ଫେସବୁକର ଭାରତୀୟ ହେଡ୍‌ଙ୍କୁ ୨ ଘଣ୍ଟା ଜେରା କଲା ସଂସଦୀୟ କମିଟି

ନୂଆଦିଲ୍ଲୀ: ଫେସବୁକର ଭାରତୀୟ ମୁଖ୍ୟ ଆଖି ଦାସ ଆଜି ସଂସଦୀୟ କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। କମିଟି ପକ୍ଷରୁ ତାଙ୍କୁ ଦୀର୍ଘ ୨ ଘଣ୍ଟା କାଳ ଜେରା କରାଯାଇଥିଲା। ସୂତ୍ର ଅନୁସାରେ, ତଥ୍ୟର ସୁରକ୍ଷା ସମ୍ପର୍କରେ ଫେସବୁକ କେତେ ଯତ୍ନବାନ ସେ ବିଷୟରେ ଆଖି ଦାସଙ୍କୁ ପଚରାଉଚରା କରାଯାଇଛି। ନିକଟରେ ଫେସବୁକରେ ଘୃଣ୍ୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଖି ଦାସ ଚର୍ଚ୍ଚାକୁ ଆସିଥିଲେ। ଏପରି କି ତାଙ୍କ ଜୀବନ ପ୍ରତି ବିପଦ ଥିବା […]

gh

gh

Hemant Lenka
  • Published: Friday, 23 October 2020
  • Updated: 23 October 2020, 04:21 PM IST

Sports

Latest News

ନୂଆଦିଲ୍ଲୀ: ଫେସବୁକର ଭାରତୀୟ ମୁଖ୍ୟ ଆଖି ଦାସ ଆଜି ସଂସଦୀୟ କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। କମିଟି ପକ୍ଷରୁ ତାଙ୍କୁ ଦୀର୍ଘ ୨ ଘଣ୍ଟା କାଳ ଜେରା କରାଯାଇଥିଲା। ସୂତ୍ର ଅନୁସାରେ, ତଥ୍ୟର ସୁରକ୍ଷା ସମ୍ପର୍କରେ ଫେସବୁକ କେତେ ଯତ୍ନବାନ ସେ ବିଷୟରେ ଆଖି ଦାସଙ୍କୁ ପଚରାଉଚରା କରାଯାଇଛି। ନିକଟରେ ଫେସବୁକରେ ଘୃଣ୍ୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଖି ଦାସ ଚର୍ଚ୍ଚାକୁ ଆସିଥିଲେ। ଏପରି କି ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ପୁଲିସ୍‌ ସୁରକ୍ଷା ମାଗିଥିଲେ। ବିଜେପିକୁ ସମର୍ଥନ ଓ ବିଜେପି ନେତାଙ୍କ ବିବାଦୀୟ କଣ୍ଟେଣ୍ଟକୁ ଫେସବୁକ ଜାଣିଶୁଣି ପ୍ରୋତ୍ସାହିତ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ସେହିପରି ଫେସବୁକର ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ବିଭିନ୍ନ ସମୟରେ ସାର୍ବଜନୀନ କରିଥିବା ମଧ୍ୟ ଅଭିଯୋଗ ଆସିଥିଲା। ଏହା ଉପରେ ଫେସବୁକ କହିଥିଲା ଯେ ସଂସ୍ଥା କେବେ ହେଲେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟକୁ କୌଣସି ବିଜ୍ଞାପନ, ବ୍ୟବସାୟ କିମ୍ବା ନିର୍ବାଚନ ସମୟରେ କାହା ସହ ଶେୟାର କରିନାହିଁ।

ଆଜି ଜେରା ବେଳେ ସଂସଦୀୟ କମିଟିରେ ଥିବା ବିଭିନ୍ନ ଦଳର ସଦସ୍ୟମାନେ ଆଖି ଦାସଙ୍କୁ ବ୍ୟକ୍ତିଗତ ତଥ୍ୟ ଚୋରି ସମ୍ପର୍କରେ ପଚାରି ଥିଲେ। ଲୋକଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ଫେସବୁକ କେତେ ଟଙ୍କା ଖର୍ଚ୍ଚ କରୁଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ସେହିପରି ଭାରତରେ ୩୦୦ ମିଲିୟନ ଲୋକ ଫେସବୁକର ବ୍ୟବହାର କରୁଛନ୍ତି। ଫେସବୁକ କେତେ ଟଙ୍କା ଲାଭ ପାଉଛି ଓ କେତେ ଟଙ୍କା ଟିକସ ବାବଦରେ ଦେଉଛି ବୋଲି କମିଟିର ସଦସ୍ୟମାନେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ଆଖି ଦାସ କମିଟି ଆଗରେ ଉପସ୍ଥାପନ କରିଥିବା ଜଣାପଡ଼ିଛି।

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ସମ୍ପର୍କରେ ଜାଣିବା ପାଇଁ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ କେବଳ ଫେସବୁକ ନୁହେଁ, ଟ୍ୱିଟର ଓ ଆମାଜନକୁ ମଧ୍ୟ ନୋଟିସ୍‌ କରିଥିଲା। ଆଜି ଫେସବୁକର ଭାରତୀୟ ମୁଖ୍ୟ ହାଜର ହୋଇଥିବା ବେଳେ ଅକ୍ଟୋବର ୨୮ ପୂର୍ବରୁ ଟ୍ୱିଟର ଓ ଆମାଜନ ଅଧିକାରୀ ହାଜର ହେବାର ଥିଲା।

ତେବେ ଆମାଜନ କମିଟି ଆଗରେ ହାଜର ହେବନାହିଁ ବୋଲି କହିଛି। ଏହାର ବିଶେଷଜ୍ଞମାନେ ବିଦେଶରେ ରହୁଛନ୍ତି। ଏବେ କରୋନା ସଙ୍କଟ ଚାଲିଥିବାରୁ ସେମାନେ ଟ୍ରାଭେଲ କରି ଭାରତ ଆସିପାରିବେ ନାହିଁ। ଏ ସମ୍ପର୍କରେ ଆମାଜନ ସଂସଦୀୟ କମିଟିକୁ ଚିଠି ମଧ୍ୟ ଲେଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story