ହଠାତ୍‌ ଛାତ ଉପରୁ ମିଳିଲା ଟଙ୍କା ଭର୍ତ୍ତି ଦୁଇଟି ବ୍ୟାଗ ଓ ସୁନା, ଟେରା ହୋଇଗଲେ ପରିବାର ଲୋକ

ମୀରଟ: ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପରିବାର ଲୋକ ସକାଳୁ ଉଠି ଛାତକୁ ଯିବା ବେଳେ ସେଠାରେ ହଠାତ୍‌ ଦୁଇଟି ବ୍ୟାଗ୍‌ରେ ବିଡ଼ାବିଡ଼ା ଟଙ୍କା ଓ ସୁନା ଗହଣା ପଡ଼ିଥିବା ଦେଖିବାକୁ ପାଇଛନ୍ତି। ଉତ୍ତର ପ୍ରଦେଶର ମୀରଟରେ ରହୁଥିବା ଗୋଟିଏ ପରିବାର ସହ ଏମିତି ଘଟିଛି। ଏତେ ପରିମାଣର ଟଙ୍କା ଓ ସୁନା ଦେଖି ପରିବାର ଲୋକଙ୍କ ଆଖି ପୂରା ଟେରା ହୋଇଯାଇଛି। ମୀରଟର ମିଶନ କମ୍ପାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି। […]

fg

fg

Hemant Lenka
  • Published: Saturday, 14 November 2020
  • Updated: 14 November 2020, 07:12 PM IST

Sports

Latest News

ମୀରଟ: ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପରିବାର ଲୋକ ସକାଳୁ ଉଠି ଛାତକୁ ଯିବା ବେଳେ ସେଠାରେ ହଠାତ୍‌ ଦୁଇଟି ବ୍ୟାଗ୍‌ରେ ବିଡ଼ାବିଡ଼ା ଟଙ୍କା ଓ ସୁନା ଗହଣା ପଡ଼ିଥିବା ଦେଖିବାକୁ ପାଇଛନ୍ତି। ଉତ୍ତର ପ୍ରଦେଶର ମୀରଟରେ ରହୁଥିବା ଗୋଟିଏ ପରିବାର ସହ ଏମିତି ଘଟିଛି। ଏତେ ପରିମାଣର ଟଙ୍କା ଓ ସୁନା ଦେଖି ପରିବାର ଲୋକଙ୍କ ଆଖି ପୂରା ଟେରା ହୋଇଯାଇଛି।

ମୀରଟର ମିଶନ କମ୍ପାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି। ଗୋଟିଏ ଦିନ ପୂର୍ବରୁ ଏହି ଅଞ୍ଚଳରେ ରହୁଥିବା ବ୍ୟବସାୟୀ ପବନ ସିଙ୍ଘଲଙ୍କ ଘରୁ ୪୦ ଲକ୍ଷ ଟଙ୍କା ଚୋରି ହୋଇଥିଲା। ତେଣୁ ଚୋରମାନେ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ଗହଣା ତାଙ୍କ ପଡ଼ୋଶୀ ବରୁଣ ଶର୍ମାଙ୍କ ଛାତ ଉପରେ ଛାଡ଼ି ଫେରାର ହୋଇ ଯାଇଥିବା ଆଶଙ୍କା କରାଯାଉଛି।

ବରୁଣ ଟଙ୍କା ଭର୍ତ୍ତି ବ୍ୟାଗ ଦେଖିବା କ୍ଷଣି ପୁଲିସ୍‌କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଯାକ ବ୍ୟାଗ ଜବତ କରିଛି। ଏଥିରେ ସୁନା ଗହଣାକୁ ଛାଡ଼ି ଦେଲା ନଗଦ ୧୪ ଲକ୍ଷ ଟଙ୍କା ରହିଥିଲା। ସୁନା ଗହଣାର ମୂଲ୍ୟ କେତେ ହେବ, ସେକଥା ଜଣାପଡ଼ିନାହିଁ।

ବରୁଣ କହିଛନ୍ତି, “ମୁଁ ଦୁଇଟି ଯାକ ବ୍ୟାଗ ସକାଳୁ ଦେଖିଥିଲି। ବ୍ୟାଗ ମଧ୍ୟରେ ଟଙ୍କା ଭର୍ତ୍ତି ହୋଇ ରହିଥିଲା। ଏହା ଦେଖି ମୋର ଚୋରି କଥା ମନେପଡ଼ିଥିଲା ଓ ମୁଁ ତୁରନ୍ତ ପୁଲିସ୍‌କୁ ଖବର ଦେଖିଥିଲି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।”

ପୁଲିସ୍‌ ଏହି ଚୋରି ପଛରେ ପବନଙ୍କ ଘରେ କାମ କରୁଥିବା ରାଜୁ ନେପାଳୀଙ୍କ ହାତ ରହିଥିବା ସନ୍ଦେହ କରୁଛି। ରାଜୁ ଦୁଇ ବର୍ଷ ହେଲା ବ୍ୟବସାୟଙ୍କ ଘରେ କାମ କରୁଥିଲା। ହେଲେ କିଛି ଦିନ ହେଲା ହଠାତ୍‌ ସେ ଚାଲି ଯାଇଥିଲା। ଚୋରି ହେବାର କିଛି ଦିନ ପୂର୍ବରୁ ସେ ପୁଣି ପବନଙ୍କ ଘରକୁ ଫେରିଥିଲା।

ଚୋରି ଦିନ ଘରର ଲୋକମାନେ ଦୋକାନକୁ ଶପିଂ କରିବାକୁ ଯାଇଥିଲେ। ଏହି ସମୟରେ ରାଜୁ ଟଙ୍କା ଓ ଗହଣା ଧରି ଚମ୍ପଟ ମାରିଥିଲା ବୋଲି ସନ୍ଦେହ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos