ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ୱାଶିଂଟନ: ଭୟଙ୍କର ବିସ୍ଫୋରଣରେ ଥରିଛି ଆମେରିକାର ବାଲିଟିମୋର। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଶତାଧିକ ଘର ମାଟିରେ ମିଶି ଯାଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଏକାଧିକ ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେହିପରି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରେଜିଷ୍ଟର ଟାଉନ ପ୍ଲାଜା ନିକଟରେ ହିଁ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଖବର ପାଇ ଏକାଧିକ ଅଗ୍ନିଶମ ଗାଡ଼ି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।


ଘଟଣାକୁ ଦେଖି ଦ୍ୱିତୀୟ ସତର୍କ ସୂଚନା ଜାରି କରାଯାଇଛି। ଧ୍ୱଂସାବଶେଷ ଉପରେ ଛଡ଼ି ଉଦ୍ଧାରକାରୀ ଦଳ ଲୋକଙ୍କୁ ଏହା ମଧ୍ୟରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଏଯାଏ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। କିନ୍ତୁ କିଛି ଲୋକଙ୍କ କହିବା ଅନୁଯାୟୀ ଗ୍ୟାସ ପାଇପ ଲାଇନ୍‌ ଲିକ୍‌ରୁ ଏଭଳି ହୋଇଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।