ମୁସଲିମ ବିରୋଧୀ ବୟାନ ପାଇଁ ମୁମ୍ବାଇ ବିଜେପି ମୁଖ୍ୟଙ୍କୁ ଇସି ନୋଟିସ

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ହିନ୍ଦୁ ଭୋଟରଙ୍କ ମନ ଜିତିବା ପାଇଁ ବିଜେପିର ମୁମ୍ବାଇ ମୁଖ୍ୟ ମଙ୍ଗଳ ପ୍ରଭାତ ଲୋଧି ମୁସଲିମ ବିରୋଧୀ ଓ ଲୋକଙ୍କୁ ଉସକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି। ବିଜେପି ମୁଖ୍ୟଙ୍କ ଏହି ଲଗାମ ଛଡ଼ା ବୟାନ ଉପରେ ନିର୍ବାଚନ କମିଶନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି। ଲୋଧି ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ “୧୯୯୨ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋରଣ କଥା ସମସ୍ତେ ଜାଣିଥିବେ। […]

cc

cc

Hemant Lenka
  • Published: Friday, 18 October 2019
  • Updated: 18 October 2019, 04:39 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ହିନ୍ଦୁ ଭୋଟରଙ୍କ ମନ ଜିତିବା ପାଇଁ ବିଜେପିର ମୁମ୍ବାଇ ମୁଖ୍ୟ ମଙ୍ଗଳ ପ୍ରଭାତ ଲୋଧି ମୁସଲିମ ବିରୋଧୀ ଓ ଲୋକଙ୍କୁ ଉସକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି। ବିଜେପି ମୁଖ୍ୟଙ୍କ ଏହି ଲଗାମ ଛଡ଼ା ବୟାନ ଉପରେ ନିର୍ବାଚନ କମିଶନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି।

ଲୋଧି ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ “୧୯୯୨ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋରଣ କଥା ସମସ୍ତେ ଜାଣିଥିବେ। ଆପଣଙ୍କ ଠାରୁ ୫ କିମି ଦୂରରେ ଥିବା ଅଞ୍ଚଳରେ ଏହି ବୋମା ଗୁଡ଼ିକ ତିଆରି ହୋଇଥିଲେ। ସେହି ଅଞ୍ଚଳର ଜଣେ ଲୋକଙ୍କୁ ଆମେ କ’ଣ ଭୋଟ ଦେବା କି? ସେଭଳି ବ୍ୟକ୍ତି ନିର୍ବାଚିତ ହେଲେ, ସେ କେମିତି ଆପଣମାନଙ୍କୁ ସମୟ ଦେବେ?”

ଅବଶ୍ୟ ଲୋଧି ନିର୍ଦ୍ଦିଷ୍ଟ ଭାବେ କୌଣସି ଗଳି କିମ୍ବା ଅଞ୍ଚଳ କଥା କହି ନଥିଲେ ହେଁ ଅଧିକ ସଂଖ୍ୟକ ମୁସଲିମ ରହୁଥିବା ଭେଣ୍ଡି ବଜାର ଓ ନାଗପଡ଼ା କଥା ହିଁ ପରୋକ୍ଷରେ ସୂଚାଇ ଦେଇଥିଲେ। ଏଥିପାଇଁ ନିର୍ବାଚନ କମିଶନ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ମୁମ୍ବାଦେବୀରୁ ବିଜେପି ଓ ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇଥିବା ପଣ୍ଡୁରଙ୍ଗା ସଂକଳ୍ପଙ୍କ ପାଇଁ ପ୍ରଚାର କରିବା ବେଳେ ଲୋଧି ଏକଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos