ଲୁଙ୍ଗି ଓ ପ୍ୟାଣ୍ଟ ପିନ୍ଧି ମୋଦିଙ୍କୁ କପି କଲେ ଏହି ଯୁବକ, ଭାଇରାଲ୍ ହେଲା ଭିଡିଓ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍ନେସ ଚ୍ୟାଲେଞ୍ଜ ସମ୍ପର୍କିତ ବ୍ୟାୟାମ ଭିଡିଓଟି ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଏଥିରେ ସେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ କୋହଲି କରିଥିବା ଫିଟ୍ନେସ୍ ଚ୍ୟାଲେଞ୍ଚକୁ ଗ୍ରହଣ କରିଥିଲେ। ଗତ ଜୁନ୍୧୩ ତାରିଖରେ ବ୍ୟାୟାମ କରି ମୋଦି ଏକ ଭିଡିଓ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ବିଶ୍ୱବ୍ୟାପି ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଏବେ ତାମିଲନାଡ଼ୁର ଭଞ୍ଜଗନ୍ ନାମକ ଜଣେ ଯୁବକ ମୋଦି କରିଥିବା ବ୍ୟାୟାମକୁ ଅବିକଳ ନକଲ କରି ଏକ ଭିଡିଓ ସୁଟ୍ କରିଛନ୍ତି। ମୋଦି ଯେମିତି ଏକ୍ସରସାଇଜ୍ କରିଛନ୍ତି ଠିକ୍ ସେହିପରି ଯୁବକ ଜଣକ ସବୁ ଆସନକୁ ଅନୁକରଣ କରି ଚର୍ଚ୍ଚାକୁ ଆସିଛନ୍ତି। ବ୍ୟାୟାମ ବେଳେ ମୋଦି କଳା କୁର୍ତ୍ତା ପିନ୍ଧି ଥିବା ବେଳେ ଯୁବକ ଜଣକ ଲୁଙ୍ଗି ଓ ପ୍ୟାଣ୍ଟ ପିନ୍ଧି ବ୍ୟାୟାମ କରୁଛନ୍ତି । ଯାହା ଖୁବ୍ ମଜାଦାର ହୋଇଛି। ଏହି ବ୍ୟାୟାମ ଭିଡିଓଟିକୁ ସେ ମୋଦିଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।
(ସୌଜନ୍ୟ-ନିଉଜ୍ ତକ୍)
Here are moments from my morning exercises. Apart from Yoga, I walk on a track inspired by the Panchtatvas or 5 elements of nature – Prithvi, Jal, Agni, Vayu, Aakash. This is extremely refreshing and rejuvenating. I also practice
breathing exercises. #HumFitTohIndiaFit pic.twitter.com/km3345GuV2— Narendra Modi (@narendramodi) June 13, 2018
ତେବେ ଏହି ବ୍ୟାୟମ ପ୍ରକିୟା ଏକ ଅଭିଯାନ। ଯାହାକୁ କ୍ରୀଡା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଆରମ୍ଭ କରିଛନ୍ତି। ଏହି ଅଭିଯାନର ନାଁ ରହିଛି ‘ହମ୍ ଫିଟ୍ ତୋ ଇଣ୍ଡିଆ ଫିଟ୍’। ଦେଶବାସୀ ସୁସ୍ଥ ରହିଲେ ଦେଶ ଫିଟ୍ ରହିବ ବୋଲି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏପର୍ଯ୍ୟନ୍ତ ଏହି ଅଭିଯାନରେ ବିରାଟ କୋହଲି, ନରେନ୍ଦ୍ର ମୋଦି, ହ୍ରିତିକ୍ ରୋଶନ, ଅନୁଷ୍କା ଶର୍ମା, ରଣବୀର ସିଂ, ଅଭିଷେକ ବଚ୍ଚନ, ସାଇନା ନେହୱାଲ୍, ପିଭି ସିନ୍ଧୁ ସମେତ ଅନେକ ବରିଷ୍ଠ ଖେଳାଳୀ ତଥା କଳାକାର ସାମିଲ ହୋଇସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।