ଏହି ୩ ରାଜ୍ୟର ନିର୍ବାଚନ ପାଇଁ ୧୯ରେ ତାରିଖ ଘୋଷଣା!

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନର ଆସନ୍ତା ୧୯ ତାରିଖରେ ମହାରାଷ୍ଟ୍ର, ହରିଆଣା ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ପୂର୍ବରୁ ନିର୍ବାଚନ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଏହି ରାଜ୍ୟଗୁଡ଼ିକ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ହେଲେ ଏବେ ୧୯ ତାରିଖରେ ହିଁ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି। ସୂତ୍ର ଅନୁସାରେ, ମହାରାଷ୍ଟ୍ର ଓ ହରିଆଣା […]

wr

wr

Hemant Lenka
  • Published: Monday, 16 September 2019
  • Updated: 16 September 2019, 05:59 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନର ଆସନ୍ତା ୧୯ ତାରିଖରେ ମହାରାଷ୍ଟ୍ର, ହରିଆଣା ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ପୂର୍ବରୁ ନିର୍ବାଚନ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଏହି ରାଜ୍ୟଗୁଡ଼ିକ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ହେଲେ ଏବେ ୧୯ ତାରିଖରେ ହିଁ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ, ମହାରାଷ୍ଟ୍ର ଓ ହରିଆଣା ପାଇଁ ଆଗୁଆ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଝାରଖଣ୍ଡ ପାଇଁ ଏହାର କିଛି ଦିନ ପରେ ବିଜ୍ଞପ୍ତି ଜାରି ହେବ। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ୩ ରାଜ୍ୟରେ ନିର୍ବାଚନ ଶେଷ କରିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି। ଝାରଖଣ୍ଡରେ ନକ୍ସଲଙ୍କ ଦବଦବା ରହୁଥିବାରୁ ଏଠାରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ କରାଯିବ।

୨୦୧୪ରେ ନିର୍ବାଚନ କମିଶନ ସେପ୍ଟେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରଖ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ, ଅକ୍ଟୋବର ୧୫ରେ ଭୋଟ ଗ୍ରହଣ ହୋଇଥିଲା। ଝାରଖଣ୍ଡରେ ୫ଟି ପର୍ଯ୍ୟାୟରେ ନଭେମ୍ବର ୨୫ରୁ ଡିସେମ୍ବର ୨୩ ଯାଏ ଭୋଟ ଗ୍ରହଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos