ରାଜଧାନୀରେ ପ୍ରତି ୨ ଜଣରେ ଜଣେ ହେଉଛନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଗୋଟିଏ ପଟେ ସମଗ୍ର ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଚାଲିଥିବା ୫ମ ସେରୋଲଜିକାଲ ସର୍ଭେ ରିପୋର୍ଟରେ ଉଭୟ ଆଶ୍ୱସ୍ତି ଓ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେ ଅନୁଯାୟୀ, ରାଜଧାନୀରେ ପ୍ରତି ୨ ଜଣରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି କିମ୍ବା ସଂକ୍ରମିତ ହୋଇ ଆପେଆପେ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣର ସ୍ଥିତି ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଏକାଧିକ […]

dcad

dcad

Hemant Lenka
  • Published: Monday, 25 January 2021
  • Updated: 25 January 2021, 08:45 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ସମଗ୍ର ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଚାଲିଥିବା ୫ମ ସେରୋଲଜିକାଲ ସର୍ଭେ ରିପୋର୍ଟରେ ଉଭୟ ଆଶ୍ୱସ୍ତି ଓ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେ ଅନୁଯାୟୀ, ରାଜଧାନୀରେ ପ୍ରତି ୨ ଜଣରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି କିମ୍ବା ସଂକ୍ରମିତ ହୋଇ ଆପେଆପେ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି।

ଦିଲ୍ଲୀରେ କରୋନା ସଂକ୍ରମଣର ସ୍ଥିତି ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଏକାଧିକ ଥର ସେରୋଲଜିକାଲ ସର୍ଭେ କରାଯାଉଛି। ୫ମ ତଥା ସବୁଠାରୁ ବଡ଼ ସର୍ଭେ ୨୦୨୧ ଜାନୁଆରୀ ମାସରେ ହୋଇଥିଲା। ସର୍ଭେ ବେଳେ ଲୋକଙ୍କ ଶରୀରରୁ ରକ୍ତ ସଂଗ୍ରହ କରାଯାଉଥିଲା।

ଏହାପରେ ଏହି ରକ୍ତକୁ ଟେଷ୍ଟ କରି କରୋନା ବିରୋଧୀ ଆଣ୍ଟିବଡି ସୃଷ୍ଟି ହୋଇଛି କି ନାହିଁ, ତା’ର ଆକଳନ କରାଯାଉଥିଲା। ନୂଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଗୋଟିଏ ଜିଲ୍ଲାରେ ପ୍ରାୟ ୬୦% ଲୋକଙ୍କ ଶରୀରରେ କରୋନାକୁ ମାତ୍‌ ଦେଇ ପାରୁଥିବା ଆଣ୍ଟିବଡି ରହିଛି। ଏହାର ଅର୍ଥ ଏଠାକାର ଲୋକ ଅଜାଣତରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ଆପେଆପେ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି।

ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ରହୁଥିବା ୫୦% ଲୋକଙ୍କ ଶରୀରରେ କରୋନା ଆଣ୍ଟିବଡି ରହିଛି। ଦିଲ୍ଲୀର ଜନସଂଖ୍ୟା ପ୍ରାୟ ୨ କୋଟି ହୋଇଥିବା ବେଳେ ୫ମ ରାଉଣ୍ଡ ସେରୋଲଜିକାଲ ସର୍ଭେରରୁ ଜଣାପଡ଼ିଛି ଯେ ୧ କୋଟି ଲୋକ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ସର୍ଭେରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀବାସୀଙ୍କ ଶରୀରରେ କରୋନା ସହ ଲଢ଼େଇ କରିବାକୁ ହର୍ଡ ଇମ୍ୟୁନିଟି ଅଧିକ ପରିମାଣରେ ରହିଛି।

ହର୍ଡ ଇମ୍ୟୁନିଟିର ଅର୍ଥ ଅଧିକାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି କ୍ଷମତା ସୃଷ୍ଟି ହୋଇଛି। ଯେତେ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ, କରୋନା ସଂକ୍ରମଣ ସେତେକି କମ ପରିମାଣରେ ଜଣଙ୍କ ଠାରୁ ଆଉ ଜଣଙ୍କ ଶରୀରରକୁ ଯିବ। ହର୍ଡ ଇମ୍ୟୁନିଟି ଦୁଇ ପ୍ରକାରରେ ସୃଷ୍ଟି ହୋଇଥାଏ। ଗୋଟିଏ ହେଉଛି କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ଓ ଅନ୍ୟଟି ହେଉଛି ଟିକା ନେଇ ଲୋକଙ୍କ ଶରୀରରେ ଏହାକୁ ସୃଷ୍ଟି କରାଇବା।

ସଂକ୍ରମଣ ବିରୋଧରେ ଯଦି ୬୦% ଲୋକଙ୍କ ଶରୀରରେ ଆଣ୍ଟିବଡି ରହିଛି, ତା’ହେଲେ ଅନ୍ୟମାନେ କରୋନା ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ କମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ଖବର କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଦିଲ୍ଲୀବାସୀଙ୍କୁ ଯଥେଷ୍ଟ ପରିମାଣରେ ଆଶ୍ୱସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos