ଡାଲାସ୍: ଡଲାସ୍ ଟ୍ରାଭେଲ୍ସ ପକ୍ଷରୁ ଆଜି ସକାଳୁ ୨୫୦ଟି ବିମାନର ଉଡାଣକୁ ବାତିଲ କରାଯାଇଛି। ବିମାନ ବାତିଲ କରିଦିଆଯିବାରୁ ବିଭିନ୍ନ ବିମାନବନ୍ଦରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଗତକାଲି ପାଖାପାଖି ୧,୦୦୦ ବିମାନର ଉଡାଣକୁ ବାତିଲ କରାଯାଇଥିବା ବେଳେ ୩,୦୦୦ ବିମାନ ବିଳମ୍ବ ହୋଇଥିଲା। ଆଟ୍ଲାଣ୍ଟାରେ ଥିବା କମ୍ପାନୀର ମୁଖ୍ୟାଳୟର ଯୋଗାଯୋଗ ବ୍ୟବସ୍ଥା ଅଚଳ ହୋଇପଡିବାରୁ ଏପରି ସ୍ଥିତି ଉପୁଜିଛି। ଗତକାଲି ଦୀର୍ଘ ସମୟ ଧରି ଯୋଗାଯୋଗ ବ୍ୟବସ୍ଥା ଅଚଳ ରହିବା ପରେ କିଛି ସମୟ ପାଇଁ ଯୋଗାଯୋଗ ସମ୍ଭବ ହୋଇଥିଲା। କିନ୍ତୁ ତା’ପରେ ଏହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା। ଏହି ଧାରା ଆଜି ଯାଏଁ ଲାଗି ରହିଛି।
କମ୍ପାନୀର ସିଇଓ ଇଡ୍ ବଷ୍ଟୟାନ୍ ଏକ ଭଡିଓ ଜାରି କରି କହିଛନ୍ତି,“ଯୋଗାଯୋଗ ସ୍ଥାପନ କରିବାରେ ବିଫଳହେବାରୁ ଏପରି ସ୍ଥିତି ଉପୁଜିଛି। ଆମେ ଗ୍ରାହକଙ୍କୁ ଖୁବଶୀଘ୍ର ତାଙ୍କ ପ୍ରାପ୍ୟ ଅର୍ଥ ଫେରସ୍ତ କରିବୁ। ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବା ପରେ ବିମାନସେବା ପୁଣି ଥରେ ଆରମ୍ଭ ହେବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।