୩ କରୋନା ରୋଗୀଙ୍କୁ ଭଲ କରିଦେଲେ ଜୟପୁର ଡାକ୍ତର

ଜୟପୁର: ମହାମାରୀ କରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସମସ୍ତଙ୍କୁ ଖୁସି କରିବା ଭଳି ଖବର ଭାରତର ଜୟପୁରରୁ ଆସିଛି। ରାଜସ୍ଥାନର ଜୟପୁରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କୁ ଭାରତୀୟ ଡାକ୍ତର ମେଡିସିନ୍‌ ଦ୍ୱାରା ଭଲ କରିଦେଇଥିବା ଜଣାପଡ଼ିଛି। କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଡାକ୍ତରମାନେ ସେମାନଙ୍କୁ ମ୍ୟାଲେରିଆ, ସ୍ୱାଇନ ଫ୍ଲୁ ଓ ଏଚଆଇଭି ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକୁ ମିଶାଇ […]

edf

edf

Hemant Lenka
  • Published: Wednesday, 18 March 2020
  • Updated: 18 March 2020, 04:30 PM IST

Sports

Latest News

ଜୟପୁର: ମହାମାରୀ କରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସମସ୍ତଙ୍କୁ ଖୁସି କରିବା ଭଳି ଖବର ଭାରତର ଜୟପୁରରୁ ଆସିଛି। ରାଜସ୍ଥାନର ଜୟପୁରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କୁ ଭାରତୀୟ ଡାକ୍ତର ମେଡିସିନ୍‌ ଦ୍ୱାରା ଭଲ କରିଦେଇଥିବା ଜଣାପଡ଼ିଛି।

କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଡାକ୍ତରମାନେ ସେମାନଙ୍କୁ ମ୍ୟାଲେରିଆ, ସ୍ୱାଇନ ଫ୍ଲୁ ଓ ଏଚଆଇଭି ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକୁ ମିଶାଇ ଏକ ସ୍ୱତନ୍ତ୍ର ଡୋଜ ତିଆରି କରି ରୋଗୀଙ୍କ ଶରୀରରେ ବ୍ୟବହାର କରିଥିଲେ। ଏହାପରେ ସୱାଇ ମାନସିଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଯାଇଛନ୍ତି।

ଅନ୍ୟ ୨୩ ଇଟାଲୀ ପର୍ଯ୍ୟଟକଙ୍କ ସହ ୬୯ ବର୍ଷୀୟ ଆଣ୍ଡ୍ରେ କାର୍ଲି ଓ ତାଙ୍କ ପତ୍ନୀ ଭାରତର ଜୟପୁର ବୁଲିବାକୁ ଆସିଥିଲେ। ଏହି ସମୟରେ ସେମାନେ କାରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେବେ ଉଭୟ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ତାଙ୍କର ନମୁନା ପରୀକ୍ଷା କରିବା ବେଳେ ନେଗେଟିଭ ଆସିଛି।

ସେହିପରି ରାଜସ୍ଥାନର ରାଜା ପାର୍କ ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ସେ ଦୁବାଇରୁ ଫେରିଥିଲେ। ହେଲେ ଏବେ ସେ ମଧ୍ୟ ସୁସ୍ଥ ହୋଇ ଯାଇଛନ୍ତି।

ସାରା ବିଶ୍ୱ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଔଷଧ ଖୋଜୁ ଥିବା ବେଳେ ଜୟପୁର ଡାକ୍ତରମାନେ ଏଥିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକ୍ତରଙ୍କ ଏଭଳି ସଫଳତାକୁ ପ୍ରଶଂସା କରିଛନ୍ତି।

ସେ ସୱାଇ ମାନସିଂ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏହି ଖବର କରୋନାକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ଆଶ୍ୱସ୍ତି ଦେବ। ତେଣୁ ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ ଓ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି।

ଏହି ୩ ଜଣଙ୍କ ବ୍ୟତୀତ ସ୍ପେନରୁ ଫେରି କରୋନାରେ ଆକ୍ରାନ୍ତ ରୋଗୀଙ୍କ ଜଣଙ୍କ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story