ରାହୁଲ ବାଜାଜଙ୍କ ପ୍ରଶ୍ନର ଉତ୍ତର ସଂସଦରେ ଦେଲେ ନିର୍ମଳା ସୀତାରମଣ, ନିଜକୁ ‘ସବଳ’ ବୋଲି କହିଲେ

ନୂଆଦିଲ୍ଲୀ: ଶିଳ୍ପପତି ରାହୁଲ ବାଜାଜ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କରି ସାମ୍ନାରେ ପଚାରିଥିବା ପ୍ରଶ୍ନର ଉତ୍ତର ଆଜି ପୁଣିଥରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। ସରକାରଙ୍କୁ ପ୍ରଶ୍ନ ଓ ସମାଲୋଚନା କରିବାକୁ ଲୋକେ କାହିଁକି ଡରୁଛନ୍ତି ବୋଲି ଗତକାଲି ରାହୁଲ ବାଜାଜ ପ୍ରଶ୍ନ କରିଥିଲେ। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, “ସରକାର ସର୍ବଦା ସମାଲୋଚନାକୁ ଶୁଣନ୍ତି ଏବଂ ଏହାର ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି।” […]

svd

svd

Hemant Lenka
  • Published: Monday, 02 December 2019
  • Updated: 02 December 2019, 09:48 PM IST

Sports

Latest News

ନୂଆଦିଲ୍ଲୀ: ଶିଳ୍ପପତି ରାହୁଲ ବାଜାଜ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କରି ସାମ୍ନାରେ ପଚାରିଥିବା ପ୍ରଶ୍ନର ଉତ୍ତର ଆଜି ପୁଣିଥରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। ସରକାରଙ୍କୁ ପ୍ରଶ୍ନ ଓ ସମାଲୋଚନା କରିବାକୁ ଲୋକେ କାହିଁକି ଡରୁଛନ୍ତି ବୋଲି ଗତକାଲି ରାହୁଲ ବାଜାଜ ପ୍ରଶ୍ନ କରିଥିଲେ।

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, “ସରକାର ସର୍ବଦା ସମାଲୋଚନାକୁ ଶୁଣନ୍ତି ଏବଂ ଏହାର ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି।”

ଆଜି ସଂସଦରେ ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଥିବାରୁ ଏହା ଉପରେ ବିତର୍କ ହୋଇଥିଲା। ଏହି ସମୟରେ ସୀତାରମଣ କହିଥିଲେ, “ବାଜାଜଙ୍କ ପ୍ରଶ୍ନର ଉତ୍ତର ସେତେବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିଲେ। ଏଥିରୁ ସରକାର ସମସ୍ତଙ୍କ କଥା ଶୁଣନ୍ତି ଏବଂ ଏହାର ଜବାବ ଦିଅନ୍ତି ବୋଲି ପ୍ରମାଣିତ ହୋଇଛି।

ମୁଁ ମଧ୍ୟ ସେତେବେଳେ ଷ୍ଟେଜରେ ଥିଲି। ଆମେ ସମାଲୋଚନାକୁ ଶୁଣିବାକୁ ଓ ଏହାର ଜବାବ ଦେବାକୁ ଇଚ୍ଛା ପ୍ରକାଶ କରୁ। ଆମେ କେବେ ହେଲେ ଅନ୍ୟମାନଙ୍କ ଭଳି କିଛି କହିବୁ ନାହିଁ ବୋଲି କାହାକୁ କହୁନାହୁଁ। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା ହିଁ ଆମ ଶୁଣିବାକୁ ଭଲ ପାଉ ବୋଲି ଦର୍ଶାଉଛି।”

ଅନ୍ୟପକ୍ଷରେ ଅର୍ଥନୀତି ଦୁର୍ବଳ ଯୋଗୁ ସମସ୍ତେ ଅର୍ଥମନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି। ଏହାର ଜବାବ ମଧ୍ୟ ନିର୍ମଳା ଦେଇଛନ୍ତି। ସେ କହିଛନ୍ତି, “କୁହାଯାଉଛି ମୁଁ ସବୁଠାରୁ ଖରାପ ଅର୍ଥମନ୍ତ୍ରୀ। ହେଲେ ମୁଁ ମୋର କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ହିଁ କିଛି ଲୋକ ନିଜର ନିଷ୍ପତ୍ତି ଶୁଣାଇ ସାରିଲେଣି।

ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ମୋତେ କିଛି ପ୍ରସ୍ତାବ ଦିଅନ୍ତୁ ଏବଂ ଆମେ ମିଳିତ ଭାବେ ବସି ଅର୍ଥନୀତି କେମିତି ଆଗକୁ ବଢ଼ିବ, ସେକଥାକୁ କାର୍ଯ୍ୟକାରୀ କରିବା। ଯଦି କେହି ଅନ୍ୟମାନଙ୍କ କଥା ଶୁଣି କାର୍ଯ୍ୟକାରେ ଏବଂ ଏହାକୁ ଗ୍ରହଣ କରେ, ତା’ହେଲେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର। ତେଣୁ ଏହାକୁ ନେଇ ଚିନ୍ତା କରିବାର କାରଣ ନାହିଁ।”

ଆଜିର ଆଲୋଚନା ବେଳେ ସଂସଦରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ ନିର୍ମଳା ସୀତାରମଣଙ୍କୁ ତାଚ୍ଛଲ୍ୟ କରିଥିଲେ। ସେ ନିର୍ମଳା ସୀତାରମଣଙ୍କୁ “ନିର୍ବଳ ସୀତାରମଣ” ବୋଲି କହିଥିଲେ। ଏହାର ଜବାବ ଦେଇ ସୀତାରମଣ କହିଛନ୍ତି, “ମୁଁ ନିର୍ବଳ ନୁହେଁ। ଆମ ଦଳରେ ଥିବା ସମସ୍ତ ମହିଳା ସବଳ। ମୁଁ ନିର୍ମଳା ଏବଂ ମୁଁ ସର୍ବଦା ନିର୍ମଳା ହୋଇ ରହିବି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସମସ୍ତ ମହିଳା ସବଳ। ପଞ୍ଚାୟତ ସ୍ତରରୁ କାର୍ଯ୍ୟନିର୍ବାହୀ ସ୍ତର ଯାଏ ସବୁଠି ଆମ ଦଳ ମହିଳାଙ୍କୁ ସଶକ୍ତ କରିଛି। ତେଣୁ ଆମର ପ୍ରତିଟି ମହିଳା ସବଳ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story