ବଜେଟରେ ଶିକ୍ଷା ପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୦୨୨ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବ୍ୟବସ୍ଥା କରାଯାଇଛି। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ବିଭିନ୍ନ ଏନଜିଓ ସହ ଭାଗିଦାରୀ କରି ଏହାକୁ କାର୍ଯ୍ୟକ୍ଷମ କରାଯିବ। ନୂତନ ଶିକ୍ଷା ନୀତିର ଆବଶ୍ୟକତା ଅନୁଯାୟୀ ଦେଶରେ ୧୫ ହଜାର ସ୍କୁଲକୁ ସୁଦୃଢ଼ କରାଯିବ। ଏହି ସବୁ ସ୍କୁଲର ଗୁଣବତ୍ତା ବୃଦ୍ଧି […]

cy

cy

Hemant Lenka
  • Published: Monday, 01 February 2021
  • Updated: 01 February 2021, 05:49 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୦୨୨ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବ୍ୟବସ୍ଥା କରାଯାଇଛି। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ।

ବିଭିନ୍ନ ଏନଜିଓ ସହ ଭାଗିଦାରୀ କରି ଏହାକୁ କାର୍ଯ୍ୟକ୍ଷମ କରାଯିବ। ନୂତନ ଶିକ୍ଷା ନୀତିର ଆବଶ୍ୟକତା ଅନୁଯାୟୀ ଦେଶରେ ୧୫ ହଜାର ସ୍କୁଲକୁ ସୁଦୃଢ଼ କରାଯିବ। ଏହି ସବୁ ସ୍କୁଲର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ଲେହରେ ଏକ ନୂତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଦେଶରେ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବାକୁ ଜାତୀୟ ଗବେଷଣା ଫାଉଣ୍ଡେସନ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ୫୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥିସହ ଉଚ୍ଚଶିକ୍ଷା ଆୟୋଗ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଥମ ଥର ପାଇଁ ଜାତୀୟ ଭାଷା ଅନୁବାଦ ମିଶନ ଘୋଷଣା କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜକୁ ପ୍ରମୁଖ ଭାରତୀୟ ଭାଷାରେ ଅନୁବାଦ କରି ପବ୍ଲିକ ପ୍ଲାଟଫର୍ମକୁ ଆଣିବା ହିଁ ଏହି ମିଶନର କାମ।

ଆଦିବାସୀ ଅଞ୍ଚଳରେ ୭୫୦ଟି ଏକଲବ୍ୟ ମଡେଲ ଆବାସିକ ସ୍କୁଲ ପ୍ରତିଷ୍ଠା ହେବ। ଏଥିପାଇଁ ବ୍ୟୟବରାଦକୁ ବଜେଟରେ ୨୦ କୋଟିରୁ ବୃଦ୍ଧି କରି ୩୮ କୋଟି କରାଯାଇଛି। ଏଥିସହିତ ପାହାଡ଼ୀ ଅଞ୍ଚଳରେ ଆଦିବାସୀ ଶିକ୍ଷାର୍ଥୀଙ୍କ ପାଇଁ ୪୮ କୋଟି ବଣ୍ଟା ଯାଇଛି।

ଏସସି ଶିକ୍ଷାର୍ଥୀଙ୍କ ପାଇଁ ଲାଗୁ ହୋଇଥିବା ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରଶିପ୍ ଜାରି ରହିବ। ଏଥିପାଇଁ ଆର୍ଥିକ ସହାୟତା ବୃଦ୍ଧି କରାଯାଇଛି। ଆସନ୍ତା ୬ ବର୍ଷ ପାଇଁ ଏହି ଯୋଜନାରେ ୩୫,୨୧୯ କୋଟି ଟଙ୍କା ଖର୍ଚ୍ଚ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos