ସେବା ଯୋଗାଇବାକୁ ଦେବାଳିଆ ବିଏସ୍‌ଏନ୍‌ଏଲ ଅକ୍ଷମ, ଟଙ୍କା ପାଇଁ କେନ୍ଦ୍ରକୁ ଗୁହାରି

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନଏଲ୍‌ ଏବେ ଘାଟାରେ ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଜୁନ୍‌ ମାସରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ। ଏପରିକି ଯଦି କେନ୍ଦ୍ର ସରକାର ସହଯୋଗ ନ କରିବେ, ତା’ହେଲେ କମ୍ପାନୀ ଆଗକୁ ଆଉ ସେବା ଯୋଗାଇ ପାରିବ ନାହିଁ। କମ୍ପାନୀ ପକ୍ଷରୁ sos ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ଗୁହାରି କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ “କମ୍ପାନୀ ପାଖରେ ଟଙ୍କା […]

we

Hemant Lenka
  • Published: Monday, 24 June 2019
  • , Updated: 24 June 2019, 07:04 PM IST

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନଏଲ୍‌ ଏବେ ଘାଟାରେ ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଜୁନ୍‌ ମାସରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ। ଏପରିକି ଯଦି କେନ୍ଦ୍ର ସରକାର ସହଯୋଗ ନ କରିବେ, ତା’ହେଲେ କମ୍ପାନୀ ଆଗକୁ ଆଉ ସେବା ଯୋଗାଇ ପାରିବ ନାହିଁ। କମ୍ପାନୀ ପକ୍ଷରୁ sos ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ଗୁହାରି କରାଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ “କମ୍ପାନୀ ପାଖରେ ଟଙ୍କା ନଥିବାରୁ ଜୁନ୍‌ ମାସରେ କର୍ମଚାରୀଙ୍କୁ ଦରମା ବାବଦକୁ ୮୫୦ କୋଟି ଟଙ୍କା ଦେବାକୁ ଆମେ ଅକ୍ଷମ। କମ୍ପାନୀ ଉପରେ ଏବେ ଆଉଟଷ୍ଟାଣ୍ଡିଂ ଲାଇବିଲିଟିର ପରିମାଣ ୧୩ ହଜାର କୋଟି ରହିଛି। ଏହି କାରଣ ପାଇଁ କମ୍ପାନୀର କାରବାରରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇଛି।” ବିଏସ୍‌ଏନ୍‌ଏଲ୍‌ର କର୍ପୋରେଟ୍‌ ବଜେଟ୍‌ ଓ ବ୍ୟାଙ୍କିଂ ଡିଭିଜନ୍‌ର ସିନିୟର ଜେନେରାଲ ମ୍ୟାନେଜର ପୂର୍ଣ୍ଣ ଚନ୍ଦ୍ର କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ପାଖକୁ ଚିଠି ଲେଖି କହିଛନ୍ତି, “ପ୍ରତି ମାସରେ କମ୍ପାନୀର ଆୟ ଓ ବ୍ୟୟ ମଧ୍ୟରେ ଯଥେଷ୍ଟ ପ୍ରାର୍ଥକ୍ୟ ରହୁଛି। ଫଳରେ କମ୍ପାନୀ ଚଳାଇବା ସମ୍ଭବପର ହେଉନାହିଁ। ଏବେ ସ୍ଥିତି ଏମିତି ହେଲାଣି ଯେ ଆଗକୁ ବିଏସ୍‌ଏନ୍‌ଏଲ୍‌ ଯେ ବିନା ସହାୟତାରେ ସେବା ଯୋଗାଇ ପାରିବ, ତା’ହା କହିହେବ ନାହିଁ। ତେଣୁ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇବା ଦରକାର।”

ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଏସ୍‌ଏନ୍‌ଏଲ୍‌ରେ ଚାଲିଥିବା ଘାଟା ସମ୍ପର୍କରେ ଅବଗତ ହୋଇଥିଲେ। କମ୍ପାନୀର ଚେୟାରମ୍ୟାନ୍‌ ମଧ୍ୟ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସବୁ କଥା କହିଥିଲେ। ହେଲେ ୧.୭ ଲକ୍ଷ କର୍ମଚାରୀ କାମ କରୁଥିବା ଏହି କମ୍ପାନୀ ପ୍ରତି ମୋଦିଙ୍କ ଶୁଭ ଦୃଷ୍ଟି ପଡ଼ି ନଥିଲା। ଏବେ ଏହି କର୍ମଚାରୀଙ୍କ ଭାଗ୍ୟ ସୁତାଖିଅରେ ଝୁଲିବା ଆରମ୍ଭ ହୋଇଛି।

ଗତ ସପ୍ତାହରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। କମ୍ପାନୀକୁ ୨୦୧୮ରେ ୯୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ଏଥିରେ କୁହାଯାଇଥିଲା।

Related story