ଭାରତ ଓ ଭୁଟାନ ପରେ ଏବେ ତାଜିକିସ୍ତାନ ଉପରେ ଚାଇନା ଆଖି

ବେଜିଂ: ବିସ୍ତାରବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଚାଇନାର ଲୋଲୁପ ଦୃଷ୍ଟି ଏବେ ତାଜିକିସ୍ତାନ ଉପରେ ପଡ଼ିଛି। ଏସିଆ ମହାଦେଶର ଅନ୍ୟତମ ଗରିବ ଓ ଛୋଟ ଦେଶ ଭାବେ ପରିଚିତ ତାଜିକିସ୍ତାନର କିଛି ଅଞ୍ଚଳକୁ ଚାଇନା ନିଜ ଦେଶରେ ମିଶାଇବାକୁ ଏବେ ପ୍ରକ୍ରିୟାର ଆରମ୍ଭ କରିଛି। ଏହାପୂର୍ବରୁ ସି ଜିନପିଙ୍ଗଙ୍କ ଚାଇନା ପଡ଼ୋଶୀ ଭାରତ ଓ ଭୁଟାନର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରି ତିକ୍ତତା ସୃଷ୍ଟି କରିଛି। ଚାଇନିଜ ଅଧିକାରୀମାନେ ତାଜିକିସ୍ତାନର ପାମିର ମାଉଣ୍ଟେନକୁ ନିଜ […]

u

u

Hemant Lenka
  • Published: Friday, 07 August 2020
  • Updated: 07 August 2020, 02:36 PM IST

Sports

Latest News

ବେଜିଂ: ବିସ୍ତାରବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଚାଇନାର ଲୋଲୁପ ଦୃଷ୍ଟି ଏବେ ତାଜିକିସ୍ତାନ ଉପରେ ପଡ଼ିଛି। ଏସିଆ ମହାଦେଶର ଅନ୍ୟତମ ଗରିବ ଓ ଛୋଟ ଦେଶ ଭାବେ ପରିଚିତ ତାଜିକିସ୍ତାନର କିଛି ଅଞ୍ଚଳକୁ ଚାଇନା ନିଜ ଦେଶରେ ମିଶାଇବାକୁ ଏବେ ପ୍ରକ୍ରିୟାର ଆରମ୍ଭ କରିଛି।

ଏହାପୂର୍ବରୁ ସି ଜିନପିଙ୍ଗଙ୍କ ଚାଇନା ପଡ଼ୋଶୀ ଭାରତ ଓ ଭୁଟାନର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରି ତିକ୍ତତା ସୃଷ୍ଟି କରିଛି। ଚାଇନିଜ ଅଧିକାରୀମାନେ ତାଜିକିସ୍ତାନର ପାମିର ମାଉଣ୍ଟେନକୁ ନିଜ ସୀମାରେ ସାମିଲ କରିବା ସପକ୍ଷରେ ରହିଛନ୍ତି।

ଚାଇନିଜ ଐତିହାସିକ ଚୋ ୟାଓ ଲୁ ଚାଇନାରେ ଉପଲବ୍ଧ ଥିବା ତଥ୍ୟକୁ ବ୍ୟବହାର କହି ଗୋଟିଏ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ପାମିର ଅଞ୍ଚଳ ହେଉଛି ଚାଇନାର। ଏହା ଏବେ ତାଜିକିସ୍ତାନ ପାଖରେ ରହିଛି। ତେଣୁ ଏହାକୁ ଚାଇନା ପାଖକୁ ଫେରାଇ ଆଣିବା ଉଚିତ।

ଚାଇନାର ଏଭଳି ଦାବି ତାଜିକିସ୍ତାନ ସରକାରଙ୍କୁ ଚିନ୍ତାରେ ପକାଇଛି। ସେହିପରି ତାଜିକିସ୍ତାନକୁ ରୁଷ ସର୍ବାଦା କେନ୍ଦ୍ରୀୟ ଏସିଆ ମହାଦେଶରେ ନିଜ ଷ୍ଟ୍ରାଟେଜିକ ବ୍ୟାକୟାର୍ଡ ଭାବେ ବିବେଚନା କରୁଛି। ତେଣୁ ଚାଇନାର ଦାବି ରୁଷକୁ ମଧ୍ୟ ଚିନ୍ତାରେ ପକାଇଛି।

ସୂଚନା ଅନୁଯାୟର, ୨୦୧୦ରେ ଚାଇନା ଓ ତାଜିକିସ୍ତାନ ମଧ୍ୟରେ ସୀମା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ସମୟରେ ପାମିର ଅଞ୍ଚଳର ପ୍ରାୟ ୧୧୫୮ ସ୍କୋୟାର କିମି ଜମିକୁ ଚାଇନା ନିଜ ଦେଶରେ ମିଶାଇ ଦେଇଥିଲା। ଏବେ ଚାଇନା କୌଶଳକ୍ରମେ ତାଜିକିସ୍ତାନ ଓ ଆଫଗାନିସ୍ତାନ ସୀମା ନିକଟରେ ଥିବା ତାଶକୁରଗାନରେ ଏୟାରପୋର୍ଟ ନିର୍ମାଣ କରିଛି। ଯାହା ସମସ୍ତଙ୍କର ଚିନ୍ତା ବଢ଼ାଇଛି।

ସ୍ତମ୍ଭରେ କୁହାଯାଇଛି ଯେ ୧୯୧୧ରେ ଯେତେବେଳେ ନୂଆ ଚାଇନା ଗଠନ ହେଲା, ସେତେବେଳେ ସମସ୍ତଙ୍କର ଲକ୍ଷ୍ୟ ଥିଲା ଯେ ଦେଶ ହରାଇଥିବା ସମସ୍ତ ଜମିକୁ ଫେରାଇ ଆଣିବା। ଏହା ମଧ୍ୟରୁ କିଛି ଜମି ଫେରିଥିବା ବେଳେ ଆଉ କିଛି ଏବେ ବି ପଡ଼ୋଶୀ ଦେଶମାନଙ୍କ କବଜାରେ ରହିଛି। ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହେଲା ପାମିର। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଚାପ ଯୋଗୁ ଉକ୍ତ ଅଞ୍ଚଳ ୧୨୮ ବର୍ଷ ହେଲା ଚାଇନାର ନିୟନ୍ତ୍ରଣ ବାହାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos