ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ୩୦% ବଢ଼ିଲାଣି ଖାଇବା ତେଲର ଦାମ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଖାଇବା ତେଲର ଦାମ। କରୋନା ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ବେଳେ ଏଭଳି ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷକ ମଧ୍ୟରେ ବଜାରରେ ମିଳୁଥିବା ସବୁ ଖାଇବା ତେଲର ଦାମ ୨୦ରୁ ୩୦% ବୃଦ୍ଧି ପାଇଛି। କ୍ରମାଗତ ଭାବେ ସୋରିଷ, ବନସ୍ପତି, ସୋୟାବିନ, ସନଫ୍ଲାୱାର, ବାଦାମ ଓ ପାମ ତେଲର ଦର ବୃଦ୍ଧି ହେଉଛି। ବିଶେଷ କରି ପାମ, ସୋୟାବିନ ଓ […]

gh

gh

Hemant Lenka
  • Published: Friday, 20 November 2020
  • Updated: 20 November 2020, 02:44 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଖାଇବା ତେଲର ଦାମ। କରୋନା ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ବେଳେ ଏଭଳି ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷକ ମଧ୍ୟରେ ବଜାରରେ ମିଳୁଥିବା ସବୁ ଖାଇବା ତେଲର ଦାମ ୨୦ରୁ ୩୦% ବୃଦ୍ଧି ପାଇଛି। କ୍ରମାଗତ ଭାବେ ସୋରିଷ, ବନସ୍ପତି, ସୋୟାବିନ, ସନଫ୍ଲାୱାର, ବାଦାମ ଓ ପାମ ତେଲର ଦର ବୃଦ୍ଧି ହେଉଛି। ବିଶେଷ କରି ପାମ, ସୋୟାବିନ ଓ ସନ୍‌ପ୍ଲାୱାରର ଦର ଗତ ଗୋଟିଏ ବର୍ଷ ମଧ୍ୟରେ ୨୦ରୁ ୩୦% ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି।

ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୁରୁବାର ବଜାରରେ ସୋରିଷ ତେଲର ଲିଟର ପିଛା ଦର ୧୨୦ ଟଙ୍କା ରହିଛି। ଗତବର୍ଷ ଏହା ୧୦୦ ଟଙ୍କା ରହିଥିଲା। ବନସ୍ପତି କଥା ବିଚାରକୁ ନେଲେ, ବର୍ଷକ ମଧ୍ୟରେ ଏହାର କେଜି ପ୍ରତି ଦର ୭୫.୨୫ରୁ ବୃଦ୍ଧି ପାଇ ୧୦୨.୫ରେ ପହଞ୍ଚିଛି। ସୋୟାବିନ୍‌ ତେଲର ଦର ୯୦ ଟଙ୍କା ରହିଥିଲା। ହେଲେ ଏବେ ଏହା ୧୧୦ ଟଙ୍କାରେ ବିକ୍ରି ହେଉଛି। ପାମ ଓ ସନପ୍ଲାୱାର ତେଲର ଦାମ ମଧ୍ୟ ନିୟମିତ ବଢ଼ି ଚାଲିଛି।

ସୂତ୍ର ଅନୁସାରେ, ଗତ ୬ ମାସ ହେଲାଣି ମାଲେସିଆରେ ପାମ ତେଲର ଉତ୍ପାଦନ ହ୍ରାସ ପାଇଛି। ଏହି କାରଣରୁ ଭାରତରେ ଅନ୍ୟ ଖାଇବା ତେଲର ଦାମ ବୃଦ୍ଧି ପାଉଛି। ଦେଶର ପ୍ରାୟ ୭୦% ପାମ ତେଲର ବ୍ୟବହାର ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ ବ୍ୟବହାର କରାଯାଏ। ସରକାର ଯଦି ପାମ ତେଲ ଉପରେ ଲାଗୁଥିବା ସୀମା ଶ୍ଳୁକକୁ ହ୍ରାସ କରିବେ, ତା’ହେଲେ ଅନ୍ୟ ଖାଇବା ତେଲର ଦାମ ମଧ୍ୟ ସେହି ଅନୁସାରେ ହ୍ରାସ ପାଇବ ବୋଲି ବିଭିନ୍ନ ଶିଳ୍ପ ସଂସ୍ଥା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଦିନକୁ ଦିନ ଖାଇବା ତେଲର ଦର ବୃଦ୍ଧି ହେଉଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ମନ୍ତ୍ରିସ୍ତରୀୟ ବୈଠକ ଡାକିଥିଲେ। ଦରକୁ କେମିତି ନିୟନ୍ତ୍ରଣ କରାଯାଇ ପାରିବ, ସେ ବିଷୟରେ ଏଥିରେ ଆଲୋଚନା ହୋଇଛି। ବୈଠକରେ କୁହାଯାଇଥିଲା ଯେ ପୂର୍ବରୁ ଆଳୁ ଓ ପିଆଜ ଦର ବଢ଼ୁଥିଲା।

କିନ୍ତୁ ୩୦ ହଜାର ଟନ୍‌ ପିଆଜ ଆମଦାନୀ ହେବା ପରେ ଦର ଧୀରେଧୀରେ ହ୍ରାସ ପାଉଛି। ସେହିପରି ଆଳୁ ଦରରେ ମଧ୍ୟ ସମୟ ଅତିବାହିତ ହେବା ସହ ସ୍ଥିରତା ଆସିଛି। ହେଲେ ଖାଇବା ତେଲ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ କେମିତି ହ୍ରାସ କରାଯିବ, ସେ ବିଷୟରେ ବୈଠକରେ ମାନସମନ୍ଥନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story