ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଏମିତି ବୟାନ ଦେଲେ ଯେ ପ୍ରତିବାଦ କଲେ ଇସି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଦେଇଥିବା ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ(ଇସି)। ଭାରତର କେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେବେ ନିର୍ବାଚନ ହେବ ତା’ର ନିଷ୍ପତ୍ତି ନିର୍ବାଚନ କମିଶନ ହିଁ ନେବେ। ତେଣୁ ଏଥିରେ କେହି ବି ଅଯଥା ହସ୍ତକ୍ଷେପ କରିବା ଠିକ ନୁହେଁ। ଉପରାଜ୍ୟପାଳ ମୁର୍ମୁ ନିକଟରେ କହିଥିଲେ ଯେ କେନ୍ଦ୍ର ଶାସିତ ଅଞ୍ଚଳରେ ସୀମା ପୁଃନ ନିର୍ଦ୍ଧାରଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଶେଷ […]

de

de

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 03:55 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଦେଇଥିବା ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ(ଇସି)। ଭାରତର କେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେବେ ନିର୍ବାଚନ ହେବ ତା’ର ନିଷ୍ପତ୍ତି ନିର୍ବାଚନ କମିଶନ ହିଁ ନେବେ। ତେଣୁ ଏଥିରେ କେହି ବି ଅଯଥା ହସ୍ତକ୍ଷେପ କରିବା ଠିକ ନୁହେଁ।

ଉପରାଜ୍ୟପାଳ ମୁର୍ମୁ ନିକଟରେ କହିଥିଲେ ଯେ କେନ୍ଦ୍ର ଶାସିତ ଅଞ୍ଚଳରେ ସୀମା ପୁଃନ ନିର୍ଦ୍ଧାରଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଶେଷ ହେବା ପରେ ହିଁ ନିର୍ବାଚନ ହେବ। ଏବେ ସୀମା ପୁଃନ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି।

ଜମ୍ମୁ-କଶ୍ମୀରରେ କ୍ଷମତାସୀନ ପିଡିପି ଓ ବିଜେପି ସରକାର ଭାଙ୍ଗିବା ପରେ ଏଠାରେ ନିର୍ବାଚନ ହୋଇପାରି ନାହିଁ। ଦୀର୍ଘ ୨ ବର୍ଷ ହେଲା ସୁରକ୍ଷା କାରଣରୁ ଏଠାରେ ଭୋଟ ହୋଇପାରୁ ନଥିବା କୁହାଯାଉଛି।

ଇସିଙ୍କ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ କମିଶନକୁ ସମ୍ବିଧାନ ଅନୁସାରେ ଯେଉଁ ଦାୟିତ୍ୱ ଦିଆଯାଇଛି ବା କ୍ଷମତା ମିଳିଛି, ତା’କୁ ସମସ୍ତେ ସମ୍ମାନ କରିବା ଦରକାର। ତେଣୁ ଇସିଙ୍କ କାର୍ଯ୍ୟାଳୟ ବିନା ଆଉ କେହି ନିର୍ବାଚନ ପ୍ରକ୍ରିୟା ଉପରେ ଅଯଥା ହସ୍ତକ୍ଷେପ କରିବା ଠିକ ନୁହେଁ।

କୌଣସି ସ୍ଥାନରେ ନିର୍ବାଚନ କରିବା ପୂର୍ବରୁ ଅନେକ ବିଷୟକୁ ଗୁରୁତ୍ୱ ଦିଆଯାଇ ଥାଏ। ଭୌଗାଳିକ ଅବସ୍ଥା, ପାଣିପାଗ, ଆଞ୍ଚଳିକ ଓ ଧାର୍ମିକ ପର୍ବପର୍ବାଣୀ ପ୍ରଭୃତିକୁ ନଜରରେ ରଖାଯାଇଥାଏ। ବର୍ତ୍ତମାନ କରୋନା ଭାଇରସ ଆଉ ଏକ ସମସ୍ୟା। ତେଣୁ ସବୁ କଥାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଜନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos