ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି, ବର୍ତ୍ତିଲେ ୧୫୨ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ୧୫୨ ଜଣ ଯାତ୍ରୀ ଏବଂ ବିମାନର ଷ୍ଟାଫ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବିମାନଟି ରାତି ୧.୩୦ରେ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ସ୍ପାଇସ୍‌ ଜେଟ୍‌ର ଏହି ବିମାନଟି ବେଙ୍ଗାଲୁରୁରୁ ରାତି ୧୦ଟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଏହା ୧୧.୩୦ରେ ଟେକ୍‌ଅଫ୍ କରିଥିଲା। ପ୍ରାୟ ଘଣ୍ଟାଏ ପରେ ହଠାତ୍‌ […]

f

f

Hemant Lenka
  • Published: Saturday, 11 May 2019
  • Updated: 11 May 2019, 05:01 PM IST

Sports

Latest News

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ୧୫୨ ଜଣ ଯାତ୍ରୀ ଏବଂ ବିମାନର ଷ୍ଟାଫ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବିମାନଟି ରାତି ୧.୩୦ରେ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।

ସ୍ପାଇସ୍‌ ଜେଟ୍‌ର ଏହି ବିମାନଟି ବେଙ୍ଗାଲୁରୁରୁ ରାତି ୧୦ଟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଏହା ୧୧.୩୦ରେ ଟେକ୍‌ଅଫ୍ କରିଥିଲା। ପ୍ରାୟ ଘଣ୍ଟାଏ ପରେ ହଠାତ୍‌ ବିମାନର ତେଲ ଟାଙ୍କିରେ ସମସ୍ୟା ଦେଖା ଦେବାରୁ ଜରୁରୀ ଅବତରଣର ଆବଶ୍ୟକତା ଉପୁଜିଥିଲା। ଫଳରେ ପାଇଲଟ୍‌ ଜଣଙ୍କ ତୁରନ୍ତ ନାଗପୁର ଏୟାରପୋର୍ଟ ଅଧିକାରୀଙ୍କ ସହ କଥା ହୋଇ ବିମାନଟିକୁ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos