ହାଜତ ମୃତ୍ୟୁ ପାଇଁ ପୂର୍ବତନ ଆଇପିଏସ୍‌ଙ୍କୁ ଆଜୀବନ ଜେଲଦଣ୍ଡ

ଜାମନଗର: ଦୀର୍ଘ ୩୦ ବର୍ଷ ତଳର ହାଜତ ମୃତ୍ୟୁ ଘଟଣାରେ ଗୁଜରାଟର ଜାମନଗର କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ କୋର୍ଟ ବହିଷ୍କୃତ ଆଇପିଏସ୍‌ ଅଫିସର ସଞ୍ଜୀବ ଭଟ୍ଟଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜାମନଗର ସେସନ୍ସ କୋର୍ଟ ମାମଲାର ଶୁଣାଣି କରୁଥିବା ବେଳେ ଗତ ସପ୍ତାହରେ ସଞ୍ଜୀବ ଭଟ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ ଆଉ ୧୧ ଜଣ ସାକ୍ଷୀଙ୍କ ବୟାନକୁ ତର୍ଜମା କରିବା ପାଇଁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। […]

rr

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 03:52 PM IST

ଜାମନଗର: ଦୀର୍ଘ ୩୦ ବର୍ଷ ତଳର ହାଜତ ମୃତ୍ୟୁ ଘଟଣାରେ ଗୁଜରାଟର ଜାମନଗର କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ କୋର୍ଟ ବହିଷ୍କୃତ ଆଇପିଏସ୍‌ ଅଫିସର ସଞ୍ଜୀବ ଭଟ୍ଟଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜାମନଗର ସେସନ୍ସ କୋର୍ଟ ମାମଲାର ଶୁଣାଣି କରୁଥିବା ବେଳେ ଗତ ସପ୍ତାହରେ ସଞ୍ଜୀବ ଭଟ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ଘଟଣାରେ ଆଉ ୧୧ ଜଣ ସାକ୍ଷୀଙ୍କ ବୟାନକୁ ତର୍ଜମା କରିବା ପାଇଁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। ହେଲେ କୋର୍ଟ ସଞ୍ଜୀବଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ। ସଞ୍ଜୀବଙ୍କୁ ଏହି ଘଟଣାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡି ମିଳିଥିଲେ ହେଁ ଅନ୍ୟ ୬ ଜଣ ପୁଲିସ୍‌ ଅଧିକାରୀଙ୍କୁ ଦଣ୍ଡ ବିଧାନ ସମ୍ପର୍କରେ କୋର୍ଟ ଘୋଷଣା କରିନାହାନ୍ତି।

୧୯୮୯ ମସିହାରେ ସଞ୍ଜୀବ ଭଟ୍ଟ ଜାମନଗର ଜିଲ୍ଲା ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତ ହୋଇଥିଲେ। ସେ ପ୍ରାୟ ୧୫୦ ଜଣଙ୍କୁ ଜାମ ଯୋଧପୁର ସହରରେ ଘଟିଥିବା ଦଙ୍ଗା ଘଟଣାରେ ଅଟକ ରଖିଥିଲେ। ତେବେ ଏମାନଙ୍କ ମଧ୍ୟରୁ ପ୍ରଭୁଦାସ ବୈଷ୍ଣନାନି ହାଜତରୁ ମୁକିଳିବା ପରେ ହଠାତ୍‌ ପ୍ରାଣ ହରାଇଥିଲେ।
ସଞ୍ଜୀବ ଭଟ୍ଟ ଓ ଅନ୍ୟ ୬ ଜଣ ପୁଲିସ୍‌ ଅଧିକାରୀଙ୍କୁ ହାଜତରେ ପ୍ରଭୁଙ୍କୁ ନିର୍ଯାତନା ଦେଇଥିବା ତାଙ୍କ ଭାଇ ଅଭିଯୋଗ କରିଥିଲେ।

୨୦୧୧ରେ ବିନା ଅନୁମତିରେ ଡ୍ୟୁଟି ନ କରିବା ଏବଂ ଅଫିସ ଗାଡ଼ିକୁ ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରିବା ପାଇଁ ସଞ୍ଜୀବ ଭଟ୍ଟଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ୨୦୧୫ରେ ତାଙ୍କୁ ବହିଷ୍କୃତ କରାଯାଇଥିଲା। ଏହି ଘଟଣା ପରେ ସଞ୍ଜୀବ ଭଟ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ୨୦୦୨ ମସିହା ଗୁଜରାଟ୍‌ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଷ ଓଗାଳିଥିଲେ। ଏପରି କି ସ୍ୱତନ୍ତ୍ର କମିଟି ଗଠନ କରି ୨୦୦୨ ଦଙ୍ଗା ଘଟଣାର ତଦନ୍ତ କରିବାକୁ କହିଥିଲେ।

ଗତ ବର୍ଷ ସଞ୍ଜୀବ ଭଟ୍ଟଙ୍କୁ ସିବିଆଇ ଗିରଫ କରିଥିଲା। ୨୩ ବର୍ଷ ତଳେ ସେ ଜଣେ ଓକିଲଙ୍କୁ ଡ୍ରଗ୍ସ ରଖି ଫସାଇବା ଘଟଣାରେ ସାମିଲ ଥିବା ଜଣା ପଡ଼ିଥିଲା।

Related story