ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମେ’ ମାସରେ ପ୍ରଥମ ଭାଗରେ ଇଣ୍ଟର୍ଣ୍ଣ ଲଦାଖରେ ଚାଇନା ସେନା ଜୋରଜବରଦସ୍ତି ଭାରତୀୟ ସୀମାରେ ପ୍ରବେଶ କରି ଏହାକୁ ଦଖଲ କରି ନେଇଥିଲା। ଏ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟ୍‌ରେ ମଙ୍ଗଳବାର ଠାରୁ ତଥ୍ୟ ଦିଆଯାଇଥିଲା। କିନ୍ତୁ ଏହାକୁ ନେଇ ବିବାଦ ଉପୁଜିବାରୁ ଆଜି ହଠାତ୍‌ ମନ୍ତ୍ରଣାଳୟ ୱେବସାଇଟରୁ ଉକ୍ତ ପେଜ ଡିଲିଟ ହୋଇଯାଇଛି।

ୱେବସାଇଟ୍‌ରେ କୁହାଯାଇଥିଲା ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚାଇନାର ଉତ୍ପାତ୍ତ ବଢ଼ିବାରେ ଲାଗିଛି। ବିଶେଷ କରି ୨୦୨୦ ମସିହା ମେ’ ୫ରେ ଗଲୱାନ ଘାଟିରେ ଚାଇନା ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ କରିଛି। ଚାଇନିଜ ସେନା କୁଙ୍ଗରାଙ୍ଗ ନାଲା, ଗୋଗ୍ରା ଓ ପାଙ୍ଗୋଙ୍ଗ ଟିଏସଓ ଲେକର ଉତ୍ତର ଉପକୂଳରେ ଭାରତୀୟ ସୀମାରେ ପ୍ରବେଶ କରି ଜବର ଦଖଲ କରିଥିଲା। ମେ’ ୧୭-୧୮ରେ ଏହି ଘଟଣା ଘଟିଥିଲା।

ଚାଇନିଜ୍‌ ଏଗ୍ରେସନ ଇନ୍‌ ଏଲଏସି ଶୀର୍ଷରେ ୱାଟସ୍‌ ନ୍ୟୁ ସେକ୍ସନରେ ଏହା ପ୍ରକାଶ କରାଯାଇଥିଲା।

ଏଥିରେ ଆହୁରି କୁହାଯାଇଥିଲା ଯେ ବିବାଦର ସମାଧାନ କରିବା ପାଇଁ ଦୁଇ ଦେଶର ସୁରକ୍ଷା ବାହିନୀର କମାଣ୍ଡିଂ ଅଫିସରଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଜୁନ୍‌ ୬ରେ କ୍ରପ୍ସ କମାଣ୍ଡରଙ୍କ ମଧ୍ୟରେ ଫ୍ଲାଗ ମିଟିଂ ମଧ୍ୟ ହୋଇଥିଲା। ତେବେ ଜୁନ୍‌ ୧୫ରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଭାରତ ଓ ଚାଇନା ପକ୍ଷର ଯବାନ ମୃତାହତ ହୋଇଥିଲେ। ଏହାପରେ ଜୁନ୍‌ ୨୨ରେ ଡି-ଏକ୍ସିଲେସନ ପାଇଁ ଜୁନ୍‌ ୨୨ରେ ପୁଣିଥରେ ବୈଠକ ବସିଥିଲା। ତଥାପି ଚାଇନାର ସବୁ କାର୍ଯ୍ୟକଳାପ ଉପରେ ଭାରତୀୟ ଯବାନ ନଜର ରଖିଥିବା ତଥ୍ୟ ଦିଆଯାଇଥିଲା।

ତେବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ଚାଇନା କୌଣସି ପ୍ରକାରର ଅନୁପ୍ରବେଶ କରି ନଥିବା କହୁଥିଲେ ହେଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ତଥ୍ୟ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା। କଂଗ୍ରେସ ସାଂସଦ ଏହାକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆ ବୋଲି କହିଥିଲେ। ବିବାଦ ତୀବ୍ର ହେଉଥିବା ଦେଖି ଆଜି ସକାଳୁ ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟରୁ ଅନୁପ୍ରବେଶ କଥା କୁହାଯାଇଥିବା ପୃଷ୍ଠାକୁ ଡିଲିଟ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

ରାଜ୍ୟରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ, କଟକରେ ୫୦୦ରୁ ଅଧିକ

୨୦ ସେପ୍ଟେମ୍ବର, ରବିବାର: ଶତ୍ରୁମାନେ ପରାଜିତ ହେବେ

ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଆକବରଙ୍କ ମନ୍ତ୍ରୀ ତୋଡରମଲ୍ଲ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ!

୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା

୧୯ ସେପ୍ଟେମ୍ବର, ଶନିବାର: ମନ ବିଚଳିତ ରହିବ

କୃଷି ବିଧେୟକ ବିଲ ଲୋକସଭାରେ ପାରିତ, ବିରୋଧ କରି ଫଶିଗଲା କଂଗ୍ରେସ!

ଅକାଳୀଙ୍କ ପଦକ୍ଷେପ ପରେ ବିଜେପିର ହରିୟାଣା ସହଯୋଗୀ ଜେଜେପି ଉପରେ ଚାପ

୧୮ସେପ୍ଟେମ୍ବର, ଶୁକ୍ରବାର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ