ରବର୍ଟ ଭଦ୍ରାଙ୍କୁ ହେପାଜତକୁ ନେବାକୁ ଚାହୁଁଛି ଇଡି

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ମନି ଲଣ୍ଡରିଂ ମାମଲାରେ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛି ଇଡି। ଏଥିପାଇଁ ଆଜି ଇଡି ଦିଲ୍ଲୀ ହାଇକୋର୍ଟ ଭଦ୍ରାଙ୍କ ଜାମିନ ଆବେଦନ ଖାରଜ କରନ୍ତୁ ବୋଲି ଦାବି କରିଛି। ଭଦ୍ରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ବିରୋଧ କରି ଇଡି କୋର୍ଟଙ୍କୁ କହିଛି ଯେ ଭଦ୍ରାଙ୍କ ବିରୋଧରେ ମନି ଟ୍ରାଏଲ ମାମଲାରେ ଅନେକ ପ୍ରମାଣ ମିଳିଛି। ତେଣୁ ତାଙ୍କୁ ହେପାଜତକୁ ନେଇ ଜେରା କରିବାର ଆବଶ୍ୟତକା […]

sa

sa

Hemant Lenka
  • Published: Thursday, 26 September 2019
  • Updated: 26 September 2019, 04:21 PM IST

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ମନି ଲଣ୍ଡରିଂ ମାମଲାରେ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛି ଇଡି। ଏଥିପାଇଁ ଆଜି ଇଡି ଦିଲ୍ଲୀ ହାଇକୋର୍ଟ ଭଦ୍ରାଙ୍କ ଜାମିନ ଆବେଦନ ଖାରଜ କରନ୍ତୁ ବୋଲି ଦାବି କରିଛି।

ଭଦ୍ରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ବିରୋଧ କରି ଇଡି କୋର୍ଟଙ୍କୁ କହିଛି ଯେ ଭଦ୍ରାଙ୍କ ବିରୋଧରେ ମନି ଟ୍ରାଏଲ ମାମଲାରେ ଅନେକ ପ୍ରମାଣ ମିଳିଛି। ତେଣୁ ତାଙ୍କୁ ହେପାଜତକୁ ନେଇ ଜେରା କରିବାର ଆବଶ୍ୟତକା ରହିଛି। ବିଚାରପତି ଜଷ୍ଟିସ୍‌ ଚନ୍ଦ୍ର ଶେଖରଙ୍କ ଖଣ୍ଡପୀଠଙ୍କ ଆଗରେ ଇଡି ଆହୁରି କହିଥିଲା ଯେ ଭଦ୍ରା ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାର ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି। ତେଣୁ ତାଙ୍କୁ ହେପାଜତକୁ ନେବାକୁ ଅନୁମତି ଦିଆଯାଉ।

ତେବେ ଇଡିର ସମସ୍ତ ଅଭିଯୋଗକୁ ଭଦ୍ରାଙ୍କ ଓକିଲ ବିରୋଧ କରିଥିଲେ। ଓକିଲ କହିଥିଲେ, “ତଦନ୍ତରେ ସହଯୋଗ କରୁ ନଥିବା ନେଇ ଇଡି ଯେଉଁ କଥା କହୁଛି, ତାହା ମିଛ। କାରଣ ଇଡି ମନି ଲଣ୍ଡରିଂ ମାମଲାରେ ଯେତେଥର ସମନ୍‌ କରିଛି, ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି।

ଇଡି ଯାହା ବି ପ୍ରଶ୍ନ ପଚାରିଛି ଭଦ୍ରା ତା’ର ଉତ୍ତର ଦେଇଛନ୍ତି। ହେଲେ ଇଡି ତାଙ୍କ ନାଁରେ ଆଣିଥିବା ମିଥ୍ୟା ଅଭିଯୋଗକୁ ସେ ସ୍ୱୀକାର କରୁନାହାରନ୍ତି। ଏହାର ଅର୍ଥ ନୁହେଁ ଯେ ସେ ତଦନ୍ତରେ ସହଯୋଗ କରୁନାହାନ୍ତି।”

ଏହାପରେ କୋର୍ଟ ନଭେମ୍ବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos