ଟିକାକରଣ ପୂର୍ବରୁ ଏହି ୪ ରାଜ୍ୟରେ ଡେମୋ କରିବେ ସରକାର

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି କରୋନାକୁ ମାତ ଦେଇପାରୁଥିବା ପ୍ରଥମ ଟିକା। ଏହା ମିଳିବା ପରେ ଜରୁରୀ କାଳୀନ ଭିତ୍ତିରେ ଟିକାକରଣ ଆରମ୍ଭ ହେବ। ଟିକାକରଣକୁ ଅଧିକ ସହଜ ଓ ସୁରକ୍ଷିତ କରିବା ପାଇଁ ଭାରତ ସରକାର ସବୁ ପ୍ରକାର ଯୋଜନା କରିଛନ୍ତି। ଏହାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ଟିକା ଆସିବା ପୂର୍ବରୁ ସରକାର ଟିକାକରଣର ଡେମୋ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଡିସେମ୍ବର ୨୮ ଓ ୨୯ରେ ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ଓ […]

ed

ed

Hemant Lenka
  • Published: Saturday, 26 December 2020
  • Updated: 26 December 2020, 01:21 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି କରୋନାକୁ ମାତ ଦେଇପାରୁଥିବା ପ୍ରଥମ ଟିକା। ଏହା ମିଳିବା ପରେ ଜରୁରୀ କାଳୀନ ଭିତ୍ତିରେ ଟିକାକରଣ ଆରମ୍ଭ ହେବ। ଟିକାକରଣକୁ ଅଧିକ ସହଜ ଓ ସୁରକ୍ଷିତ କରିବା ପାଇଁ ଭାରତ ସରକାର ସବୁ ପ୍ରକାର ଯୋଜନା କରିଛନ୍ତି। ଏହାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ଟିକା ଆସିବା ପୂର୍ବରୁ ସରକାର ଟିକାକରଣର ଡେମୋ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ଡିସେମ୍ବର ୨୮ ଓ ୨୯ରେ ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ଟିକାକରଣ ଡେମୋ ବା ଡ୍ରାଏ ରନ୍‌ କାର୍ଯ୍ୟକ୍ରମ ହେବ। ଏହି ୪ ରାଜ୍ୟର ୨ଟି ଲେଖାଏ ଜିଲ୍ଲାରେ ଏପରି କାର୍ଯ୍ୟକ୍ରମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଟିକାକରଣର ଡେମୋ ଦ୍ୱାରା ସରକାର ସବୁ କିଛି ବ୍ୟବସ୍ଥାକୁ ଯାଞ୍ଚ କରିବାକୁ ଚାହୁଁଛନ୍ତି। ଅସଲି କରୋନା ଟିକା ଆସିବା ପରେ ଯେମିତି ଟିକାକରଣରେ କିଛି ବି ଅସୁବିଧା ହେବନାହିଁ, ତା’କୁ ସୁନିଶ୍ଚିତ କରିବାକୁ ସରକାର ଏପରି କରୁଥିବା ଜଣାପଡ଼ିଛି।

ଡ୍ରାଏ ରନ୍‌ ବେଳେ କାହାକୁ ଟିକା ଦିଆଯିବ ନାହିଁ। କେବଳ ଟିକାକରଣର ପ୍ରକ୍ରିୟାକୁ ଯାଞ୍ଚ କରାଯିବ। ଏହାର ଅର୍ଥ ଲୋକମାନେ ଟିକାକରଣ କେନ୍ଦ୍ରକୁ ଆସିବା ପରଠାରୁ ଏଠାରେ୦ ୫ ଜଣ ଅଫିସରଙ୍କ ନିଯୁକ୍ତି, ଟିକାକୁ ନେବା ଆଣିବା କରିବା ଓ ଏହାକୁ କେମିତି ସଂରକ୍ଷିତ କରିବା, ସେସବୁ ବିଷୟରେ ଡେମୋ କରାଯିବ।

ସେହିପରି ସରକାର କୋ ୱିନ୍‌ ଆପ୍‌ରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ହିଁ ଟିକା ଦେବେ। ତେଣୁ ଡେମୋ ବେଳେ ଏହା ଠିକ୍‌ ଭାବେ କାମ କରୁଛି କି ନାହିଁ, ତା’ର ମଧ୍ୟ ସୀମକ୍ଷା କରାଯିବ। କାରଣ କୋ ୱିନ୍‌ ଆପ୍‌ ଜରିଆରେ ସରକାର ଲୋକଙ୍କୁ ଟିକାକରଣର କେନ୍ଦ୍ର ଓ  ତାରିଖ ସମ୍ପର୍କରେ ସୂଚନା ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos