାହିଁ। ”

ଏମାନଙ୍କ ବ୍ୟତୀତ ଶତାଧିକ ଡାକ୍ତର ଓ ନର୍ସ ମଧ୍ୟ ଟିକା ନେବାକୁ ଆଗ୍ରହ ନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story