ପରୀକ୍ଷା ମୂଳକ ଭାବେ କୃଷି ଆଇନ ଗ୍ରହଣ କରିବାକୁ ଚାଷୀଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଜିଦ୍‌ରେ ଅଟଳ ଥିବା ଆନ୍ଦୋଳନରତ ଚାଷୀଙ୍କୁ ପୁଣିଥରେ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୃଷି ଆଇନକୁ ପରୀକ୍ଷା ମୂଳକ ଭାବେ ଚାଷୀମାନେ ବର୍ଷେ କିମ୍ବା ଦୁଇ ବର୍ଷ ପାଇଁ ଗ୍ରହଣ କରି ଏହାର ଫାଇଦା ପରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ଦ୍ୱାରକାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ସମସ୍ତେ […]

u

u

Hemant Lenka
  • Published: Friday, 25 December 2020
  • Updated: 25 December 2020, 02:15 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଜିଦ୍‌ରେ ଅଟଳ ଥିବା ଆନ୍ଦୋଳନରତ ଚାଷୀଙ୍କୁ ପୁଣିଥରେ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୃଷି ଆଇନକୁ ପରୀକ୍ଷା ମୂଳକ ଭାବେ ଚାଷୀମାନେ ବର୍ଷେ କିମ୍ବା ଦୁଇ ବର୍ଷ ପାଇଁ ଗ୍ରହଣ କରି ଏହାର ଫାଇଦା ପରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

ଦିଲ୍ଲୀର ଦ୍ୱାରକାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ସମସ୍ତେ ଚାଷୀ। ମୁଁ ନିଜେ ଚାଷୀ ପରିବାରରେ ଜନ୍ମ ହୋଇଥିବାରୁ ସେମାନଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି। ତେଣୁ ଚାଷୀମାନେ ଆଲୋଚନା କରିବାକୁ ଆଗକୁ ଆସିବା ଉଚିତ।

ଚାଷୀଙ୍କ ସ୍ୱାର୍ଥ ବିରୋଧରେ ମୋଦି ସରକାର କେବେ ହେଲେ କିଛି ବି ପଦକ୍ଷେପ ନେଇନାହାନ୍ତି କିମ୍ବା ନେଇପାରିବେ ନାହିଁ। ଚାଷୀମାନେ ପ୍ରଥମେ ନୂଆ କରି ଲାଗୁ ହୋଇଥିବା କୃଷି ଆଇନକୁ ପରୀକ୍ଷା ମୂଳକ ଭାବେ ଗ୍ରହଣ କରନ୍ତୁ। ଯଦି ଏହା ସେମାନଙ୍କୁ ଭଲ ଲାଗିବ ନାହିଁ କିମ୍ବା ଲଭାନ୍ୱିତ କରିବ ନାହିଁ, ତା’ହେଲେ ସରକାର ଏଥିରେ ଜରୁରୀ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି। ନୂଆ କୃଷି ଆଇନକୁ ବର୍ଷେ କିମ୍ବା ଦୁଇ ବର୍ଷ ପାଇଁ ଲାଗୁ କରାଯାଉ। ଏହାପରେ ଯଦି କିଛି ଅସୁବିଧା ହେଲା, ତା’ହେଲେ ଏହାକୁ ସମାଧାନ କରିବାକୁ ସରକାର ନିଶ୍ଚିତ ଭାବେ ବ୍ୟବସ୍ଥା କରିବେ।

ସବୁ ସମସ୍ୟାର ସମାଧାନ ଆଲୋଚନା ଦ୍ୱାରା ସମ୍ଭବ ହୋଇପାରିବ। ଚାଷୀଙ୍କ ସହ ଆଲୋଚନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି କାରଣରୁ ସରକାର ଚାଷୀଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। ଚାଷୀମାନେ ଆଲୋଚନା ପାଇଁ ଆସିବା ଦରକାର ବୋଲି ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos