ମେହୁଲ ଚୋକସିଙ୍କୁ ଆଣିବା ପାଇଁ ଇଡି ଦେଲା ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଚୋକସି ଏବେ ଆଣ୍ଟିଗୁଆରେ ଆତ୍ମଗୋପନ କରିଛନ୍ତି। ସ୍ୱାସ୍ଥ୍ୟ ଖରାପ ବାହାନାରେ ସେ ଭାରତ ଆସିବାକୁ ଚାହୁଁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଇଡି ପକ୍ଷରୁ ଚୋକସିଙ୍କୁ ଆଣ୍ଟିଗୁଆରୁ ଆଣିବା ପାଇଁ ଏୟାର ଆମ୍ବୁଲାନ୍ସ ପଠାଯିବ ବୋଲି କୁହାଯାଇଛି। ଏଥିସହ ଏହି ଏୟାର ଆମ୍ବୁଲାନ୍ସରେ ମେଡିକାଲ ବିଶେଷଜ୍ଞ ମଧ୍ୟ […]

mehul

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 12:33 PM IST

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଚୋକସି ଏବେ ଆଣ୍ଟିଗୁଆରେ ଆତ୍ମଗୋପନ କରିଛନ୍ତି। ସ୍ୱାସ୍ଥ୍ୟ ଖରାପ ବାହାନାରେ ସେ ଭାରତ ଆସିବାକୁ ଚାହୁଁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଇଡି ପକ୍ଷରୁ ଚୋକସିଙ୍କୁ ଆଣ୍ଟିଗୁଆରୁ ଆଣିବା ପାଇଁ ଏୟାର ଆମ୍ବୁଲାନ୍ସ ପଠାଯିବ ବୋଲି କୁହାଯାଇଛି।

ଏଥିସହ ଏହି ଏୟାର ଆମ୍ବୁଲାନ୍ସରେ ମେଡିକାଲ ବିଶେଷଜ୍ଞ ମଧ୍ୟ ରହିବେ। ଏହାବାଦ୍‌ ସେ ଭାରତ ଫେରିଲେ, ଏଠାରେ ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି।

ମୁମ୍ବାଇ ହାଇକୋର୍ଟରେ ଚୋକସି ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଭାରତ ଆସିବାକୁ ଚାହୁଁ ନଥିବା କହିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ଇଡି ଆଉ ଏକ ସତ୍ୟପାଠ ଜରିଆରେ ଏଭଳି କଥା କହିଛି।

ଇଡି ପକ୍ଷରୁ କୁହାଯାଇଛି ଯେ, ଚୋକସି କହୁଛନ୍ତି ତାଙ୍କର ୬୧୨୯ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ହେଲେ ସଂସ୍ଥା ମାତ୍ର ୨,୧୦୦ କୋଟଇ ଟଙ୍କାର ସମ୍ପତ୍ତି ଜବତ କରିଛି। ଭାରତ ଛାଡ଼ିବା ପୂର୍ବରୁ ମେହୁଲ ଚୋକସି ତାଙ୍କର ସମସ୍ତ ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଥିଲେ। ତଦନ୍ତରେ ଚୋକସି କେବେ ହେଲେ ସହଯୋଗ କରିନାହାନ୍ତି। ତାଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଛି। ଇଣ୍ଟରପୋଲ ତାଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ପଠାଇଛି। ଏହା ସତ୍ତ୍ୱେ ମଧ୍ୟ ସେ ଭାରତ ଫେରିବାକୁ ଚାହୁଁନାହାନ୍ତି। ଏଥିପାଇଁ ସେ ଜଣେ ପଳାତକ ବୋଲି ଇଡି କୋର୍ଟଙ୍କୁ ଜଣାଇଛି।

ଚୋକସି ଓ ହୀରା ବ୍ୟବସାୟୀ ନିରବ ମୋଦି ମିଳିତ ଭାବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପାଖାପାଖି ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଛନ୍ତି।

Related story