ପରିଚୟ ନକଲି, ଦାଢ଼ି ବି ନକଲି, ଧରା ପଡ଼ିଲେ ଫେକ୍ ସିବିଆଇ ଅଫିସର

ମୁଜାଫରନଗର: ଅକ୍ଷୟ କୁମାରଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ସ୍ପେଶାଲ ୨୬’ର ପୁନରାବୃତ୍ତି ଉତ୍ତର ପ୍ରଦେଶର ମୁଜାଫରନଗରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ପ୍ରଥମେ ଥାନାରେ ପହଞ୍ଚିଥିଲେ। ଏହାପରେ ଥାନାରୁ ୨ ଜଣ କନଷ୍ଟେବଲଙ୍କୁ ନେଇ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍‌ କରିଥିଲେ। କିନ୍ତୁ ରେଡ୍‌ ବେଳେ ନକଲି ସବିଆଇ ଅଧିକାରୀଙ୍କ ଅସଲ ପରିଚୟ ସାମ୍ନାକୁ ଆସିଥିଲା। ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ନକଲି ସିବିଆଇ ଅଧିକାରୀଙ୍କୁ ଗିରଫ […]

w

Hemant Lenka
  • Published: Monday, 24 June 2019
  • , Updated: 24 June 2019, 03:25 PM IST

ମୁଜାଫରନଗର: ଅକ୍ଷୟ କୁମାରଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ସ୍ପେଶାଲ ୨୬’ର ପୁନରାବୃତ୍ତି ଉତ୍ତର ପ୍ରଦେଶର ମୁଜାଫରନଗରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ପ୍ରଥମେ ଥାନାରେ ପହଞ୍ଚିଥିଲେ।

ଏହାପରେ ଥାନାରୁ ୨ ଜଣ କନଷ୍ଟେବଲଙ୍କୁ ନେଇ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍‌ କରିଥିଲେ। କିନ୍ତୁ ରେଡ୍‌ ବେଳେ ନକଲି ସବିଆଇ ଅଧିକାରୀଙ୍କ ଅସଲ ପରିଚୟ ସାମ୍ନାକୁ ଆସିଥିଲା। ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ନକଲି ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ପୁଲିସ୍‌ ନକଲି ସିବିଆଇ ପରିଚୟପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରିଛି।

ତ୍ରିବେନ୍ଦର କୁମାର ନାମକ ଏହି ନକଲି ସିବିଆଇ ଅଧିକାରୀ ଜଣଙ୍କ ଶନିବାର ରାତି ପ୍ରାୟ ୮ଟାରେ ନ୍ୟୁ ମଣ୍ଡି ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ସେ ନକଲି ସିବିଆଇ ପରିଚୟ ପତ୍ର ଦେଖାଇ ମୁଜାଫରନଗରର ବୃନ୍ଦାବନ ସହରରେ ରହୁଥିବା ବ୍ୟବସାୟୀ ଆଦେଶ ଗୋଏଲଙ୍କ ଘରେ ରେଡ୍‌ କରିବାକୁ ପଡ଼ିବ ବୋଲି କହିଥିଲେ। ସେ ଏଥିପାଇଁ ସର୍ଚ୍ଚ ୱାରେଣ୍ଟ ଆଣିଥିବା ମଧ୍ୟ ପୁଲିସ୍‌କୁ ଦେଖାଇଥିଲେ। ପୁଲିସ୍‌ ଏହାକୁ ସତ ଭାବି ତ୍ରିବେନ୍ଦରଙ୍କ ସହ ଦୁଇ ଜଣ କନଷ୍ଟେବଲଙ୍କୁ ପଠାଇଥିଲା।

ତେବେ ରେଡ୍‌ ବେଳେ ତାଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ସେ ମୁହଁରେ ନକଲି ଦାଢ଼ି ମଧ୍ୟ ଲଗାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଦାଢ଼ିକୁ ଭିଡ଼ି ଦେବାରୁ ରହସ୍ୟର ପର୍ଦ୍ଦାଫାସ ହୋଇଥିଲା। ପ୍ରକୃତରେ ତ୍ରିବେନ୍ଦର ପୂର୍ବରୁ ଆଦେଶ ଗୋଏଲଙ୍କ ଘରେ କାମ କରୁଥିଲା। ଲୁଟ୍‌ ଉଦ୍ଦେଶ୍ୟରେ ସେ ଏଭଳି ଚଢ଼ଉ କରିଥିବା ଜଣାପଡ଼ିଥିଲା। ପୁଲିସ୍‌ ତାଙ୍କୁ ଗିରଫ କରିବା ସହ ତାଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।

Related story