“ମୁଁ ବିଷ୍ଣୁଙ୍କ ଅବତାର, ଅଫିସ୍ ଯାଇପାରିବି ନାହିଁ”

ଅହମ୍ମଦାବାଦ: ଗୁଜରାଟର ବଡ଼ୋଦରାରେ ସର୍ଦ୍ଦାର ସରୋବର ନିଗମରେ କାମ କରୁଥିବା ଇଞ୍ଜିନିୟର ରମେଶଚନ୍ଦ୍ର ଫେଫ୍‌ରେ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। କାରଣ ସେ ଗତ ୮ମାସ ହେବ ଅଫିସ୍ ଯାଇନାହାଁନ୍ତି। ଲଗାତାର ଭାବେ ଛୁଟିରେ ରହିବା ଫଳରେ ସର୍ଦ୍ଦାର ସରୋବର ନିଗମ ତାଙ୍କୁ ନୋଟିସ୍ ଜାରି କରିଥିଲା। ଏହାର ଜବାବ ଦେଇ ରମେଶଚନ୍ଦ୍ର ଫେଫ୍‌ରେ ଲେଖିଲେ ଯେ ସେ ଭଗବାନ ବିଷ୍ଣୁଙ୍କ ଅବତାର, ଅଫିସ୍ ଯାଇପାରିବେ ନାହିଁ। ନୋଟିସ୍‌ର ଜବାବରେ ସେ ଯୁକ୍ତି ଦର୍ଶାଇଛନ୍ତି ଯେ କାମ କରିବା […]

ramesh

ramesh

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 09:45 AM IST

Sports

Latest News

ଅହମ୍ମଦାବାଦ: ଗୁଜରାଟର ବଡ଼ୋଦରାରେ ସର୍ଦ୍ଦାର ସରୋବର ନିଗମରେ କାମ କରୁଥିବା ଇଞ୍ଜିନିୟର ରମେଶଚନ୍ଦ୍ର ଫେଫ୍‌ରେ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। କାରଣ ସେ ଗତ ୮ମାସ ହେବ ଅଫିସ୍ ଯାଇନାହାଁନ୍ତି। ଲଗାତାର ଭାବେ ଛୁଟିରେ ରହିବା ଫଳରେ ସର୍ଦ୍ଦାର ସରୋବର ନିଗମ ତାଙ୍କୁ ନୋଟିସ୍ ଜାରି କରିଥିଲା। ଏହାର ଜବାବ ଦେଇ ରମେଶଚନ୍ଦ୍ର ଫେଫ୍‌ରେ ଲେଖିଲେ ଯେ ସେ ଭଗବାନ ବିଷ୍ଣୁଙ୍କ ଅବତାର, ଅଫିସ୍ ଯାଇପାରିବେ ନାହିଁ।

ନୋଟିସ୍‌ର ଜବାବରେ ସେ ଯୁକ୍ତି ଦର୍ଶାଇଛନ୍ତି ଯେ କାମ କରିବା ଫଳରେ ତାଙ୍କ ସାଧନାରେ ବାଧା ସୃଷ୍ଟି ହେଉଛି। ତେଣୁ ସେ ଛୁଟିରେ ଅଛନ୍ତି। ତାଙ୍କ କହିବା ଅନୁଯାୟୀ ସେ ରାମ ଓ କୃଷ୍ଣ ମଧ୍ୟ ଥିଲେ। ଏଥିସହ ସେ ନିଜ ମାତାଙ୍କୁ ଅହଲ୍ୟାବାଈ ଓ ପତ୍ନୀଙ୍କୁ ଲକ୍ଷ୍ମୀଙ୍କ ଅବତାର ବୋଲି କହିଛନ୍ତି।

ବିଭାଗ ପକ୍ଷରୁ ପଠାଯାଇଥିବା ନୋଟିସ୍‌ର ଜବାବ ଦେଇ ସେ କହିଛନ୍ତି ଯେ ବିଶ୍ୱ ଶାନ୍ତି ଓ ବର୍ଷା ପାଇଁ ସେ ସାଧନାରେ ବ୍ୟସ୍ତ ଅଛନ୍ତି। ତେଣୁ ସେ ଭୌତିକ ରୂପରେ ଅଫିସ୍‌ରେ ହାଜର ହୋଇପାରିବେ ନାହିଁ। ସୂଚନାଯୋଗ୍ୟ,ଗତ ୮ମାସ ଭିତରେ ସେ ମାତ୍ର ୧୫ ଦିନ ଅଫିସ୍‌ରେ ହାଜର ହୋଇଛନ୍ତି।

ସେ ନୋଟିସ୍‌ର ଜବାବରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ସାଧନା ଫଳରେ ହିଁ ଗତ କିଛି ବର୍ଷ ହେବ ଭଲ ବର୍ଷା ହେଉଛି। ଆଉ ଏସବୁ କେବଳ ସେ ବିଷ୍ଣୁଙ୍କ ଅବତାର ହୋଇଥିବାରୁ ସମ୍ଭବ ହୋଇପାରିଛି।

ସେ ଦାବି କରିଛନ୍ତି ଯେ ୨୦୧୬ ମସିହା ସେପ୍ଚେମ୍ବର ୧୬ ତାରିଖରୁ ପୁଣିଥରେ ସତ୍ୟ ଯୁଗ ଆରମ୍ଭ ହୋଇସାରିଛି। ତେଣୁ ସେ ଆଉ ଅଫିସ୍‌ ଯାଇପାରିବେ ନାହିଁ।

ମନେ ପଡ଼ିଲେ ଆଇଜି ପଣ୍ଡା

ରମେଶଚନ୍ଦ୍ରଙ୍କ ଏଭଳି ଜବାବ ପଢ଼ି ଉତ୍ତରପ୍ରଦେଶର ପୂର୍ବତନ ଆଇପିଏସ୍‌ ଅଧିକାରୀ ଦେବେନ୍ଦ୍ର କୁମାର ପଣ୍ଡାଙ୍କ କଥା ମନେ ପଡ଼ିଯାଉଛି। ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ଜାଣିଥିବେ। ସେ ନିଜକୁ ରାଧାଙ୍କ ଅବତାର ବୋଲି କହି ଚର୍ଚ୍ଚାକୁ ଆସିଥିଲେ। ସେ ଶାଢ଼ି ପିନ୍ଧି ମହିଳା ବେଶ ବି ଧାରଣ କରିଥିଲେ। ସିନ୍ଦୁର ଆଦି ବି ଲଗାଇଥିଲେ। ମହିଳା ବେଶ ଧାରଣ କରି ସେ ଅଫିସ୍‌ରେ ମିଟିଂରେ ମଧ୍ୟ ଯୋଗ ଦେଇଥିଲେ। ଫଳରେ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା। ପରେ ୧୯୭୧ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଆଇଜି ପଦରେ ଥିବାବେଳେ ଚାକିରି ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos