ଚାଷୀ-ପୁଲିସ୍ ପ୍ରବଳ ସଂଘର୍ଷ, ଟିୟର ଗ୍ୟାସ ସହ ପାଣି ମାଡ଼
ନୂଆଦିଲ୍ଲୀ: ଚାଷୀଙ୍କ ଦିଲ୍ଲୀ ଚାଲୋ ଯୋଗୁ ହରିଆଣା-ଦିଲ୍ଲୀ ସୀମା ଅଶାନ୍ତ ହୋଇ ଉଠିଛି। ଚାଷୀଙ୍କ ଦିଲ୍ଲୀ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ପୁଲିସ୍ ସୀମା ସିଲ୍ କରିବା ସହ ତାର ଗୁଡ଼ାଇ ଦେଇଛି। ତଥାପି ଚାଷୀମାନେ ଦିଲ୍ଲୀରେ ପଶିବାକୁ ଉଦ୍ୟମ କରିବାରୁ ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି।
ଧସ୍ତାଧସ୍ତି ସ୍ଥିତି ତୀବ୍ର ହେବାରୁ ଚାଷୀମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଟିୟର ଗ୍ୟାସ ମାଡ଼ କରିଛି। ସେହିପରି ଚାଷୀଙ୍କୁ ମଧ୍ୟ ପାଣି ମାଡ଼ କରାଯାଛି। ଖାଲି ସେତିକି ନୁହେଁ, ଚାଷୀଙ୍କ ଉପରେ ଦିଲ୍ଲୀ ପୁଲିସ୍ ଲାଠି ମାଡ଼ କରିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସୀମାନ୍ତରେ ତୀବ୍ର ସଂଘର୍ଷ ସୃଷ୍ଟି ହୋଇଛି। ପୁଲିସ୍ର ଶତ ପ୍ରୟାସ ସତ୍ତ୍ୱେ ଚାଷୀମାନେ ଦିଲ୍ଲୀରେ ପଶିବାକୁ ଉଦ୍ୟମ ଜାରି ରଖିଛନ୍ତି।
#WATCH: Plumes of smoke seen as security personnel use tear gas to disperse farmers protesting at Singhu border (Haryana-Delhi border).
Farmers are headed to Delhi as part of their protest march against Centre’s Farm laws. pic.twitter.com/eX0HBmsGhL
— ANI (@ANI) November 27, 2020
କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ବିରୋଧ କରି ଗତକାଲି ଠାରୁ ବିଭିନ୍ନ ରାଜ୍ୟର ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଜାବର ଚାଷୀମାନେ ହରିଆଣା ଦେଇ ଦିଲ୍ଲୀ ଯିବାକୁ ଚାହୁଁଥିବା ବେଳେ ଶମ୍ଭୁ ସୀମାରେ ସେମାନଙ୍କ ସହ ପୁଲିସ୍ର ସଂଘର୍ଷ ହୋଇଥିଲା। ତଥାପି ଚାଷୀମାନେ ସବୁ ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିଛନ୍ତି।
#WATCH Farmers use a tractor to remove a truck placed as a barricade to stop them from entering Delhi, at Tikri border near Delhi-Bahadurgarh highway pic.twitter.com/L65YLRlkBo
— ANI (@ANI) November 27, 2020
ହରିଆଣରୁ ଦିଲ୍ଲୀ ଆସୁଥିବା ଚାଷୀଙ୍କୁ ରୋକିବା ପାଇଁ ପୁଲିସ୍ ସୀମା ସିଲ କରିଥିଲା। ଟ୍ରକ୍ ଠାରୁ ଆରମ୍ଭ କରି ତାର ବାଡ଼ ପକାଇ ଚାଷୀଙ୍କୁ ରୋକିବାକୁ ପ୍ରୟାସ କରାଯାଇଛି। ଦିଲ୍ଲୀ-ବାହାଦୂରଗଡ଼ ଟିକରି ସୀମାରେ ଟ୍ରକ୍ ଦ୍ୱାରା ବ୍ୟାରିକେଡ କରାଯାଇଥିଲା। ହେଲେ ଚାଷୀମାନେ ଏହାକୁ ଟ୍ରାକ୍ଟର ଦ୍ୱାରା ହଟାଇ ଦେଇଛନ୍ତି।
#WATCH Delhi: Police use water cannon & tear gas shells to disperse protesting farmers at Tikri border near Delhi-Bahadurgarh highway.
Farmers are seen clashing with security forces, as they tried to head towards Delhi as part of their protest march against Centre's Farm laws. pic.twitter.com/L67PN4xYKy
— ANI (@ANI) November 27, 2020
ସ୍ଥିତି ବିଗୁଡ଼ୁ ଥିବାରୁ ପୁଲିସ୍ ଚାଷୀଙ୍କ ଉପରକୁ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରିଛି। ଶିଙ୍ଘୁ ସୀମାରେ ମଧ୍ୟରେ ପୁଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହେଉଛନ୍ତି। ପୁଲିସ୍ ଚାଷୀଙ୍କୁ ଅଟକାଇବାକୁ ଯେତେ ଚେଷ୍ଟା କରିଥିଲେ ହେଁ ଏହାକୁ ସମ୍ଭବ ପର ହୋଇପାରି ନାହିଁ। ବିଭିନ୍ନ ସ୍ଥାନରେ ଚାଷୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହେବାରେ ଲାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।