ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୧୨ କୋଟି ସମ୍ପତ୍ତି ସିଜ୍‌ କଲା ଇଡି

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଏନସି ସାଂସଦ ଫାରୁକ ଅବଦୁଲ୍ଲାଙ୍କ ୧୧.୮୬ କୋଟି ଟଙ୍କାର ସମ୍ପତ୍ତିକୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମ୍ମୁ-କଶ୍ମୀର କ୍ରିକେଟ୍ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି। ଶ୍ରୀନଗରର ଗୁପକର ରୋଡ, କଟିପୁରୋ ତହସିଲ ଓ ଜମ୍ମୁର ଭାଟିଣ୍ଡିରେ ଥିବା ୩ଟି ଘର ସହ ଶ୍ରୀନଗରର ଆବାସିକ ଅଞ୍ଚଳରେ ଥିବା ଫାରକୁଙ୍କ ଗୋଟିଏ ବ୍ୟବସାୟିକ କେନ୍ଦ୍ରକୁ ଇଡି ଜବତ କରିଛି। ଏହାର ବଜାର ମୂଲ୍ୟ ୧୧.୮୬ କୋଟି ହେବେ […]

fr

fr

Hemant Lenka
  • Published: Saturday, 19 December 2020
  • Updated: 19 December 2020, 10:56 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଏନସି ସାଂସଦ ଫାରୁକ ଅବଦୁଲ୍ଲାଙ୍କ ୧୧.୮୬ କୋଟି ଟଙ୍କାର ସମ୍ପତ୍ତିକୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମ୍ମୁ-କଶ୍ମୀର କ୍ରିକେଟ୍ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି।

ଶ୍ରୀନଗରର ଗୁପକର ରୋଡ, କଟିପୁରୋ ତହସିଲ ଓ ଜମ୍ମୁର ଭାଟିଣ୍ଡିରେ ଥିବା ୩ଟି ଘର ସହ ଶ୍ରୀନଗରର ଆବାସିକ ଅଞ୍ଚଳରେ ଥିବା ଫାରକୁଙ୍କ ଗୋଟିଏ ବ୍ୟବସାୟିକ କେନ୍ଦ୍ରକୁ ଇଡି ଜବତ କରିଛି। ଏହାର ବଜାର ମୂଲ୍ୟ ୧୧.୮୬ କୋଟି ହେବେ ବୋଲି କୁହାଯାଉଛି।

ଫାରୁକ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିବା ବେଳେ ୪୩.୬୯ କୋଟି ଟଙ୍କାର ହେରଫେର ହୋଇଥିଲା। ଏହି ଘଟଣାର ତଦନ୍ତ କରି ଇଡି ଏକାଧିକ ଥର ତାଙ୍କୁ ଜେରା ମଧ୍ୟ କରିଥିଲା। ବ୍ୟାଙ୍କରୁ ମିଳିଥିବା ଦସ୍ତାବିଜ ଆଧାରରେ ଏହି ଜେରା ହୋଇଥିଲା। ଜେରା ବେଳେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ତାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା। ଉଭୟ ସିବିଆଇ ଓ ଇଡି ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନରେ ହୋଇଥିବା ଦୁର୍ନୀତିର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos