ଆତଙ୍କବାଦୀର ଆତ୍ମସମର୍ପଣ: ପୁଅ ତୁମର କିଛି ହେବନି ବୋଲି କହିଲେ ସୁରକ୍ଷାକର୍ମୀ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ଭାରତୀୟ ସୁରକ୍ଷାକର୍ମୀ ପୁଣିଥରେ ସମସ୍ତଙ୍କ ହୃଦୟଜିତିଛନ୍ତି। ଆତଙ୍କବାଦୀ ହୋଇଥିଲେ ହେଁ ଜଣେ ଯୁବକଙ୍କ ପ୍ରତି ଭାରତୀୟ ସୁରକ୍ଷାକର୍ମୀ ଦେଖାଇଥିବା ମାନବିକତାର ଭିଡିଓ ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରେ ଚାଲିଥିବା ଅପରେସନ ବେଳେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ବେଳେ ଯାହା ଘଟିଥିଲା, ତା’ର ଭିଡିଓ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ରିଲିଜ କରାଯାଇଛି। ଭିଡିଓରେ ଆତ୍ମସମର୍ପଣ କରୁଥିବା ଆତଙ୍କବାଦୀର ବୟସ ପାଖାପାଖି ୩୧ ହେବ। ସେ ନିକଟରେ ଆତଙ୍କୀ ସଂଗଠନରେ ଯୋଗଦେଇଥିଲା। ତା’ଠାରୁ ସୁରକ୍ଷାକର୍ମୀମାନେ ଗୋଟିଏ ଏକେ-୪୭ […]

r

r

Hemant Lenka
  • Published: Saturday, 17 October 2020
  • Updated: 17 October 2020, 04:20 PM IST

Sports

Latest News

ଶ୍ରୀନଗର: ଭାରତୀୟ ସୁରକ୍ଷାକର୍ମୀ ପୁଣିଥରେ ସମସ୍ତଙ୍କ ହୃଦୟଜିତିଛନ୍ତି। ଆତଙ୍କବାଦୀ ହୋଇଥିଲେ ହେଁ ଜଣେ ଯୁବକଙ୍କ ପ୍ରତି ଭାରତୀୟ ସୁରକ୍ଷାକର୍ମୀ ଦେଖାଇଥିବା ମାନବିକତାର ଭିଡିଓ ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରେ ଚାଲିଥିବା ଅପରେସନ ବେଳେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ବେଳେ ଯାହା ଘଟିଥିଲା, ତା’ର ଭିଡିଓ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ରିଲିଜ କରାଯାଇଛି।

ଭିଡିଓରେ ଆତ୍ମସମର୍ପଣ କରୁଥିବା ଆତଙ୍କବାଦୀର ବୟସ ପାଖାପାଖି ୩୧ ହେବ। ସେ ନିକଟରେ ଆତଙ୍କୀ ସଂଗଠନରେ ଯୋଗଦେଇଥିଲା। ତା’ଠାରୁ ସୁରକ୍ଷାକର୍ମୀମାନେ ଗୋଟିଏ ଏକେ-୪୭ ଜବତ କରିଛନ୍ତି। ଭିଡିଓରେ କମବାଟ ସେଫ୍ଟି ଗିୟର ଓ ହାତରେ ଆସଲ୍ଟ ରାଇଫଲ ଧରିଥିବା ଜଣେ ସୁରକ୍ଷାକର୍ମୀ ଆତ୍ମସମର୍ପଣ କରୁଥିବା ଆତଙ୍କବାଦୀ ସହ କଥା ହେଉଥିବା ଦେଖିବାକୁ ମିଳୁଛି।

ଏହି ଆତଙ୍କବାଦୀର ନାଁ ଜାହାଙ୍ଗିର। ବୁଦା ମଧ୍ୟରୁ ଖାଲି ଦେହରେ ହାତ ଉପରକୁ ଟେକି ସୁରକ୍ଷାକର୍ମୀଙ୍କ ଆଡ଼କୁ ଜାହାଙ୍ଗିର ଆସିବା ବେଳେ ସୁରକ୍ଷାକର୍ମୀ ଜଣଙ୍କ କହିଥିଲେ, କେହି ବି ଗୁଳି ଚଳାଇବେ ନାହିଁ। ତୁମର କିଛି ହେବନି ପୁଅ। ଜାହାଙ୍ଗିର ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିବା ପରେ ତା’କୁ ପାଣି ଦେବାକୁ ମଧ୍ୟ ଅଧିକାରୀ ଜଣଙ୍କ କହୁଥିବା ଶୁଣିବାକୁ ମିଳିଛି।

ଏହାପୂର୍ବରୁ ଅପରେସନ ବେଳେ ସୁରକ୍ଷାକର୍ମୀମାନେ କହିଥିଲେ ଯେ ଜାହାଙ୍ଗିର ଦୟା କରି ତୁମେ ନିଜର ଅସ୍ତ୍ର ତଳେ ପକାଇ ଆତ୍ମସମର୍ପଣ କର। ଆମେ ପୂରା ଅଞ୍ଚଳକୁ କର୍ଡନ କରି ସାରିଛୁ। ମୁଁ ତୁମକୁ କଥା ଦେଉଛି, ତୁମର କିଛି ବି କ୍ଷତି ହେବନି। ଭଗବାନ ପାଇଁ ଆତ୍ମସମର୍ପଣ କର। ତୁମ ପରିବାର କଥା ଚିନ୍ତା କର। ବୁଦା ମୂଳରେ ଆଉ କିଏ ଅଛି କି? ତୁମ ପାଖରେ ଆଉ କିଛି ଅସ୍ତ୍ରଶସ୍ତ୍ର ରହିଛି କି? ଜାହାଙ୍ଗିର ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିବା ପରେ ତା’କୁ ପାଣି ଦେବାକୁ ଅଧିକାରୀ ଜଣଙ୍କ କହିବା ସହ ଯବାନମାନଙ୍କୁ ଦୂରତା ବଜାୟୀ ରଖିବାକୁ କହୁଥିବା ଶୁଣିବାକୁ ମିଳୁଛି।

ଆଉ ଏକ ଭିଡିଓରେ ଜାହାଙ୍ଗିରଙ୍କ ବାପାଙ୍କ ସହ ଉକ୍ତ ସେନା ଅଧିକାରୀ ଜଣଙ୍କ କଥା ହେଉଥିବା ଦେଖିବାକୁ ମିଳିଛି। ପୁଅର ଜୀବନ ରକ୍ଷା କରିଥିବାରୁ ଜାହାଙ୍ଗିରଙ୍କ ବାପା ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା ମଧ୍ୟ କରିଥିଲେ।

ସୂଚନା ଅନୁସାରେ, ଅକ୍ଟୋବର ୧୩ ତାରିଖରେ ଜଣେ ଏସପିଓ ଦୁଇଟି ଏକେ-୪୭ ବନ୍ଧୁକ ଧରି ଫେରାର ହୋଇଯାଇଥିଲେ। ସେହିଦିନ ଜାହାଙ୍ଗିର ମଧ୍ୟ ଛାଦୋରାରୁ କେଉଁଆଡ଼େ ଚାଲି ଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା ଜଣାପଡ଼ିଥିଲା। ସର୍ଚ୍ଚ ଅପରେସନ ବେଳେ ଜାହାଙ୍ଗିର ବନ୍ଧୁକ ଧରି ବୁଦା ମୂଳରେ ଲୁଚି ଥିବା ଖବର ମିଳିଥିଲା। ପ୍ରୋଟୋକଲ ଅନୁସାରେ, ସୁରକ୍ଷାକର୍ମୀମାନେ ତା’କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କରିଥିଲେ। ଶେଷରେ ସେ ଆତ୍ମସମର୍ପଣ କରିଥିବା ସେନା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos