କୃଷି ଆଇନ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ପ୍ରଭାବିତଙ୍କ ସୁରକ୍ଷା କଥା ବି ବିଚାର କରାଯାଉ: ଆଇଏମଏଫ

ନୂଆଦିଲ୍ଲୀ: ଭାରତ ସରକାର ଆଣିଥିବା ନୂଆ କୃଷି ଆଇନକୁ ଜୋରାଦାର ବିରୋଧ କରାଯାଉଥିବା ବେଳେ ପ୍ରଥମଥର ପାଇଁ ଏହା ଉପରେ ପ୍ରତିକ୍ରିୟା ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)। କୃଷି କ୍ଷେତ୍ରରେ ସଂସ୍କାର ଦିଗରେ କୃଷି ଆଇନ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କିନ୍ତୁ ଏହି ନୂଆ ଆଇନ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯିବା ଦରକାର ବୋଲି ଆଇଏମଏଫ କହିଛି। କୃଷି ଆଇନକୁ ବିରୋଧ କରି […]

u

u

Hemant Lenka
  • Published: Friday, 15 January 2021
  • Updated: 15 January 2021, 02:18 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସରକାର ଆଣିଥିବା ନୂଆ କୃଷି ଆଇନକୁ ଜୋରାଦାର ବିରୋଧ କରାଯାଉଥିବା ବେଳେ ପ୍ରଥମଥର ପାଇଁ ଏହା ଉପରେ ପ୍ରତିକ୍ରିୟା ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)। କୃଷି କ୍ଷେତ୍ରରେ ସଂସ୍କାର ଦିଗରେ କୃଷି ଆଇନ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କିନ୍ତୁ ଏହି ନୂଆ ଆଇନ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯିବା ଦରକାର ବୋଲି ଆଇଏମଏଫ କହିଛି।

କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ନଭେମ୍ବର ୨୬ରୁ ବିକ୍ଷୋଭ କରୁଛନ୍ତି। ଆଜି ୯ମ ଥର ପାଇଁ ସମସ୍ୟାର ସମାଧାନ କରିବାକୁ କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ବୈଠକ ବସିବାକୁ ଯାଉଛି। ଏହି ସମୟରେ ହିଁ ଆଇଏମଏଫ କୃଷି ଆଇନ ଉପରେ ପ୍ରତିକ୍ରିୟା ଦେଇଛି।

ଆଇଏମଏଫର କମ୍ୟୁନିକେସନ ନିର୍ଦ୍ଦେଶକ ଗେରି ରାଇସ କହିଛନ୍ତି, ଭାରତୀୟ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ନୂଆ ଆଇନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆମର ବିଶ୍ୱାସ। ସଂସ୍କାର ଦିଗରେ ଏହା ଗୋଟିଏ ପଦକ୍ଷେପ। ଏହି ପଦକ୍ଷେପ ଦ୍ୱାରା ଚାଷୀମାନେ ସିଧାସଳଖ ନିଜର ଉତ୍ପାଦ ବିକ୍ରି ହେଉଥିବା ସଂସ୍ଥା ବା ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବେ।

ନିଜର ଦ୍ରବ୍ୟକୁ ବିକ୍ରି କରିବା ପାଇଁ ଆଉ ଚାଷୀମାନଙ୍କୁ ମଧ୍ୟସ୍ଥିଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହା ଗ୍ରାମୀଣ ବିକାଶକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ।

କିନ୍ତୁ ବିକାଶର ଆଉ ଗୋଟିଏ ଦିଗକୁ ମଧ୍ୟ ଆମକୁ ଦେଖିବାକୁ ପଡ଼ିବ। ଏହି ନୂଆ ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହେଉଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ସୁରକ୍ଷାକୁ ମଧ୍ୟ ଆମକୁ ନିଶ୍ଚିତ କରିବାକୁ ପଡ଼ିବ। କୃଷି ଆଇନରେ ପ୍ରଭାବିତ ହେଉଥିବା ଲୋକଙ୍କୁ ନିଯୁକ୍ତି ମାର୍କେଟରେ ସାମିଲ କରି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଉଚିତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos