କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା କମଲନାଥ ବିଦା

ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ମହଙ୍ଗା ପଡ଼ିଛି। ନିୟମ ଉଲ୍ଲଙ୍ଘନ କରୁଥିବାରୁ ଭାରତୀୟ ନିର୍ବାଚନ କମିଶନ କମଲନାଥଙ୍କୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବିଦା କରିଛନ୍ତି। ଏଥିସହ କମଲନାଥଙ୍କୁ କମିଶନ ତାଙ୍କ ଆଇଟମ୍‌ ଶବ୍ଦ ପାଇଁ ତୀବ୍ର ଭର୍ତ୍ସନା କରିଛନ୍ତି। କମିଶନ କହିଛନ୍ତି, କମଲନାଥ ଜଣେ ମହିଳା ପ୍ରାର୍ଥୀଙ୍କ ବିରୋଧରେ ଆଇଟମ ଶବ୍ଦ ପ୍ରୟୋଗ କରିଛନ୍ତି। ମହିଳାଙ୍କ ବିରୋଧରେ ଏଭଳି ଶବ୍ଦ […]

hk

hk

Hemant Lenka
  • Published: Friday, 30 October 2020
  • Updated: 30 October 2020, 06:40 PM IST

Sports

Latest News

ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ମହଙ୍ଗା ପଡ଼ିଛି। ନିୟମ ଉଲ୍ଲଙ୍ଘନ କରୁଥିବାରୁ ଭାରତୀୟ ନିର୍ବାଚନ କମିଶନ କମଲନାଥଙ୍କୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବିଦା କରିଛନ୍ତି।

ଏଥିସହ କମଲନାଥଙ୍କୁ କମିଶନ ତାଙ୍କ ଆଇଟମ୍‌ ଶବ୍ଦ ପାଇଁ ତୀବ୍ର ଭର୍ତ୍ସନା କରିଛନ୍ତି। କମିଶନ କହିଛନ୍ତି, କମଲନାଥ ଜଣେ ମହିଳା ପ୍ରାର୍ଥୀଙ୍କ ବିରୋଧରେ ଆଇଟମ ଶବ୍ଦ ପ୍ରୟୋଗ କରିଛନ୍ତି। ମହିଳାଙ୍କ ବିରୋଧରେ ଏଭଳି ଶବ୍ଦ ପ୍ରୟୋଗ କରିବା ନିର୍ବାଚନ କମିଶନ ଜାରି କରିଥିବା ନିୟମାବଳୀର ଉଲ୍ଲଙ୍ଘନ।

କମଲନାଥ ଗୋଟିଏ ରାଜନୀତିକ ଦଳର ପ୍ରାର୍ଥୀ ହୋଇଥିଲେ ହେଁ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ତାଙ୍କୁ ମଧ୍ୟପ୍ରଦେଶ ଉପ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଷ୍ଟାର ପ୍ରଚାର ତାଲିକାରୁ ବାଦ ଦିଆଯାଉଛି।

ଏକ ନିର୍ବାଚନୀ ସଭାରେ କମଲନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟାର୍ଗେଟ କରିଥିଲେ। ତେବେ ଏହି ସମୟରେ ସେ ଏମିତି କିଛି ଶବ୍ଦ ପ୍ରୟୋଗ କରିଥିଲେ ଯେ ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲା ବୋଲି ମଧ୍ୟ କମିଶନ କହିଛନ୍ତି।

ଯଦି ଆଗକୁ କମଲନାଥ କୌଣସି ସ୍ଥାନରେ ପ୍ରଚାର କରନ୍ତି, ତା’ହେଲେ ଏହାର ସମସ୍ତ ଖର୍ଚ୍ଚ ସେ ଯାହା ପାଇଁ ପ୍ରଚାର କରୁଥିବେ ତାଙ୍କ ଖାତାରେ ଯୋଡ଼ା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos